ରାତ୍ର ହେଲା ସେ ସେଂଟ୍ରି ଡିଉଟିରେ ଯାଇ ମୃତୟନ ହେଲା । ପ୍ରଥମେ ସେ ତା ଚାରି ଆଡକୁ ଚାହିଁଲା । ସେ ଦେଖିଲାଯେ କମିଶନର୍ ସାହେବ୍ କେତେ ବେଳୁ ଶୋଇ ଗଲେଣି । ତାଙ୍କ ପାଖରେ ଥିବା ତଳିଆ କର୍ମଚାରୀ, ପୂଜାରି, ଅର୍ଦ୍ଦଳୀ ମାନେ ମଧ୍ୟ ଯାଇ ନିଜ ନିଜ କୁଟିରରେ କେତେ ବେଳୁ ଶୋଇ ଗଲେଣି । ଦିପକ୍ ଜଗୁଆଳି ଏହି ସମୟରେ ଭାବିଲାଯେ ଭଲ ଗୋଟାଏ ମଉକାରେ ସଦ୍ ଉପଯୋଗ କରିବାକୁ ହେବ । ରାତ୍ରିରେ ଆଉ ଯେଉଁ ପାଂଚ ଜଣ ସେଂଟ୍ରି ଅଛନ୍ତି, ସେ ଯାଇ ବୁଲି ଦେଖି ଆସିଲା ସମସ୍ତେ ସମସ୍ତଙ୍କ ଯାଗାରେ ଠିକ୍ ଅଛନ୍ତି । ଏଥର ବ୍ୟାଗ୍ଟିକୁ ନିଜେ ନିଜ ହାତରେ ଗଳାଇ ଲାଠିଟାକୁ ଆଉଜେଇ ଦେଇ ଗୋଡ ଚିପି ଚିପି ବାହାରି ପଡିଲା, ଚାରି ଆଡେ କେବଳ ଅନ୍ଧାର ଆଉ ଅନ୍ଧାର । ଆମ୍ବ ଆଣିବା ନିଶାରେ ସେ ଅନ୍ୟ ସବୁ ଏକ ରକମ ଯେମିତି ଭୁଲି ଯାଇଛି ।
ଆମ୍ବ ଗଛରେ ଧିରେ ଧିରେ ସେ ଚଢି ଅନ୍ଧାରରେ ଉଣ୍ଡି ଉଣ୍ଡି ଆମ୍ବ ତୋଳି ସେ ତା ନିଜ ବ୍ୟାଗ୍ରେ ପକାଇବାରେ ଲାଗିଲା । ସେ ତା ବାମ ହାତରେ ବ୍ୟାଗଟାକୁ ଗଳାଇ ଥାଏ । ହଠାତ୍ ତାର ଦୃଷ୍ଟି ଗୋଚର ହେଲା । ଅନ୍ଧାରରେ ବିରାଟ ଆମ୍ବଟାଏ ଦିପକ୍ ଭାବିଲା ସେହି ଆମ୍ବଟା ପ୍ରାୟ ଦୁଇ କେଜିର ହେବ । କାରଣ ସେଇଟା ସେମିତି ବିରାଟକାୟ ମଧ୍ୟ ଦେଖା ଯାଉ ଥାଏ, ଦିପକ୍ ତା ହାତ ଧିରେ ଧିରେ ସେହି ଆମ୍ବ ଆଡକୁ ବଢାଇଲା । ସରୁ ଡାଳଟିରେ ଗୋଡ ମଧ୍ୟ ଆଗକୁ ଆଗକୁ ବଢାଇ ସେହି ଆମ୍ବଟିକୁ ଆଣିବାକୁ ସେ ଖୁବ୍ ପ୍ରଚେଷ୍ଟା କଲା । ବ୍ୟାଗ୍ରେ ମଧ୍ୟ ସେତେ ବେଳକୁ ଆମ୍ବ ପ୍ରାୟ ପାଂଚ ଛଅ କେଜି ହେବ ଭର୍ତ୍ତି ହୋଇ ଗଲାଣି । ହାତକୁ ଓହଳାଇ ପକାଉ ଥାଏ । ହଠାତ୍ ତଳେ କିଏ ଖସ ଖସ କରି ଆସିବାର ଶବ୍ଦ ସେ ଶୁଣି ପାରିଲା । ହଠାତ୍ ଦିପକ୍ର ସେହି ଭୂତ କଥା ମନେ ପଡି ଗଲା । ସେହି ଭୟରେ ସେ ଥରିବାରୁ ସରୁ ଡାଳଟି ମଡ୍ କରି ହଠାତ୍ ଭାଙ୍ଗି ଗଲା । ତାସହିତ ସେ ତଳେ ପଡି ଗଲା । ସେ ଦେଖିଲା ଗୋଟାଏ କିଏ ଦୌଡି ପଳାଉଛି । ସେ ଭାବିଲା ଭୂତଟା ଦୌଡୁଛି । ଭୟ ଓ ଯନ୍ତ୍ରଣାରେ ସେ ତା ଆଖି ମୁଜି ଦେଲା । ତାର ହାତରେ ପ୍ରବଳ ଯନ୍ତ୍ରଣା ହେଉ ଥାଏ । ଆମ୍ବ ବ୍ୟାଗ୍ଟା ଅନ୍ଧାରରେ କୁଆଡେ ପଡିଲା କେଜାଣି । ଦିପକ୍ ଉଠି ଆସି ତା ସେଂଟ୍ରି ଯାଗାରେ ପହଁଚି ଗଲା । ଅନ୍ୟ ସେଂଟ୍ରିକୁ ଯାଇ ସେ ଏହି ସବୁ କଥା କହିଲା ।
ସବୁ ସେଂଟ୍ରି ଜାଣିଲେଯେ ତାର ହାତ ଫୁଲି ଯାଇଛି । ତା ମାନେ ତା ହାତଟା ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି । ଡାକ୍ତରଙ୍କ ପାଖକୁ ସାଙ୍ଗେ ସାଙ୍ଗେ ଆମ୍ବୁଲାନସ୍ ଯୋଗେ ତାକୁ ପଠା ଗଲା ଦିପକ୍ ପ୍ରାୟ ଏକ ମାସ ଚିକିତ୍ସା ପରେ ପୁଣି ନିଜ ଡିଉଟିକୁ ଫେରିଲା ଦିପକ୍ । ସେ ଭୂତ ଭୟରେ ଏତେ ଛାନିଆ ଥିଲା ଯେ ତା ଅନିଚ୍ଛା ସତ୍ୱେ ସେ କମିସ୍ନର୍ଙ୍କ ଗାର୍ଡକୁ ଡିଉଟିରେ ଆସିଲା । ସେ ରାତିରେ ଆଖି ବୁଜି ବସୁ ଥିଲା । ସେ କିଟିମିଟି ଅନ୍ଧାରକୁ ଆଦୌ ଚାହୁଁ ନଥିଲା ବେଳେ ବେଳେ ଆଖି ଖୋଲି ଗଲେ ଭୟରେ ସେ ଥରି ଉଠୁ ଥିଲା ତାର ଆମ୍ବ ତୋଳା ଦିନ କଥା ମନେ ପଡି ଯାଉ ଥିଲା । ସେ ଭୂତ ତାକୁ ହାତ ଠାରି ଡାକିବାର ସେ ଅନୁଭବ ମଧ୍ୟ କରୁ ଥିଲା । ଆଉ କେତେ ଦିନ ରହି ଥିଲେ ସେ ସେଠାରେ ପାଗଳ ହୋଇ ଯାଇ ଥାନ୍ତା ।