ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଆମ୍ର ଜାତକ

ତେର ବର୍ଷ ତଳର କଥା । ସେତେବେଳେ ବାରାଣସୀରେ ବ୍ରହ୍ମଦତ ବୋଲି ଜଣେ ରାଜା ଥିଲେ । ତାଙ୍କ ରାଜ୍ୟରେ ଥରେ ହଇଜା ଲାଗିଲା । ବହୁତ ଲୋକ ମରିଗଲେ । ରାଜାଙ୍କ ପୁରୋହିତଙ୍କ ଘରର ସମସ୍ତେ ହଇଜାରେ ପଡି ମଲେ । ପୁରୋହିତଙ୍କର ଗୋଟିଏ ପୁଅ ଥିଲା । ସେ ବାରାଣସୀ ଛାଡି ପଳାଇଯାଇଥିଲା, ତେଣୁ ସେ ବଂଚିଯାଇଥିଲା ।

       ପୁରୋହିତଙ୍କର ପୁଅ ଅନେକ ଜାଗା ବୁଲିବାପରେ ଶେଷରେ ତକ୍ଷଶିଳାରେ ପହଁଚିଲା । ସେଠାରେ ଜଣେ ବଡ ପଣ୍ଡିତ ଥିଲେ । ଯୁବକ ତାଙ୍କ ପାଖରେ ରହି ନାନା ଶାସ୍ତ୍ର ଓ ପୁରାଣ ପଢିଲା । ପାଠପଢା ସରିଲା । ଯୁବକ ଗୁରୁଙ୍କୁ କହିଲା – “ଆପଣଙ୍କ ଅନୁମତି ପାଇଲେ ମୁଁ ଏବେ ଦେଶ ବୁଲିଯିବି ।”

       ଗୁରୁ ଯୁବକକୁ ଯିବାଲାଗି ଅନୁମତି ଦେଲେ । ସେ ଅନେକ ଜାଗା ବୁଲି ବୁଲି ଦେଖିଲେ । ଶେଷରେ ଯୁବକ ଗୋଟିଏ ଗାଁରେ ପହଁଚିଲେ । ସେଇ ଗାଁରେ ଚାଣ୍ଡାଳମାନେ ରହୁଥିଲେ । ବୋଧିସତ୍ୱ ସେଠାରେ ଚାଣ୍ଡାଳ ଜାତିରେ ଜନ୍ମ ହୋଇଥିଲେ ।

       ବୋଧିସତ୍ୱ ଅନେକ ପୁରାଣ ଓ ଶାସ୍ତ୍ର ପଢିଥିଲେ । ସେ ବହୁତ କଥା ଜାଣିଥିଲେ । ତାଙ୍କର ସ୍ୱଭାବ ମଧ୍ୟ ଭଲଥିଲା । ଚାଣ୍ଡାଳମାନେ ତାଙ୍କୁ ଭାରି ଖାତିର୍ କରୁଥିଲେ । ସେମାନେ ବୋଧିସତ୍ୱଙ୍କୁ ଦେବତା ବୋଲି କହୁଥିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ