ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଆମ୍ର ଜାତକ

       ସ୍ତ୍ରୀର କଥାରେ ଚାଣ୍ଡାଳ ରାଜିହେଲେ । ସେ ଯୁବକଙ୍କୁ ଡାକି କହିଲେ – “ବାବା ! ତୁମେ ମୋ’ଠାରୁ ଅଦିନରେ ଆମ୍ବ ଫଳାଇବାର ମନ୍ତ୍ର ଶିଖିବାକୁ ଚାହଁ – ମୁଁ ସେଇ ମନ୍ତ୍ର ତୁମକୁ ଶିଖାଇଦେବି । କିନ୍ତୁ ଗୋଟିଏ କଥା ମନେରଖିବ । ଯଦି ତୁମକୁ କେହି ମନ୍ତ୍ରଦାତା ଗୁରୁଙ୍କର ନାମ ପଚାରିବେ, ତେବେ ତୁମେ ମୋ ନାମ କହିବ । ଯଦି ତୁମେ ଭାବିବ ଯେ ଚାଣ୍ଡାଳଜଣକୁ ଗୁରୁ ବୋଲି କହିବା ଲାଜରକଥା, ତେବେ ମନ୍ତ୍ର କାମ ଦେବନି । ଏଇ ମନ୍ତ୍ର ବଳରେ ତୁମେ ବହୁ ଧନ ପାଇପାରିବ ।”

       ଶିଷ୍ୟ କହିଲା – “ଆପଣ ମୋର ଗୁରୁ । କେହି ପଚାରିଲେ ମୁଁ ଆପଣଙ୍କର ନାମ ଲୁଚାଇବି ନାହିଁ । ଆପଣ ମତେ ମନ୍ତ୍ରଟି ଦୟାକରି ଶିଖାଇଦିଅନ୍ତୁ ।”

       ତା ପରେ ଗୁରୁ ଶିଷ୍ୟକୁ ମନ୍ତ୍ରଟି ଶିଖାଇଦେଲେ । ଏହା ପରେ ବ୍ରାହ୍ମଣ ଯୁବକ ବାରାଣସୀ ସହରକୁ ଫେରିଆସିଲା । ମନ୍ତ୍ରପଢି ଅଦିନରେ ଆମ୍ବ ଫଳାଇବାକୁ ଲାଗିଲା ଓ ସେହି ଆମ୍ବ ବିକି ବହୁତ ଧନ ପାଇ ସୁଖରେ ରହିଲା ।

       ଦିନକର କଥା । ରାଜାଙ୍କ ଚାକର ବ୍ରାହ୍ମଣ ଯୁବକଠାରୁ ଗୋଟିଏ ଆମ୍ବ କିଣି ନେଲା । ସେ ଆମ୍ବଟି ନେଇ ରାଜାଙ୍କୁ ଦେଲା । ରାଜା ଆମ୍ବଟି ଖାଇଲେ । ସେମିତି ମିଠା ଆମ୍ବ ସେ ଆଗରୁ କେବେ ଖାଇନଥିଲେ । ସେ ଚାକରକୁ ପଚାରିଲେ – ଏ ଅଦିନରେ ଆମ୍ବ କେଉଁଠୁ ପାଇଲୁ? ଚାକର କହିଲା – ଜଣେ ବ୍ରାହ୍ମଣ ଯୁବକ ଏ ଆମ୍ବ ବିକୁଚନ୍ତି ।

       ରାଜା ସେ ଯୁବକକୁ ଡକାଇଆଣିଲେ ଓ ପଚାରିଲେ – “ଏବେ ତ ଆମ୍ବର ସମୟ ନୁହେଁ, ତୁମେ ଆମ୍ବ କେଉଁଠୁ ପାଇଲ? ଏ ଆମ୍ବ ଦେଖିବାକୁ ଯେପରି ସୁନ୍ଦର ସେପରି ମିଠା ଏହାର ବାସନା ଅତି ଚତ୍ମକାର । ସଂସାରରେ ଏପରି ଆମ୍ବ କେଉଁଠି ନଥିବ । ଏ କଣ ସ୍ୱର୍ଗରୁ ଆସିଚି?”

       ଯୁବକ କହିଲା – “ମଣିମା ! ମୁଁ ଗୋଟିଏ ମନ୍ତ୍ର ଜାଣେ । ସେ ମନ୍ତ୍ର ପଢି ଅଦିନରେ ବି ଆମ୍ବ ଫଳାଇପାରେ । ଆପଣ ଯେତେବେଳେ କହିବେ ମୁଁ ସେତେବେଳେ ଆମ୍ବ ଫଳାଇପାରିବି ।”


ଗପ ସାରଣୀ

ତାଲିକାଭୁକ୍ତ ଗପ