ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଏକ କ୍ରୀତଦାସର କାହାଣୀ

ତା’ର ପ୍ରାର୍ଥନା ସମାପ୍ତ କରି ଯୁବକଟି ତଳକୁ ଓହ୍ଲାଇ ଆସିଲା । ସେ ଯିବାକୁ ବାହାରିଛି ଠିକ୍ ଏଇ ସମୟରେ ଚେଇଁ ରହିଥିବା ଭକ୍ତଟି ତା’ ପାଖକୁ ଯାଇ ତାକୁ ପଚାରିଲା, “ତମେ କିଏ?”

ତହୁଁ ସେ ଯୁବକଟି କହିଲା “ମୁଁ ଜଣେ କ୍ରୀତଦାସ ।”

ଯୁବକର ମୁହଁରୁ ଏପରି କଥା ଶୁଣି ଭକ୍ତ କହିଲା, “ତୁ ତ ବହୁତ ଗର୍ବୀ । ତୁ କିମିତି ଜାଣିଲୁ କି ଖୁଦା ତୋତେ ଭଲପା’ନ୍ତି? ବଡବଡ ଭକ୍ତମାନଙ୍କୁ ପ୍ରାର୍ଥନାର ଉତ୍ତର ଯେଉଁଠି ଖୁଦା ଦେଉନାହାଁନ୍ତି ସେଠାରେ ତୁ କିପରି ଗର୍ବର ସହିତ କହୁଛୁ କି ସେ ତୋତେ ଭଲପାନ୍ତି ।”

ଭକ୍ତଙ୍କ ଏଭଳି କଥା ଶୁଣି ସେ କ୍ରୀତଦାସ ଯୁବକଟି କିଛି ସମୟ ଚୁପ୍ ହୋଇ ରହିଲା ଓ ତା’ପରେ ସେ କହିଲା, “ଯଦି ଖୁଦା ମୋତେ ଭଲ ନ ପା’ନ୍ତେ ତେବେ ଖୁଦା ଅଛନ୍ତି ବୋଲି ମୁଁ ଜାଣନ୍ତି କିପରି? ପୁଣି ସେ ଯେ କୃପାମୟ ସେକଥା କିପରି ମୁଁ ଦୃଢବିଶ୍ୱାସର ସହିତ କହନ୍ତି?” ଏତିକି କହି ସେ ଟିକିଏ ଆଗକୁ ଚାଲିଲା । ଅଳ୍ପ ବାଟ ଯାଇ ପୁଣି ରହିଯାଇ ସେ କହିଲା, “ଭାଇ ଆକାଶକୁ ଦେଖ । ତେବେ ଯାଇ ତମେ ବି ଜାଣିପାରିବ ଯେ ଖୁଦା ମୋତେ ଭଲପାନ୍ତି ନା ନାହିଁ ।”

ତା’ପରେ ସେ ଭକ୍ତଟି ଆକାଶକୁ ଚାହିଁ ଦେଖିଲା ହଠାତ୍ କୁଆଡୁ ଶ୍ୟାମ ବର୍ଣ୍ଣର ବାଦଲ ସବୁ ଆକାଶ ପୂର୍ଣ୍ଣ କରି ଘୋଟି ଆସିଛି । ସେ ମଥା ତଳକୁ କରିବା ଆଗରୁହିଁ ମୂଷଳଧାରାରେ ବର୍ଷା ପଡିବାକୁ ଲାଗିଲା ।

ଭକ୍ତଟି ସେଇ ଯୁବକକୁ ବହୁତ ଖୋଜିଲା । କିନ୍ତୁ ତାକୁ ସେ ପାଇଲା ନାହିଁ । ଭକ୍ତମାନେ ବର୍ଷାରେ ଓଦା ହୋଇ ମସଜିଦ୍ ଭିତରକୁ ଚାଲିଗଲେ । କ୍ଷଣିକ ମଧ୍ୟରେ କୂଅ ପୋଖରୀ ସବୁ ପାଣିରେ ପୂର୍ଣ୍ଣ ହେଲା । ଏହା ପରେ ସେ ନଗରର ଲୋକମାନଙ୍କ ଖୁସିର ଆଉ କୌଣସି ସୀମା ରହିଲା ନାହିଁ ।

ସେଦିନ ରାତିରେ ମସଜିଦ୍ରେ ପ୍ରାର୍ଥନା ସମୟରେ ଭକ୍ତଟି ସେଇ ଯୁବକର ଖୋଜ୍  ନେଲା ହେଲେ କେଉଁଠି ବି ତାକୁ ସେ ପାଇଲା ନାହିଁ । ତାପରଦିନ ସବୁ ଭକ୍ତ ମିଶି କ୍ରୀତଦାସ ବ୍ୟବସାୟୀ ପାଖକୁ ଗଲେ ଓ ତାଙ୍କୁ ପଚାରିଲେ, “କ’ଣ କୌଣସି କ୍ରୀତଦାସକୁ ବିକ୍ରି କରିବ?”

ଏକଥା ଶୁଣି ସେ ବ୍ୟବସାୟୀଟି କହିଲା “ଜଣେ କାହିଁକି? ବିକ୍ରିପାଇଁ କୋଡିଏ କ୍ରୀତଦାସ ନେଇ ଆସିଛି ।”

ତହୁଁ ସେ ଭକ୍ତମାନେ ଯାଇ ଦେଖିଲେ, ହେଲେ ସେଇ ଯୁବକଟିକୁ ସେମାନେ କେଉଁଠାରେ ବି ଦେଖିବାକୁ ପାଇଲେ ନାହିଁ । ମାତ୍ର ସେମାନେ ସେଠାରୁ ନିରାଶ ହୋଇ ଫେରି ଆସିବା ସମୟରେ ଦେଖିଲେ ଜଣେ ଯୁବକ ଗୋଟିଏ କଣରେ କାନ୍ଥ ପଟକୁ ମୁହଁ ରଖି ଚୁପ୍ଚାପ୍ ହୋଇ ବସିଛି ।  ପୂର୍ବୋକ୍ତ ଭକ୍ତଟି ଏବେ ଠିକ୍ ଚିହ୍ନି ପାରିଲା ଯେ ସେଇହିଁ ସେଇ ଯୁବକ । ଭକ୍ତ ଯାଇ ତା’ପାଖରେ ପହଁଚିଲା । ତେଣୁ ବ୍ୟବସାୟୀ ତାକୁ ଉଠି ଠିଆ ହେବାକୁ ଆଦେଶ ଦେଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ