ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଏକାଗ୍ରତା ଓ ଆଗ୍ରହ କାର୍ଯ୍ୟରେ ସଫଳତା ଆଣିଦିଏ ।

                ପାଠପଢା ଆରମ୍ଭ ପୂର୍ବରୁ କେତେଗୁଡିଏ କଠିନ ସର୍ତ୍ତ ରଖାଗଲା । ତଥାପି ଜୋନ୍ସ ସମସ୍ତ ସର୍ତ୍ତ ମାନିନେଲେ । ସେହି ସର୍ତ୍ତଗୁଡିକ ଥିଲା – “ପ୍ରତିଦିନ ଜଣେ ହିନ୍ଦୁ ଭୃତ୍ୟ ପାଠପଢା ଘରକୁ ଗଙ୍ଗାଜଳରେ ଧୋଇଦେବ । ଘରେ ମଦମାଂସ ପଶିବ ନାହିଁ । ଟେବୁଲ୍, ଚୌକି ପଡିବ ନାହିଁ, ସୁତରାଂ ଚଟାଣ ଉପରେ ବସିବାକୁ ହେବ ।”

                ଏବେ ଅସୁବିଧା ହେଲା ଯେ, ସଂସ୍କୃତ ଶିକ୍ଷାଦାନ ଦେଉଥିବା ସେହି ପଣ୍ଡିତଙ୍କୁ ଇଂରାଜୀ ଭାଷା ମୋଟେ ଜଣାନଥିଲା । ତେଣୁ ସେ ପ୍ରଥମେ ପ୍ରଥମେ ଠାରରେ ସଙ୍କେତ ଦ୍ୱାରା ଉଇଲିୟମ୍ସଙ୍କୁ ସଂସ୍କୃତ ଶିକ୍ଷା ଦେଲେ ।

                କଥାରେ ଅଛି – “ଏକାଗ୍ରତା ଓ ଆଗ୍ରହ” ଥିଲେ ଅସମ୍ଭବ କାର୍ଯ୍ୟ ବି ସମ୍ଭବ ହୋଇପାରେ । ଏହି କଥାଟି ଉଇଲିୟମ୍ସଙ୍କ ପାଇଁ ସତ୍ୟରେ ପରିଣତ ହୋଇଗଲା । ଖୁବ୍ ଅଳ୍ପଦିନ ଭିତରେ ସେ ସଂସ୍କୃତ ଭାଷାରେ ବିଜ୍ଞ ହୋଇଗଲେ । ଏହାର ପ୍ରମାଣସ୍ୱରୂପ ୧୭୯୪ରେ ସେ ‘ମନୁସଂହିତା’ର ଅନୁବାଦ ଇଂରାଜୀ ଭାଷାରେ କରିପାରିଥିଲେ । ମହାକବି କାଳିଦାସଙ୍କର ଶ୍ରେଷ୍ଠ ରଚନା “ଅଭିଜ୍ଞାନ ଶାକୁନ୍ତଳମ୍”ର ଅନୁବାଦ କରି ସେ ବିଶ୍ୱବିଖ୍ୟାତ ହୋଇପାରିଥିଲେ । ଏହାଦ୍ୱାରା ଆମ ଇଣ୍ଡିଆନ ସଂସ୍କୃତି ଓ ସାହିତ୍ୟର ମର୍ଯ୍ୟାଦା ବିଶ୍ୱ ଦରବାରରେ ଆଦର ଲାଭ କରିପାରିଥିଲା ।

                କେବଳ ସଂସ୍କୃତ କାହିଁକି ଇଂରାଜୀ, ଲାଟିନ୍, ଫରାସୀ, ଜର୍ମାନ, ଇଟାଲୀୟ, ସ୍ପେନୀୟ, ଆରବୀ ଭାଷାରେ ମଧ୍ୟ ସାର୍ ଉଇଲିୟମ୍ ଜୋନ୍ସ ମହାପଣ୍ଡିତ ରୂପେ ପରିଗଣିତ ହୋଇପାରିଥିଲେ । ଏସବୁ କେବଳ ତାଙ୍କର ପ୍ରବଳ ଇଚ୍ଛାଶକ୍ତି ଓ ନିଷ୍ଠାର ଫଳ ଥିଲା ।

ସୁତରାଂ ଏହି ମହାପୁରୁଷଙ୍କ ଜୀବନୀରୁ ଶିକ୍ଷା ମିଳେ –

                “ଏକାଗ୍ରତା ଆଉ ଆଗ୍ରହ ବଳରେ ଅସାଧ୍ୟ ବି ହେଳେ ହୁଏ ସାଧନ

ଏଥିଲାଗି ଯେତେ ବାଧା ଆସିଲେବି ନିର୍ବିଘ୍ନରେ ହୋଇଥାଏ ଖଣ୍ଡନ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ