ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଉଦାରତା

ଏକଥା ଶୁଣି ଆୟୀ କହିଲେ “ନା ସେପରି କିମିତି ହେବ?” । “ମୁଁ ଯାଏଁ ଗୁମ୍ଫା ବାହାରୁ କିଛି ଶୁଖିଲା କାଠ ଖୋଜି ଆଣେ । ନିଆଁ ଧରାଇଲେ କିଛି ସମୟ ଆରାମ କରି ହେବ ।” ଏତକ କହି ସେ ବାହାରକୁ ଚାଲିଗଲେ ।

କିଛି ସମୟ ପରେ ସେ ଫେରି ଆସି ଯାହା ଦେଖିଲେ ସେଥିରେ ତାଙ୍କ ହୃଦୟ ଥରି ଉଠିଲା । ସେ ଦେଖିଲେ ବୃଦ୍ଧ ତାବୁ ଲୁଗା କମ୍ବଳ ସବୁ ଗୁମ୍ଫାରେ ରଖି ବରଫ ସ୍ରୋତକୁ ଡେଇଁପଡି ପ୍ରାଣ ହରାଇଛନ୍ତି । ଏସବୁ ଦେଖି ଆୟୀଙ୍କର ମନରେ ବହୁତ ଦୁଃଖ ହେଲା । ତାଙ୍କ କାନରେ ବୃଦ୍ଧ ତାବୁଙ୍କର ସ୍ନେହବୋଳା ସ୍ୱର ବାଜୁଥାଏ, “ପୁଅ, ତମେ ଏବେ ଯୁବକ ରାଜାଙ୍କ ପାଖକୁ ଯିବାକୁ ହେଲେ ତମେ ଯାଅ । ମୁଁ ତ ଘରେ ମରିଥା’ନ୍ତି ଏଠି ମରିବି । ସେଥିରେ କ’ଣ ଅଛି? ତମେ ସଫଳ ହେଲେହିଁ ମୋ ଆତ୍ମା ଶାନ୍ତି ପାଇବ ।”

ତା’ପରେ ଆୟୀ କାନ୍ଦି କାନ୍ଦି ଗଲେ ଓ ଶେଷରେ ଚୁ ରାଜ୍ୟରେ ଯାଇ ସେ ପହଁଚିଲେ । ରାଜାଙ୍କ ସହିତ ଦେଖା କଲେ । ପରଦିନ ଦରବାରରେ ଆୟୀଙ୍କ ପାଣ୍ଡିତ୍ୟ ଦେଖି ସମସ୍ତେ ବେଶ୍ ମୁଗ୍ଧ ହେଲେ । ରାଜା ଖୁସି ହୋଇ ତାଙ୍କୁ ଯଥେଷ୍ଟ ଧନ ଦେଇ ସମ୍ମାନ କଲେ । ଦୁଃଖର ଲୁହ ଆୟୀଙ୍କ ଆଖିରୁ ଝରି ପଡିଲା । ରାଜା ତା’ର କାରଣ ପଚାରିଲେ ।

ଆୟୀ କହିଲେ, “ମହାରାଜ, ଆପଣ ମୋତେ ଯଥେଷ୍ଟ ସମ୍ମାନ ଦେଲେ । କିନ୍ତୁ ତାବୁଙ୍କ ଉଦାରତା ତୁଳନାରେ ମୋ ପାଣ୍ଡିତ୍ୟର ମହତ୍ୱ ବା କ’ଣ?” ତା’ପରେ ସେ ସବୁ ଘଟଣା ଦରବାରରେ ବର୍ଣ୍ଣନା କଲେ । ସେସବୁ ଶୁଣି ରାଜା ଓ ଅନ୍ୟମାନେ ଖୁବ୍ ଆଶ୍ଚର୍ଯ୍ୟ ହେଲେ । ରାଜା, ଆୟୀ ଓ ଅନ୍ୟମାନେ ଗୁମ୍ଫାକୁ ତାବୁଙ୍କ ମୃତ ଶରୀର ଦେଖିବାକୁ ଗଲେ! ସେଠାରେ ଅତି ଶୀତଳ ବରଫ ଭିତରେ ତାହା ସୁରକ୍ଷିତ ଥିଲା । ବଡ ଧୂମ୍ଧାମ୍ରେ ରାଜା ତାବୁଙ୍କର ଅନ୍ତେଷ୍ଟିକ୍ରିୟା ସମ୍ପନ୍ନ କରାଇଲେ ଓ ତାବୁଙ୍କ ପାଇଁ ମଧ୍ୟ ଏକ ବିରାଟ ସମାଧି ମନ୍ଦିର ତୋଳାଇଲେ ।

ଆୟୀ ଯେତେଦିନ ପର୍ଯ୍ୟନ୍ତ ବଂଚିଥିଲେ ପ୍ରତିବର୍ଷ ସେଠାକୁ ଯାଇ ସେ ସ୍ୱର୍ଗତଃ ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ଅଶ୍ରୁପାତ କରୁଥିଲେ । ପରେ ଚୀନ୍ର କବି, ଜ୍ଞାନୀ ଓ ବିଦ୍ୱାନ୍ ଲୋକଙ୍କ ପାଇଁ ତାବୁଙ୍କ ସମାଧି ଏକ ପବିତ୍ର ତୀର୍ଥ ହୋଇଉଠିଲା । ଅନେକ ଦିନ ଯାଏଁ ତାହା ଥିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ