କିଛି ସମୟ ପରେ ସନ୍ନ୍ୟାସୀ ଜଣକ ସେନାପତିଙ୍କ ହାତରୁ ବନ୍ଧୁକ ଆଣି ଗୋଟିଏ ଗୁଳିରେ ଲେମ୍ବୁଟିକୁ ଖସାଇଦେଲେ । କାରଣ ସେତେବେଳକୁ ଲେମ୍ବୁଟି ସ୍ଥିର ଅବସ୍ଥାକୁ ଆସିଯାଇଥିଲା ।
ଏହା ଦେଖି ରାଜା ଓ ସେନାପତି ଦୁହେଁ ଲାଜରେ ମୁଣ୍ଡକୁ ତଳକୁ କରି ଠିଆ ହୋଇଗଲେ । ଦର୍ଶକମାନଙ୍କର କରତାଳି ମାଡ ଭାରି ବାଧିଲା ସେମାନଙ୍କୁ ।
ଏବେ ରାଜା ବିସ୍ମିତ ହୋଇ ସନ୍ନ୍ୟାସୀଙ୍କୁ ପଚାରିଲେ, “ଆପଣ କ’ଣ ଆଗରୁ ବନ୍ଧୁକ ଚାଳନା ଜାଣିଥିଲେ?”
ସନ୍ନ୍ୟାସୀ କହିଲେ, “ଆଜି ଏହା ହେଉଛି ମୋ ଜୀବନର ପ୍ରଥମ ବନ୍ଧୁକ ଚାଳନା ।”
“ତା’ହେଲେ ଆପଣଙ୍କର ଲକ୍ଷ୍ୟ ଭେଦ କିପରି ଠିକ୍ ରହିଲା?” – ରାଜା ପୁଣି ପଚାରିଲେ ।
ଏହାର ଉତ୍ତରରେ ସନ୍ନ୍ୟାସୀ କହିଲେ, “ଲେମ୍ବୁ ଦୋହଲିଲା ଭଳି ମୋର ମନକୁ ନ ଦୋହଲାଇ ଏକାଗ୍ରଚିତରେ ମାରିଥିବାରୁ ମୋତେ ସୁଫଳ ମିଳିଲା ।”କଥାଟା ରାଜାଙ୍କ ମନକୁ ବେଶ୍ ପାଇଲା, ସୁତରାଂ କଥାରେ ଅଛି –“ଯିଏ ଯେଉଁ କାର୍ଯ୍ୟ କରୁ ପଛେ, ଏକାଗ୍ର ଚିତରେ କାର୍ଯ୍ୟ କଲେ, ସୁଫଳ ନିଶ୍ଚୟ ମିଳିଥାଏ ।”