ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଆଶୀର୍ବାଦ ବି ଅଭିଶାପ

ବ୍ରାହ୍ମଣଙ୍କ ଏଭଳି ଆଶିର୍ବାଦ, ସେ ଜମିଦାରଙ୍କ ପତ୍ନୀଙ୍କୁ ଅଧିକ ଚିନ୍ତାରେ ପକାଇ ଦେଲା । ତେଣୁ ଭୟ ଓ ଆଶଙ୍କାରେ ସେ ତାଙ୍କ ସ୍ୱାମୀ ତଥା ସେ ଜମିଦାରଙ୍କୁ ଅନୁରୋଧ କଲେ, ବ୍ରାହ୍ମଣଙ୍କୁ ପୁନଃ ଫେରାଇ ଆଣ, ଏଭଳି ଆଶିର୍ବାଦ ନ ଦେବା ପାଇଁ ତାଙ୍କୁ ଟିକେ ଅନୁରୋଧ କରନ୍ତୁ । କିନ୍ତୁ ନିଷ୍ଠୁର ଜମିଦାର ତାଙ୍କ ପତ୍ନୀଙ୍କ କଥାକୁ ଆଦୌ ଗୁରୁତ୍ୱ ଦେଲେ ନାହିଁ । କେବଳ ସେ ବିରକ୍ତ ଭରା କଣ୍ଠରେ କହିଲେ, ଏଭଳି ବ୍ରାହ୍ମଣଙ୍କ କଥା କେବେବି ସତ୍ୟରେ ପରିଣତ ହୁଏ ନାହିଁ । ଯଦି ବା ସତ୍ୟ ହେବ ତେବେ ତୋର ବନ୍ଧ୍ୟା ଦୋଷ ତ କଟିଯିବନା । ପିଲାଟି ତ ଭଲ ହେବ ବୋଲି ବୁଢା କହିଛି, ଏଥିରେ ଆଉ ଅସୁବିଧା କୋଉଠି ରହିଲା? ଜମିଦାରଙ୍କଠାରୁ ଏଭଳି କଥା ଶୁଣି ତାଙ୍କ ପତ୍ନୀ କେବଳ ନୀରବ ହୋଇଗଲେ ।

ଏମିତି ଏମିତି କିଛି ଦିନ କଟିଗଲା । ଜମିଦରଙ୍କ ପତ୍ନୀ ସନ୍ତାନ ସମ୍ଭବା ହେଲେ । ତାପରେ ତାଙ୍କର ଏକ ଅନିନ୍ଦ୍ୟ ସୁନ୍ଦର ପୁଅଟିଏ ହେଲା । ଧିରେ ଧିରେ ସେ ପିଲାଟି ବଢିବାକୁ ଲାଗିଲା । ଜମିଦାର ମଧ୍ୟ ତାଙ୍କ ପୁତ୍ର ପ୍ରତି ଗଭୀର ଭାବେ ଆସକ୍ତ ହୋଇ ପଡିଲେ । ଧିରେ ଧିରେ ସେ ଜମିଦାର ଜାଣି ପାରିଲେ ଯେ, ତାଙ୍କ ଚରିତ୍ରର ସମ୍ପୂର୍ଣ୍ଣ ବିପରୀତ ହେଉଛି ତାଙ୍କର ପୁତ୍ର ।

ଜମିଦାର ଅସାଧୁ ଉପାୟରେ ବଢାଇ ଥିବା ଧନ ଓ ପ୍ରତିପତି ପ୍ରତି ପୁଅଟିର ଥିଲା କେବଳ ଘୃଣାଭାବ । ତେଣୁ ପିତା-ପୁତ୍ର ଭିତରେ ଆରମ୍ଭ ହେଲା ମତାନ୍ତର । ସେତେବେଳକୁ ସେ ଜମିଦାର ବି ବୁଝି ସାରିଥିଲେ, ଏ ପୁତ୍ର ତାଙ୍କର ଉତ୍ତରାଧିକାରୀ ଆଦୌ ହେବ ନାହିଁ ।

ଏଣେ ସେ ପୁତ୍ର ଆଧ୍ୟାତ୍ମିକତାର ଅନୁସନ୍ଧାନରେ ଘର ଛାଡି ଚାଲିଗଲା । ଏହା ଭିତରେ ସେ ଜମିଦାରଙ୍କ ପତ୍ନୀଙ୍କ ଦେହାନ୍ତ ହୋଇ ସାରିଥାଏ । ପୁତ୍ର ଶୋକରେ ଅଧୀର ବାପା ମଦ୍ୟପାନରେ ବୁଡିରହି, ସବୁ କିଛି ହରାଇ ଶେଷରେ ସେ ଦାଣ୍ଡର ଭିକାରୀ ହୋଇଗଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ