ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଉଦାରତା

ବହୁ ଦିନର ତଳର କଥା, ଶ୍ରୀବସ୍ତିପୁରମ୍ ସହରରେ ନିଲା ବର୍ମା ଏବଂ ଲୁବ୍ଧ ବର୍ମା ନାମକ ଦୁଇ ଜଣ ବନ୍ଧୁ ବାସ କରୁଥିଲେ ।

                ସେମାନେ ସ୍ଥାନୀୟ ଅଂଚଳରେ ଉପଲବ୍ଧ ମସଲା, ମୁକ୍ତା, ରଂଗିନ୍ ପଥର ଏବଂ ଔଷଧୀୟ ବୃକ୍ଷଲତା ଓ ଜଡିବୁଟି ସଂଗ୍ରହ କରୁଥିଲେ । ସେମାନେ ସେ ସବୁ ନେଇ ବିଦେଶକୁ ଯାଉଥିଲେ ଏବଂ ସେଠାରେ ବିକ୍ରି କରୁଥିଲେ ।  ଏହି ବାଣିଜ୍ୟ କାରବାରରେ ସେମାନେ ପ୍ରଚୁର ଲାଭ କଲେ ଏବଂ ଖୁବ୍ ଶୀଘ୍ର ବହୁତ ଧନୀ ମଧ୍ୟ ହୋଇଗଲେ । ନିଲା ବର୍ମା ତାଙ୍କ ଆୟର କିଛି ଅଂଶ ବିଦେଶରେ ଥିବା ଗରିବ ଲୋକମାନଙ୍କର ମଂଗଳ ପାଇଁ ଖର୍ଚ୍ଚ କରୁଥିଲେ । ମାତ୍ର ଲୁବ୍ଧ ବର୍ମା ତାଙ୍କର ସମସ୍ତ ଲାଭ କେବଳ ନିଜ ପାଇଁ ହିଁ ଖର୍ଚ୍ଚ କରୁଥିଲେ । କିନ୍ତୁ ନିଲା ବର୍ମା ତାଙ୍କର ଉଦାରତା ପାଇଁ ବେଶ୍ ପ୍ରସିଦ୍ଧ ଥିଲେ । ଏହି କାରଣରୁ ଲୋକେ ତାଙ୍କୁ ସମ୍ମାନ କରୁଥିଲେ ।

                ଦିନେ ଲୁବ୍ଧ ବର୍ମା ବନ୍ଧୁ ନିଲା ବର୍ମାଙ୍କ ଘରକୁ ଆସିଲେ ଏବଂ କହିଲେ, “ପ୍ରିୟ ବନ୍ଧୁ, ତୁମେ ତୁମର କଷ୍ଟ ଅର୍ଜିତ ଧନ ଚିନ୍ତା ନ କରି ବ୍ୟୟ କରୁଛ । ଆମେ କେବଳ ବୟସ ଥିବା ପର୍ଯ୍ୟନ୍ତ ରୋଜଗାର କରିପାରିବା । ଆମେ ବୃଦ୍ଧ ହୋଇଗଲା ପରେ କଣ ଆଉ ଏପରି ଆୟ କରିପାରିବା? ଆମକୁ ଆମର ନିଜ ଭବିଷ୍ୟତ ବିଷୟରେ ମଧ୍ୟ ଚିନ୍ତା କରିବାକୁ ହେବ । ଯଦି ଆମ ପାଖରେ ଟଙ୍କାଟିଏ ନ ଥିବ ତେବେ ସେତେବେଳକୁ କିଏ ଆମର ଯତ୍ନ ନେବ? ତେଣୁ କରି; ବିଜ୍ଞତାର କାର୍ଯ୍ୟ ହେଉଛି ଭବିଷ୍ୟତକୁ ଦୃଷ୍ଟିରେ ରଖି କିଛି ଅର୍ଥ ସଂଚୟ କରିବା ।” ସେ ଏହିପରି ଭାବରେ ନିଲା ବର୍ମାଙ୍କୁ ଦାନ ଧର୍ମ କରିବାରୁ ବିରତ ରହିବା ପାଇଁ କହିଲେ ।

                ଏଥର ନିଲା ବର୍ମା ତାଙ୍କ ବନ୍ଧୁଙ୍କର ଉଦ୍ଧେଶ୍ୟ ବୁଝିପାରିଲେ ଏବଂ ଦୃଢ ଭାବରେ କହିଲେ, “ପ୍ରିୟ ଲୁବ୍ଧ ବର୍ମା ଆମର ଆୟ କେବଳ ସେହି ବିଦେଶୀମାନଙ୍କର କ୍ଷେତ୍ରରୁ ଆସୁଅଛି । ମୁଁ ମୋର ଭବିଷ୍ୟତକୁ ସଂପୂର୍ଣ୍ଣ ଭାବରେ ଅବହେଳା କରୁନାହିଁ । ମୁଁ ମୋର ଆୟର କିଛି ଅଂଶ ପରିବାର ପାଇଁ ସଂଚୟ କରୁଛି । ମୁଁ ମୋର ଭବିଷ୍ୟତ ପାଇଁ କୋଟି କୋଟି ଟଙ୍କାର ସମ୍ପତ୍ତି ରଖିବାକୁ ଚାହେଁ ନାହିଁ । ତେଣୁ ମୁଁ ମୋର ଭବିଷ୍ୟତ ପାଇଁ ଯେତିକି ଅର୍ଥ ଆବଶ୍ୟକ ହେବ କେବଳ ସେତିକି ହିଁ ସଂଚୟ କରୁଛି ଏବଂ ବାକି ଅର୍ଥ ଦାନ ଧର୍ମରେ ବ୍ୟୟ କରୁଛି । ଏପରି କରିବାରେ ମୋତେ ଯେଉଁ ସନ୍ତୋଷ ମିଳୁଛି ତାହା ଅନ୍ୟ କୌଣସି କାର୍ଯ୍ୟରେ ମିଳୁନାହିଁ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ