ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଉତ୍ତମ କାବ୍ୟ

ଚିତ୍ରଦୁର୍ଗ ରାଜ୍ୟର ନରପତି କନକସେନ କଳା ସଂସ୍କୃତି ପ୍ରିୟ ଥିଲେ । ତାଙ୍କ ରାଜଦରବାରରେ କବି ପଣ୍ଡିତବର୍ଗଙ୍କୁ ସମୁଚିତ ଆଦର ସମ୍ମାନ ମିଳୁଥାଏ । ଚିତ୍ରଦୁର୍ଗର ରାଜକବି ପଣ୍ଡିତ ନରସିଂହ ଶର୍ମା ଜଣେ ଅତି ଉଚ୍ଚକୋଟୀର ବିଦ୍ୱାନ । ସେ ଅନେକ କାବ୍ୟ ରଚନା କରି ମହାରାଜଙ୍କର ପ୍ରିୟପାତ୍ର ହୋଇଥିଲେ ।

                ଦିନେ କବି ଓ ପଣ୍ଡିତ ଶୋଭିତ ରାଜ ଦରବାରରେ ମହାରାଜ, ନରସିଂହ ଶର୍ମାଙ୍କ ଉଦ୍ଧେଶ୍ୟରେ ପ୍ରଶ୍ନ କଲେ, “କବିବର, ଆପଣ ବିଗତ ଛଅମାସ ହେଲା କୌଣସି ନୂତନ କାବ୍ୟ ରଚନା କରିନାହାଁନ୍ତି । ଏହାର କାରଣ ଦୟାକରି ପ୍ରକାଶ କରିବେ କି?”

                ରାଜାଙ୍କ କଥା ଶୁଣି ଶର୍ମା କିଛି ସମୟ ମୌନତା ଅବଲମ୍ବନା କରିବା ପରେ କହିଲେ, “ସେପରି କୌଣସି ବିଶେଷ କାରଣ ନାହିଁ । କେବଳ ବାର୍ଦ୍ଧକ୍ୟ ଜନିତ ଅବସନ୍ନତା ହେତୁ ମୋ ଭିତରେ ଲେଖିବାର ସ୍ପୃହା ଧୀରେ ଧୀରେ ହ୍ରାସ ପାଉଛି ।”

                କନକସେନ ତାଙ୍କୁ ଉତ୍ସାହିତ କରିବା ପାଇଁ କହିଲେ, “ଆପଣଙ୍କର ନୂତନ କାବ୍ୟ ଶ୍ରବଣ ନ କଲେ, ମତେ ସବୁ କିଛି ଶୂନ୍ୟ, ଅସାର ଅନୁଭୂତ ହୁଏ । ଏହି ମାସରେ ଶିବରାତ୍ରୀ ଉତ୍ସବ ପାଳିତ ହେବ । ଆପଣ ଏକ ଉତ୍ତମ କାବ୍ୟ ରଚନା କରି ସେହି ଦିନ ଏହି ସଭାରେ ଆମ ସମସ୍ତଙ୍କୁ ଶ୍ରବଣ କରିବାର ସୁଯୋଗ ଦେଲେ, ଆମେ ଆପଣଙ୍କ କବିତା-ରସ ସମୁଦ୍ରରେ ଅବଗୋହନ କରିବାର ସଦବକାଶ ପ୍ରାପ୍ତ ହୁଅନ୍ତୁ । ଏହା ମୋର ଏକାନ୍ତ ଅଭିଳାଷ ଅଟେ ।”

                ତହୁଁ ନରସିଂହ ଶର୍ମା ଦୀର୍ଘଶ୍ୱାସ ପକେଇ କହିଲେ, “ରାଜନ୍, ବସନ୍ତ ଋତୁରେ କୋକିଳ କୁହୁତାନ କରେ । ବର୍ଷା ଋତୁରେ କଳାମେଘକୁ ଦେଖି ମୟୁର ନୃତ୍ୟ କରେ । ଦିବା ସମୟରେ ସୂର୍ଯ୍ୟକାନ୍ତିର ସଂସ୍ପର୍ଶରେ ଆସିଲେ କମଳ ପ୍ରସ୍ଫୁଟିତ ହୁଏ । ସୁଧାକରର ସ୍ନିଗ୍ଧ କିରଣ ରାତ୍ରିରେ କୁମୁଦକୁ ବିକଶିତ କରାଏ । ଠିକ୍ ସେହିପରି ମୋର ବିଶ୍ୱାସ, କବି ହୃଦୟରେ ଆପଣାଛାଏଁ ସ୍ପନ୍ଦନ ଜାଗିଉଠିଲେ, ଉତ୍ତମ କାବ୍ୟ ରଚନା ସମ୍ଭବ ହୁଏ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ