ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଏକାଗ୍ର ଚିତ୍ତରେ କାର୍ଯ୍ୟ କଲେ, ସୁଫଳ ନିଶ୍ଚୟ ମିଳିଥାଏ

       ଜଣେ ରାଜା ଥିଲେ । ନିଜ ରାଜ୍ୟର ସେନାପତିଙ୍କର କାର୍ଯ୍ୟଦକ୍ଷତାକୁ ନେଇ ସେ ମନରେ ଅପାର ଗର୍ବ କରୁଥାନ୍ତି । ସେନାପତି ମଧ୍ୟ ଖୁବ୍ ପାରଙ୍ଗମ ଥିଲେ । ତାଙ୍କ ବନ୍ଧୁକରୁ ଗୁଳି କେବେ ବି ଲକ୍ଷ୍ୟଭ୍ରଷ୍ଟ ହେବା କଥା କେହି ଜାଣିନାହାନ୍ତି । ଫଳରେ ତାଙ୍କର ଖ୍ୟାତି ବ୍ୟାପିଯାଇଥିଲା ସର୍ବତ୍ର ।

       ଯେତେବେଳେ ସେହି ରାଜ୍ୟକୁ କେବେ କୁଆଡୁ ଅତିଥି ଆସନ୍ତି, ସେତେବେଳେ ରାଜା କଥା ପ୍ରସଙ୍ଗରେ ତାଙ୍କ ସେନାପତିଙ୍କ ପ୍ରଶଂସା କରିବାକୁ ଆଦୌ ଭୁଲି ନଥାନ୍ତି । ବରଂ ବନ୍ଧୁକରୁ ଗୁଳି ଚଳାଇ ଦକ୍ଷତା ପ୍ରମାଣିତ ନିମନ୍ତେ ସେନାପତିଙ୍କୁ ଅତିଥିଙ୍କ ସମ୍ମୁଖରେ ନିର୍ଦ୍ଧେଶ ଦେଇଥାନ୍ତି । ତହୁଁ ସେନାପତି ମଧ୍ୟ ଯେତେ କଷ୍ଟ ହେଉ ପଛକେ ତାଙ୍କର ବାକ୍ପଟୁତା ଦେଖାଇବାକୁ ଅଂଟାଭିଡି ଠିଆ ହୋଇ ଯାଆନ୍ତି ।

       ଥରେ ସେହି ରାଜ୍ୟକୁ ଜଣେ ସନ୍ନ୍ୟାସୀ ଆସିଲେ । ରାଜା ମଧ୍ୟ ସନ୍ନ୍ୟାସୀଙ୍କର ସତ୍କାର କରିବା ବେଳେ ସେ ନାମଟିର ଖୁବ୍ ପ୍ରଶଂସା କରିଦେଲେ । ସେନାପତିଙ୍କ ହାତର ଯାଦୁ ଦେଖାଇବା ପାଇଁ ଏଥର ଟିକିଏ କଷ୍ଟକର ପରୀକ୍ଷା ପାଇଁ ଆଦେଶ କଲେ ରାଜା । କିଛି ଦୂରରେ ଲେମ୍ବୁଟିଏ ଝୁଲାଇ ରଖି ତାକୁ ବନ୍ଧୁକ ଦ୍ୱାରା ଖସାଇବାକୁ ରାଜା କହିଲେ । ସେନାପତି ବି ଏଥିଲାଗି ପ୍ରସ୍ତୁତ ହୋଇଗଲେ ।

       ଠିକ୍ ଏତିକିବେଳେ ସନ୍ନ୍ୟାସୀ କହିଲେ, “ଅଟକିଯାଅ, ମୁଁ ଲେମ୍ବୁଟିକୁ ଟିକିଏ ହଲାଇ ଦିଏ, ତାପରେ ବନ୍ଧୁକ ଚଳାଇବ ।”

       ଏଥର ଲେମ୍ବୁଟିକୁ ହଲାଇଦେବାରୁ ଝୁଲନ୍ତା ଲେମ୍ବୁଟି ଘଂଟାର ପେଣ୍ଡୁଲମ୍ ଭଳି ଦୋହଲିବାକୁ ଲାଗିଲା । ସେନାପତି ଗର୍ବରେ ଫାଟିପଡୁଥାନ୍ତି । ସବୁବେଳେ ଜୟଯୁକ୍ତ ହେଉଥିବା ମଣିଷଟି ଏଥର କାହିଁକି ହାରିଯିବ? – ଏହି ଭାବ ମନରେ ରଖି ବନ୍ଧୁକରୁ ଗୁଳି ଚଳାଇଲେ । ମାତ୍ର ତାଙ୍କର ଦୁର୍ଭାଗ୍ୟକୁ ଲକ୍ଷ୍ୟଭେଦ ବିଫଳ ହୋଇଗଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ