ଗୁରୁଙ୍କ ଠାରୁ ଅନୁମତି ତଥା ଆଶୀର୍ବାଦ ନେଇ ଯୁଧିଷ୍ଠିର ଆଗେଇ ଚାଲିଲେ କୁଳଗୁରୁ କୃପାଚାର୍ଯ୍ୟଙ୍କ ଶିବିର ଆଡକୁ । କାହିଁକିନା ତାଙ୍କର ଅନୁମତି ଓ ଆଶିଷ ପ୍ରାର୍ଥନା କରିବା ଅତ୍ୟନ୍ତ ଆବଶ୍ୟକ । କୁଳଗୁରୁଙ୍କ ଶିବିରରେ ପ୍ରବେଶ କରି ତାଙ୍କ ଆଜ୍ଞା ଏବଂ କଲ୍ୟାଣ ଟିକକ ପାଇବା ପାଇଁ ଯୁଧିଷ୍ଠିର ପ୍ରାର୍ଥନା କଲେ । ମାତ୍ର ତାଙ୍କ ମୃତ୍ୟୁର ରହସ୍ୟ ଜାଣିବା ପାଇଁ ସେ ଯୁଧିଷ୍ଠିର ଆଉ ସାହସ କଲେ ନାହିଁ । କାରଣ ଏହା ପୂର୍ବରୁ ସେ ପିତାମହ ଓ ଗୁରୁଦେବଙ୍କ ପାଖରୁ ସେ ରହସ୍ୟ ପଚାରି ଜାଣି ସାରିବା ପରେ ଅଧିକ ଚିନ୍ତିତ ହୋଇ ପଡି ଥାଆନ୍ତି । ପୁଣି ସେମାନେ ଯେହେତୁ ତାଙ୍କର ଗୁରୁଜନ, ତେଣୁ ଏସବୁ ପଚାରି ବରଂ ସେମାନଙ୍କ ଦୁଃଖର କାରଣ ହୋଇ ସାରିଛନ୍ତି । ତେଣୁ ସେ ପୁନରାୟ ସେହି ଭୁଲ୍ କରିବାକୁ ଆଉ ଚାହିଁଲେ ନାହିଁ । ମାତ୍ର ବିଧିର ବିଧାନ ଥିଲା ଭିନ୍ନ ଧରଣର । ତା’ର ପଥ ଥିଲା ଭିନ୍ନ । ଅର୍ଥାତ୍ ସ୍ୱୟଂ କୃଷ୍ଣ ଯେଉଁଠି ଉପସ୍ଥିତ, ସେଠାରେ ଯୁଧିଷ୍ଠିର ବା କିଏ, ଆଉ କ’ଣ କରି ପାରିବେ? ସୁତରାଂ ଯେଉଁଠି ଯାହା ଆବଶ୍ୟକ ସେଇଠି ସେ କାର୍ଯ୍ୟ କରି ନେଉଛନ୍ତି । ତେଣୁ ତାଙ୍କର କିଛି ଚିନ୍ତା କରିବା ଆଦୌ ଉଚିତ୍ ନୁହେଁ । ଏମିତି ଚିନ୍ତା କରୁ କରୁ ସେ ଯୁଧିଷ୍ଠିର ତାଙ୍କ କୁଳଗୁରୁଙ୍କ ଚରଣରେ ଭକ୍ତି ଅର୍ଘ୍ୟ ଢାଳି ଦେଇ ଯୁଦ୍ଧ ପାଇଁ ତାଙ୍କର ଅନୁମତି ତଥା ଆଶୀର୍ବାଦ ଭିକ୍ଷା କଲେ । ଏହା ଶୁଶି କୃପାଚାର୍ଯ୍ୟ କହିଲେ, ‘ବିଧିର ବିଧାନରେ କୌଣସି ବ୍ୟତିକ୍ରମ ହୁଏ ନାହିଁ ଯୁଧିଷ୍ଠିର । ତଥାପି ବି ମୁଁ ତୁମକୁ କଥା ଦେଉଛି, ତୁମର ବିଜୟ ପଥରେ ମୁଁ ଆଦୌ ପ୍ରତିବନ୍ଧକ ହେବି ନାହିଁ । ବରଂ ତୁମର ବିଜୟ ପାଇଁ ମୁଁ ଭଗବାନଙ୍କ ପାଖରେ ଗଭୀର ପ୍ରାର୍ଥନା କରିବି । ତେବେ ମୁଁ ବୁଝି ପାରୁଛି ଯେ, ତୁମର ବିଜୟ ପାଇଁ ଯେଉଁ ଗୁରୁ ଦାଇତ୍ୱ ଥିଲା, ତାହ ତୁମେ ସଫଳ କରିପାରିଛ । ସେଥିପାଇଁ ମୁଁ ଅତ୍ୟନ୍ତ ଆନନ୍ଦିତ । ଏହାଦ୍ୱାରା ତୁମେ ତୁମର ବିଜୟ ପଥକୁ ଖୁବ୍ ପ୍ରଶସ୍ତ କରି ନେଇ ପାରିଛ । ଏହା ହିଁ ତୁମ ବିଜୟର ପୂର୍ବ ସୂଚନା । ଏବେ ତୁମେ ଯାଇ ତୁମର କାର୍ଯ୍ୟରେ ନିମଗ୍ନ ହୁଅ । ସେଥିପାଇଁ ତୁମପ୍ରତି ମୋର ଶୁଭଚିନ୍ତା ତଥା ଆଶୀର୍ବାଦ ରହିଛି । ଏହା ଶୁଣିବା ପରେ ଧର୍ମରାଜ ଯୁଧିଷ୍ଠିର ନିଜର ସମସ୍ତ କର୍ମ ଖୁବ୍ ସଫଳତାର ସହ ସମ୍ପାଦନ କରି କୁଳଗୁରୁଙ୍କୁ ପୁନର୍ବାର ପ୍ରଣାମ କରି ତାଙ୍କ ଶିବିରରୁ ବିଦାୟ ନେଇ ଆସିଲେ ।
ଆସିବା ପଥରେ ସେ ଚିନ୍ତା କରୁଥିଲେ, ‘ଗୁରୁଜନମାନଙ୍କ ସମ୍ମତି ତଥା କଲ୍ୟାଣ ହିଁ ଭବିଷ୍ୟତ ପଥକୁ ପୁଷ୍ପିତ କରିଥାଏ ।’ ଏତିକି ବେଳେ ସେ ଯାଇ ପାଣ୍ଡବ ଶିବିରରେ ପହଁଚିବା ବେଳକୁ ତାଙ୍କ ଦୃଷ୍ଟି ସମ୍ମୁଖରେ ଛିଡା ହୋଇଥିଲେ ସଖା କୃଷ୍ଣ । କୃଷ୍ଣଙ୍କ ମୁଖ ମଣ୍ଡଳକୁ ଚାହିଁ ଦେଖୁଥିଲେ ଲାଖି ରହିଥିଲା କେବଳ ହସ ଆଉ ହସ ।
ବିଶେଷ ଦ୍ରଷ୍ଟବ୍ୟ:- କେତେକ କାହାଣୀ ମନୋରଂଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ କେବଳ କଳ୍ପନା ଭାବଧାରା ଦ୍ୱାରାହିଁ ପ୍ରତିବେସିତ। ଯଦି କୌଣସି କାହାଣୀରେ ବୈଜ୍ଞାନିକ ଆଧାର ନଥାଏ ତାକୁ ସତ୍ୟ ମାନିବା ଅନୁଚିତ୍। ଅନ୍ୟ କେତେକ କାହାଣୀ ମନୋରଂଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ ଲେଖା ହୋଇଥିଲେ ମଧ୍ୟ ସେଗୁଡିକ ଜାତି, ଅନ୍ଧବିଶ୍ୱାସ, ତର୍କ ହୀନତା, ଧର୍ମ ଓ ବ୍ୟକ୍ତିବିଶେଷ ପ୍ରଚାର ଉଦ୍ଧେଶ୍ୟରେ ଲିଖିତ ଧୁର୍ତ୍ତ ଗପ ତେଣୁ ତାକୁ ସତ୍ୟ ମାନିବା ଅନୁଚିତ୍ । ଉପର ଲିଖିତ ଗପଟି ମିଥ୍ୟା ଏବଂ କାଳ୍ପନିକ କିନ୍ତୁ ଆମକୁ ପଢି ପିଢ଼ି ଧରି ଏହି ପରି ଗପ ଶୁଣେଇ କିଛି ଗୋଷ୍ଠୀ ବିଶେଷ ଆମକୁ ମୁର୍ଖତା ଏବଂ ଅନ୍ଧ ବିଶ୍ୱାସର ଶିକାର କରେଇ ଆସୁଛନ୍ତି ତେଣୁ ଏପରି ଗପଠାରୁ ସାବଧାନ । ଉପରଲିଖିତ ପୌରାଣିକ କାହାଣୀଟିକୁ ଅନେକ ହିନ୍ଦୁ ଧର୍ମାମ୍ବଲମ୍ବୀମାନେ ସତ୍ୟ ମନେକରନ୍ତି । କାହାଣୀଟି ଶିକ୍ଷ୍ୟା ଉଦ୍ଧେଶ୍ୟରେ ଲେଖା ହୋଇଥିଲେ ମଧ୍ୟ ଶିକ୍ଷା କମ୍ ମିଥ୍ୟାକୁ ଅଧିକ ପ୍ରତିପାଦିତ କରୁଛି ତେଣୁ କାହାଣୀଟିକୁ ଅନ୍ଧ ଭାବରେ ବିଶ୍ୱାସ ନକରି ନିଜ ତର୍କ ବିଚାର ଦ୍ୱାରା ଗ୍ରହଣ କରିବା ଉଚିତ୍ ।
ଯଦି ଭାରତ ଏକ ନାମ ନହୁଏ ତେବେ “ମହାଭାରତ” ଅର୍ଥ ହେଉଛି “ମହା ଯୁଦ୍ଧ” ଅର୍ଥାତ୍ ଏଠାରେ ଭାରତର ଅର୍ଥ ହେଉଛି “ଯୁଦ୍ଧ” ଯଦି ଭାରତ ଏକ ନାମ ଅଟେ ତେବେ “ମହାଭାରତ” ଅର୍ଥ ଏକ ବଡ ନାମ ଯାହାକି ଅର୍ଥ ହୀନ । ଉଦାହରଣ ସ୍ୱରୂପ ଯଦି କୃଷ୍ଣ ଜଣଙ୍କର ନାମ ହୁଏ ତେବେ ମହାକୃଷ୍ଣ ଅର୍ଥ କଣ ହୋଇପାରେ ନିଜେ ବୁଝିବାକୁ ଚେଷ୍ଟା କରନ୍ତୁ । ମହାଭାରତ କୁରୁକ୍ଷେତ୍ରରେ ହୋଇଥିଲା ଯାହା କି ହରିୟାଣାର ୧,୫୩୦ ବର୍ଗ କିଲୋମିଟର ବିଶିଷ୍ଟ ଏକ ଭୁଭାଗ । ଇତିହାସହକାରଙ୍କ ଅନୁଯାଇ କୁରୁ ରାଜ୍ୟ କେବଳ ଦିଲ୍ଲୀ, ହରିୟାଣା ଏବଂ ଉତ୍ତରାଖଣ୍ଡ ଭିତରେ ସୀମିତ ଥିଲା ଏହା ବର୍ତ୍ତମାନ ଇଣ୍ଡିଆ ଆକାରର ନଥିଲା ତେଣୁ ଉକ୍ତ ଗଳ୍ପଟି ସମଗ୍ର ଇଣ୍ଡିଆର ଜ୍ଞାନର ମୂଳ ଉତ୍ସରୂପେ ମାନିବା ବାଧ୍ୟତା ମୂଳକ ନୁହେଁ । ଆମ ଓଡ଼ିଆ ଜାତି ସହ ମହାଭାରତର କୌଣସି ସମ୍ପର୍କ ନାହିଁ ତେଣୁ ଏହାକୁ ଜ୍ଞାନର ଉତ୍ସ ରୂପେ ମାନିବା ଆଗରୁ ଏଥିରେ ଥିବା ଜ୍ଞାନକୁ ତର୍କ ଦ୍ୱାରା ବାଛିବା ଉଚିତ୍ । ଭଗବାନ ହୋଇ ଯଦି ବିନା ହିଂସାରେ ସମାଧାନର ଉପାୟ ନକରିପାରନ୍ତି ତେବେ ସେପରି ଭଗବାନର କିଛି ମୂଲ୍ୟ ନାହିଁ । ମହାଭାରତ ହେଉଛି ଭାଇ ଭାଇ ମଧ୍ୟରେ ରାଜ୍ୟ ତଥା ସମ୍ପତ୍ତି ପାଇଁ ଯୁଦ୍ଧ; ଯାହା ପୁଣି ଜୁଆ ଖେଳ, ସୁରାପାନ ଏବଂ ନାରୀ ପ୍ରତାରଣାରୁ ହିଁ ସୃଷ୍ଟି, ତେଣୁ ଏପରି କାହାଣୀକୁ ନିଜର ଜ୍ଞାନ ଉତ୍ସ ରୂପରେ ବିବେଚନା କରିବା ପୂର୍ବରୁ ଏହା ବିଷୟରେ ଭାବିବା ଉଚିତ୍ । ଯଦି କୌଣସି ବ୍ୟକ୍ତିର କାଳ୍ପନିକସ୍ତର ବାସ୍ତବିକତା ସହ ମେଳନଖାଏ ଏଵଂ ଅନ୍ଧବିସ୍ଵାଶର ବଶବର୍ତ୍ତୀ ହୋଇ ଅଜ୍ଞାନତାର ଜନନୀ ହୁଏ ତେବେ ଏହାକୁ ମାନସିକ ବିକୃତତା କୁହାଯାଏ ।