ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଆଶାବାନ ଚୋର

ଧର୍ମଗିରିର ରାଜାଙ୍କ ଗନ୍ତାଘର ଭିତରୁ କିଛି ମୂଲ୍ୟବାନ ରତ୍ନ ଚୋରି ହୋଇଗଲା । ରାଜା ଅତି ବୁଦ୍ଧିମାନ ଭାବରେ ଖ୍ୟାତି ତାଙ୍କର ଜଣେ ଅମାତ୍ୟ ଯୁକ୍ତିବର୍ମାଙ୍କୁ ସେ ଚୋରିର ରହସ୍ୟ ଉଦ୍ଘାଟନ କରିବାର ଦାଇତ୍ତ୍ଵ ଦେଲେ । ପ୍ରକାଶ୍ୟ ଦରବାରରେ ରାଜା ଯୁକ୍ତିବର୍ମାଙ୍କୁ କହିଲେ, “ଯୁକ୍ତିବର୍ମା! ତମକୁ ସାତଦିନ ସମୟ ଦେଲି । ତମେ ଯଦି ଏ ରହସ୍ୟର ସମାଧାନ କରି ନ ପାରିବ, ତେବେ ଅଷ୍ଟମ ଦିନ ସକାଳେ ଜାଣ ଯେ ତମ ମୁଣ୍ଡ କାଟ ହେବ ।”

                ଯୁକ୍ତିବର୍ମା କହିଲେ “ମହାରାଜ! ମୁଁ ନିଶ୍ଚୟ ସଫଳ ହେବି । ଯଦି ନ ହେବି, ତେବେ ଆପଣ ଏହା ଜାଣିବେ ଯେ ସେ ଚୋରଟି ମୋଠାରୁ ବି ଅଧିକ ବୁଦ୍ଧିମାନ । ସେହିଭଳି ବୁଦ୍ଧିମାନ ଲୋକକୁ ଆପଣ ମୋ ମୃତ୍ୟୁ ପରେ ଆପଣଙ୍କର ମନ୍ତ୍ରୀ କରିବା ଉଚିତ୍ ।” ରାଜା କହିଲେ “ମୁଁ ସ୍ୱୀକାର କରୁଛି ।”

                ସାତଦିନ ବିତିଗଲା । ଘୋଷଣା ହୋଇଗଲା ଯେ ସକାଳେ ଯୁକ୍ତିବର୍ମାଙ୍କ ମୁଣ୍ଡ କାଟ ହେବ । ରାତିରେ ଗନ୍ତାଘରର ଜଣେ ସହକାରୀ ତତ୍ୱାବଧାରକ ଆସି ତାଙ୍କୁ କହିଲେ, “ମହାଶୟ, ଆପଣ ତ ସକାଳେ ମରିବେ । କିନ୍ତୁ ସେ ବୁଦ୍ଧିମାନ ଚୋରକୁ ମନ୍ତ୍ରୀ କରିବା କଥାର କିପରି କ’ଣ ହେବି?”

                ଯୁକ୍ତିବର୍ମା ହସି କହିଲେ, “ମୁଁ ତମକୁ ଅପେକ୍ଷା କରୁଥିଲି । ଭାଗ୍ୟକୁ ସକାଳ ହୋଇ ନାହିଁ ।” ଏହା କହି ସେ ପ୍ରହରୀ ଡାକି ସେହି କର୍ମଚାରୀକୁ ବନ୍ଦୀ କଲେ । ଅନୁସନ୍ଧାନରୁ ଏହା ପ୍ରମାଣିତ ହେଲା ଯେ, ସେହି କର୍ମଚାରୀ ଜଣକହିଁ ରତ୍ନ ଚୋରି କରିଥିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ