ବିଶେଷ ଦ୍ରଷ୍ଟବ୍ୟ:- କେତେକ କାହାଣୀ ମନୋରଂଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ କେବଳ କଳ୍ପନା ଭାବଧାରା ଦ୍ୱାରାହିଁ ପ୍ରତିବେସିତ। ଯଦି କୌଣସି କାହାଣୀରେ ବୈଜ୍ଞାନିକ ଆଧାର ନଥାଏ ତାକୁ ସତ୍ୟ ମାନିବା ଅନୁଚିତ୍। ଅନ୍ୟ କେତେକ କାହାଣୀ ମନୋରଂଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ ଲେଖା ହୋଇଥିଲେ ମଧ୍ୟ ସେଗୁଡିକ ଜାତି, ଅନ୍ଧବିଶ୍ୱାସ, ତର୍କ ହୀନତା, ଧର୍ମ ଓ ବ୍ୟକ୍ତିବିଶେଷ ପ୍ରଚାର ଉଦ୍ଧେଶ୍ୟରେ ଲିଖିତ ଧୁର୍ତ୍ତ ଗପ ତେଣୁ ତାକୁ ସତ୍ୟ ମାନିବା ଅନୁଚିତ୍ । ଯଦି କୌଣସି ବ୍ୟକ୍ତିର କାଳ୍ପନିକସ୍ତର ବାସ୍ତବିକତା ସହ ମେଳନଖାଏ ଏଵଂ ଅନ୍ଧବିସ୍ଵାଶର ବଶବର୍ତ୍ତୀ ହୋଇ ଅଜ୍ଞାନତାର ଜନନୀ ହୁଏ ତେବେ ଏହାକୁ ମାନସିକ ବିକୃତତା କୁହାଯାଏ ।
ବିଭିନ୍ନ ପ୍ରଦେଶରେ ଦେଖାଯାଉଥିବା ମୁସଲିମ୍ ଧର୍ମାମ୍ବଲମ୍ବି ଲୋକମାନେ ସେହି ପ୍ରଦେଶର ମୂଳନୀବାସୀ ଅର୍ଥାତ ଆମ ପ୍ରଦେଶରେ ଦେଖାଯାଉଥିବା ମୁସଲିମ୍ ଧର୍ମାମ୍ବଲମ୍ବି ଲୋକମାନେ ହେଉଛନ୍ତି ପ୍ରକୃତରେ ଓଡ଼ିଆ କିନ୍ତୁ ଯେତେବେଳେ ବ୍ରାହ୍ମଣ ସାଶନ ୧୧୦୦ ଖ୍ରୀଷ୍ଟାବ୍ଦ ପରେ ପରେ ଓଡ଼ିଆ ଜାତିକୁ କବଳିତ କଲା ଏବଂ ଏଠାକାର ରାଜାମାନେ ଜାତିପ୍ରଥାକୁ ଆପଣାଇନେଲେ ସେତେବେଳେ ଆମର ପ୍ରକୃତ ସଂସ୍କୃତି ଲୋପ ପାଇ ଓଡ଼ିଆଜାତି ଚାରୋଟି ବର୍ଣ୍ଣରେ ବିଭାଜିତ ହୋଇଗଲା । ଓଡିଆଜାତିରରେ କେହି ବ୍ରାହ୍ମଣ ନଥିଲେ । ପୁରୀରେ ଥିବା ବ୍ରାହ୍ମଣମାନେ ଅନ୍ୟପ୍ରଦେଶରୁ ଆସି ଅର୍ଥାତ କନୌଜରୁ ଆସି ବ୍ରାହ୍ମଣ ସାଶନରେ ସାହାଯ୍ୟ କରିଥିଲେ । ଅନେକ ପ୍ରତିମା ପୂଜକ ମାନଙ୍କୁ ମଧ୍ୟ ବ୍ରାହ୍ମଣର ମାନ୍ୟତା ମିଳିଥିଲା । ଯେହେତୁ ବୁଦ୍ଧ ସାନ୍ୟାଶ ମାନଙ୍କୁ ବ୍ରାହ୍ମଣବାଦୀ ଶକ୍ତି ମାନେ ମାରିଦେଉଥିଲେ, ହୁଏତ କେତେକେ ବୁଦ୍ଧ ସନ୍ୟାସୀ ମଧ୍ୟ ବ୍ରାହ୍ମଣ ଜାତିକୁ ପରିବର୍ତ୍ତିତ ହୋଇଯାଇଥିବେ । ସମୟାନୁକ୍ରମେ କିଛି ଧୂର୍ତ ମୂଳନୀବାସୀ ଓଡିଆମାନେ ମଧ୍ୟ ଉଚ୍ଚ ଜାତିର ଅଭିଳାଷରେ ନିଜକୁ ବ୍ରାହ୍ମଣ ଜାତିକୁ ପରିବର୍ତ୍ତିତ କରିନେଇଥିବେ । ଯେହେତୁ ବୃତ୍ତି ଅନୁସାରେ ବ୍ରାହ୍ମଣମାନେ ଓଡିଆଜାତିକୁ ବିଭାଜିତ କରିଦେଲେ ତେଣୁ ବ୍ରାହ୍ମଣ, କ୍ଷେତ୍ରୀୟ ଏବଂ ବୈଶ୍ୟ ତୁଳନାରେ ଶୁଦ୍ର ଏବଂ ଅତିଶୁଦ୍ର ଅଧିକ ହୋଇଗଲେ । ଉଚ୍ଚ ଜାତିର ଲୋକମାନେ ନୀଚ ଜାତିର ଲୋକମାନଙ୍କୁ ଘୃଣା ଏବଂ ନୀଚ ଦୃଷ୍ଟିରେ ଦେଖୁଥିଲେ । ଯେତେବେଳେ ମୁସଲିମ୍ ରାଜାମାନେ ୭୦୦ ଖ୍ରୀଷ୍ଟାବ୍ଦ ପରେ ପରେ ଇଣ୍ଡିଆର ବିଭିନ୍ନ ରାଜ୍ୟମାନଙ୍କୁ ଆକ୍ରମଣ କଲେ ସେତେବେଳେ ସେମାନେ ନିଜର ଖଣ୍ଡାର ତଥା ମୃତ୍ୟୁର ଭୟ ଦେଖାଇ ଅନେକ ପ୍ରାଦେଶିକ ମୂଳନୀବାସୀଙ୍କୁ ମୁସଲିମ୍ରେ ପରିବର୍ତ୍ତନ କରିଦେଲେ । ମୁସଲିମ୍ ରାଜାମାନେ ବାହାର ଦେଶରୁ ଆସିଥିବାରୁ ସେମାଙ୍କ ଭାଷା ଇଣ୍ଡିଆରେ ବ୍ୟବହୃତ ଭାଷାଠାରୁ ଭିନ୍ନ ଥିଲା । ସମୟାନୁକ୍ରମେ ମୁସଲିମ୍ ରାଜାମାନେ ଆମଦେଶରେ ବହୁଳ ବ୍ୟବହୃତ ହେଉଥିବା ଭାଷାରେ ସାମନ୍ୟ ପରିବର୍ତ୍ତନ କରି ଉର୍ଦୁ ଭାଷାର ପ୍ରଚଳନ ସୃଷ୍ଟି କଲେ । ମୁସଲିମ୍ ମାନଙ୍କୁ ଇଣ୍ଡିଆର ଅନ୍ୟ ଧର୍ମାମ୍ବଲମ୍ବି ଲୋକମାନଙ୍କଠୁ ଅଲଗା କରିବା ପାଇଁ ସେମାନଙ୍କୁ ହିନ୍ଦୁ ବୋଲି ମାନ୍ୟତା ଦେଲେ । ଯେତେବେଳେ ଓଡ଼ିଶାରେ ମୁସଲିମ୍ ଧର୍ମ ପ୍ରବେଶ କଲା ବ୍ରାହ୍ମଣଙ୍କ ଚତୁର୍ବର୍ଣ୍ଣ ନୀଚ ଜାତିମାନେ ଉଚ୍ଚ ଜାତିର ଶୋଷଣରୁ ନିଜକୁ ମୁକ୍ତ କରିବା ପାଇଁ ମୁସଲିମ୍ ଧର୍ମକୁ ଗ୍ରହଣ କରିନେଲେ, ଏବଂ ପରେ ପରେ ହିନ୍ଦୀ ତଥା ଉର୍ଦୁକୁ ନିଜ ମାତୃଭାଷାରୂପେ ମଧ୍ୟ ଗ୍ରହଣ କରିନେଲେ । ଏହାମାନେ ନୁହେଁଯେ ଓଡ଼ିଶାରେ ଅନ୍ୟ ପ୍ରଦେଶର ଇସ୍ଲାମ୍ ପରିବର୍ତ୍ତିତ ମୂଳନୀବାସୀ ଓଡ଼ିଶାରେ ବାସକରନ୍ତି ନାହିଁ । ଯେପରି ଅନ୍ୟ ଭାଷାଭାଷୀ ଯେମିତିକି ବଙ୍ଗାଳି, ତେଲୁଗୁ ଇତ୍ୟାଦି ଭାଷା ବ୍ୟବହାରକାରୀ ଜାତିମାନେ ଏଠାରେ ରୁହନ୍ତି ସେହିପରି ମୁସଲିମ୍ ପରିବର୍ତ୍ତିତ ଅନ୍ୟପ୍ରଦେଶର ମୂଳନୀବାସୀ ମଧ୍ୟ ଓଡ଼ିଶାରେ ବସବାସ କରନ୍ତି ।