ସେଦିନ ତାର ସାଙ୍ଗ ସେଂଟି୍ର ଫଗୁ ଦେଖା ହେଲା ଦୁହେଁ ଏକାଠି ଡିଉଟିରେ ଥିବା ବେଳେ ସେମାନେ ସେହି ବିଷୟରେ କଥା ବାର୍ତ୍ତା ହେଉ ଥିଲେ । ଫଗୁ କହିଲା ସାଙ୍ଗ ତୁମ ହାତ ପୁରା ଭଲ ହୋଇ ଗଲା ତ? ହଁରେ ସାଙ୍ଗ ଭଲ ହେଲା ସିନା । ସେ ଯେଉଁ ଭୂତକୁ ମୁଁ ଦେଖିଲି ସେଦିନ । ତା କଥା ମନେ ପଡିଲେ ଏବେବି ମୋ ଅବସ୍ଥା ଅସମ୍ଭାଳ ହେଉଛି । ଫଗୁ କହିଲା ଏ ବଙ୍ଗଳା ପାଖ ଜଙ୍ଗଲରେ ମଧ୍ୟ ଭୂତ ଅଛି । ମୁଁ ପରା ସେଦିନ ସେ ଭୂତକୁ ନିଜେ ନିଜ ଆଖିରେ ଦେଖିଛି? ହଁରେ ଭାଇ ସେଦିନ ତୁମେ ଆମ୍ବ ତୋଳିବାକୁ ବ୍ୟାଗ୍ଧରି ଯିବାର ମୁଁ ଦେଖିଲି । ମୋ ମନତ ଅସମ୍ଭାଳ ହେଲା । କାରଣ ଘରେ ମୋତେ ସବୁ ବେଳେ ଆମ୍ବ ଆଣିବାକୁ କହୁଛନ୍ତି । ତା ପରେ ସେ ଯେଉଁ କଲିମି ଆମ୍ବ ଦେଖିଲେ ମନ ଖୁବ୍ ଲୋଭା ଲାଗୁ ଥିଲା । କାରଣ ମୁଁ ଦିନରେ ବୁଲି ସେହି ଆମ୍ବ ଓହଳି ଥିବାର ଦେଖି ଥିଲି ।
ଦିପକ୍ କହିଲା ସାଙ୍ଗ ତୁମେ କଣ ସେହି କଲିମୀ ଆମ୍ବ ଗଛ ଆଡେ ଯାଇଥିଲ? କହନା କହନା ସାଙ୍ଗ ସେ ଗଛରେ ସେ ଭୂତ ଅଛି । ମୁଁ ସେ ସପୁରୀ ବଗିଚା ଦେଇ ଆସ୍ତେ ଆସ୍ତେ ଗଲି ତୁମେ ବ୍ୟାଗ୍ ଧରି ଯିବାର ଘଂଟାକ ପରେ ମୁଁ ବାହାରିଲି । ମୁଁ ଯେତେ ଆସ୍ତେ ଆସ୍ତେ ଗଲେ କଣ ହେବ? ସପୁରୀ ଗଛର କଂଟା ମୋ ପ୍ୟାଂଟରେ ଲାଗି ଯାଉ ଥାଏ ଓ ଛାଡି ଯାଇ ସର ସର ଶବ୍ଦ ମଧ୍ୟ ସୃଷ୍ଟି ହେଉ ଥାଏ । ମୁଁ ଯାଇ ଯେମିତି କଲିମି ଗଛ ପାଖରେ ପହଁଚିଛି । ଭାଇ ଆମ୍ବ କ’ଣ ତୋଳିବି? ଭୂତ ସେ କଲିମି ଗଛ ଉପରୁ ସର ସର ହୋଇ ଖସି ଆସିଲା । ସତେ ଯେମିତି ଡାଳ ପତ୍ର ସବୁ ଭାଙ୍ଗି ଯାଉଛି । ମୁଁ ତ ଏକା ବେଳକେ ପଛକୁ ବୁଲି ଆଖି ବୁଜି ସେଠୁ ସିଧା ଦୌଡିଛି । ଭୂତଟା ଦୁଲ୍କରି ପଡିବାର ଶବ୍ଦ ମଧ୍ୟ ମୁଁ ଶୁଣିଛି । ଭୟରେ ମୁଁ ଝୁଂଟି ପଡିଲି ଦେଖୁନ ସେ ଦାଗ କ’ଣ ଭଲ ହୋଇଛି । ମୋର ଆଣ୍ଠୁ କ’ଣ ସେହି ଦିନଠୁ ଆଉ ଭଲ ହେଲାଣି? ଲାଜରେ କାହାକୁ ମୁଁ ସେକଥା କହିବି ।
ଦିପକ୍ ଫଗୁ କଥା ଶୁଣି ଭାବିଲା । ଏ ବଦମାସ ତେବେ ସତ ସତ ହୋଇ ସେହି ଆମ୍ବ ଗଛ ଆଡେ ଯାଇ ଥିଲା । ଭୂତ ଫୁତ ଏଠି କିଛି ନାହିଁ । ଦିପକ୍ର ମନ ହେଉଥିଲା ସେହି ବଦମାସ୍ ଫଗୁକୁ ଦୁଇଟା ଥୋଇ ଦେବାକୁ କାରଣ ତା ଲାଗି ଆଜି ମୋର ହାତ ଭାଙ୍ଗିଲା । ସବୁ କଥା ଜଣା ପଡିବାରୁ ଦିପକ୍ ମନରୁ ସେଦିନଠୁ ଭୂତ ଭୟ ସବୁ ଦିନ ପାଇଁ ଦୂର ହେଲା । କିନ୍ତୁ ଫଗୁ ଏ ସବୁ କଥା ନକହି ଥିବାରୁ ସେ ଆଜି ପର୍ଯ୍ୟନ୍ତ ଭୂତ ଭୟରେ ରହି ଥିଲା ।