ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଆମ୍ର ଜାତକ

       ରାଜା ଯୁବକକୁ ଏହାର କାରଣ ପଚାରିଲେ । ଯୁବକ କହିଲା – “ମଣିମା ! ଆଜି ଶୁଭବେଳା ନୁହେଁ, ତେଣୁ ଆମ୍ବ ଫଳିଲା ନାହିଁ ।”

       ରାଜା ଏକଥା ଶୁଣି ରାଗିଗଲେ । ସେ କହିଲେ – “ଏ ସବୁ ମିଛ କଥା । ସେଦିନ ତ ଶୁଭବେଳା କଥା କହିନଥିଲ – ଆଜି ସେକଥା କହୁଚ କାହିଁକି? ସତ କଥାଟା କ’ଣ କହ ।”

       ଯୁବକ ଡରିଗଲା । ସେ ଜାଣିଲା – ଚାଣ୍ଡାଳଗୁରୁଙ୍କ ନାମ ନକହି ମିଛ କହିଥିବାରୁ ମନ୍ତ୍ର କାମ ଦେଲାନାହିଁ । ଏବେ ନିଜର ଭୁଲ୍ ମାନି ରାଜାଙ୍କ ଆଗରେ ସତକଥା କହିଦେବା ଭଲ । ନୋହିଲେ ରାଜା ରାଗିଯାଇ ଦଣ୍ଡ ଦେବେ ।

       ଏପରି ଭାବି ଯୁବକ କହିଲା – “ମଣିମା! ମୋର ଭୁଲ୍ ହୋଇଯାଇଚି । ମୁଁ ମିଛ କଥା କହିଚି । ମୋର ଗୁରୁ ଜଣେ ଚାଣ୍ଡାଳ । ସେ ମତେ ଏଇ ମନ୍ତ୍ର ଶିଖାଇଥିଲେ । ମୁଁ ତାଙ୍କ ନାମ ନକହି ପାପ କରିଚି । ଗୁରୁଙ୍କୁ କଥା ଦେଇଥିଲି ଯେ ତାଙ୍କ ନାମ ଲୁଚାଇବି ନାହିଁ । ମୋର ଗୁରୁ ଜଣେ ଚାଣ୍ଡାଳ ବୋଲି ଆପଣ ଜାଣିଲେ ମତେ ଘୃଣା କରିଥାନ୍ତେ ଭାବି ମୁଁ ମିଛ କହିଚି । ସେଥିପାଇଁ ମନ୍ତ୍ର କାମଦେଲା ନାହିଁ । ମତେ କ୍ଷମା କରନ୍ତୁ ।”

       ରାଜା ଯୁବକର କଥା ଶୁଣି କହିଲେ – “ତୁମେ ଜଣେ ମୂର୍ଖଲୋକ । ମଣିଷ ଯାହାଠାରୁ ଶିକ୍ଷାପାଏ ସେ ତା’ର ଗୁରୁ । ଗୁରୁଙ୍କର ଜାତି ଧରାଯାଏନି – ସେ ବ୍ରାହ୍ମଣ ବା ଚାଣ୍ଡାଳ ହୋଇପାରନ୍ତି । ସେଥିପାଇଁ ଲାଜ କରିବାର କିଛି ନାହିଁ । ତୁମେ ଗୁରୁଙ୍କ ନାମ ନକହି ବଡ ପାପ କରିଚ । ଏବେ ଯାଇ ଗୁରୁଙ୍କ ପାଖରେ କ୍ଷମାମାଗ । ସେ ଦୟାକଲେ ତୁମେ ମନ୍ତ୍ରର ଗୁଣ ଫେରିପାଇବ । ତାହା ନକରିବା ଯାଏଁ ତୁମେ ମୋ ରାଜ୍ୟରେ ରହିପାରିବନି ।”


ଗପ ସାରଣୀ

ତାଲିକାଭୁକ୍ତ ଗପ