ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଏକ ବୃଦ୍ଧ ବଣିକର କାହାଣୀ

ପ୍ରାଚୀନ କାଳର କଥା । ଗୋଟିଏ ନଗରୀରେ ‘କାମାତୁର’ ନାମକ ଏକ ବୃଦ୍ଧ ବଣିକ ବାସ କରୁଥିଲେ । ଦୁର୍ଭାଗ୍ୟକୁ ଅଳ୍ପଦିନ ମଧ୍ୟରେ ତାଙ୍କର ପତ୍ନୀ ବିୟୋଗ ଘଟିଲା । ଏହି ଦୁଃଖରେ କାମାତୁର ମ୍ରିୟମାଣ ହୋଇପଡିଲେ । ନିଜ ଜୀବନର ଉପାର୍ଜିତ ଅର୍ଥରୁ ଅଧାଅଧି ଏକ ଗରୀବ ବଣିକକୁ ଦାନ କରି ତାହାର ଯୁବତୀ କନ୍ୟାକୁ ପୁନର୍ବାର ବିବାହ କଲେ । କିନ୍ତୁ କନ୍ୟାଟି ବୁଢା କାମାତୁରକୁ ବିବାହ କରିଥିବାରୁ ତା’ର ମନରେ ସୁଖ ନଥାଏ । ପ୍ରତିଦିନ ସେ ବୁଢା ସାଥିରେ ଝଗଡା କରେ । ବୁଢାକୁ ଆଦୌ ଭଲପାଉନଥାଏ । ବୁଢାର ସେବା ଯତ୍ନ ମଧ୍ୟ କରେ ନାହିଁ । ପତ୍ନୀର ଏହି ବ୍ୟବହାର ବୁଢା ମନରେ ଦୁଃଖ ଦେଉଥାଏ । ବିଚରା ବୁଢାଟି କରିବ କ’ଣ?

       ଦିନକର କଥା । ପତ୍ନୀ ରାତିରେ ବୁଢା ସହିତ ଝଗଡା କରି ମୁହଁ ଶୁଖାଇ ଶୋଇଥାଏ । ଗୋଟିଏ ଚୋର ଚୋରି କରିବା ପାଇଁ ସେହି ଘରେ ଧୀରେ ଧୀରେ ପ୍ରବେଶ କଲା । ଏହି ସମୟରେ ହଠାତ୍ ପତ୍ନୀର ନିଦ ଭାଙ୍ଗିଗଲା । ସେ ଦେଖିଲା ଅନ୍ଧାରରେ ଏକ ଚୋର ପାଦ ଚିପି ଚିପି ଘର ଭିତରକୁ ଆସୁଛି । ଏହାଦେଖି ପତ୍ନୀ ଭୟଭୀତ ହୋଇ କାମାତୁରଙ୍କୁ ଜାବୁଡି ଧରିଲା । ପତ୍ନୀର ଏହି ବ୍ୟବହାର କାମାତୁରର ମନରେ ଆନନ୍ଦ ଭରିଦେଲା । ସେ ପ୍ରଥମେ ଜାଣିପାରିଲେ ନାହିଁ ହଠାତ୍ ତାଙ୍କ ସ୍ତ୍ରୀ ଏପରି କାହିଁକି କଲେ? ସ୍ତ୍ରୀ ଭୟରେ ଥରି ଥରି କହିଲେ ଘରର କୋଣରେ ଏକ ଚୋରଟିଏ ଆସି ଲୁଚି ରହିଛି । କିଏ ସିନା ଚୋରକୁ ଦେଖିଲେ ଭୟଭୀତ ହୋଇଥାଏ, କିନ୍ତୁ କାମାତୁର ମନେ ମନେ ବେଶ୍ ଆନନ୍ଦିତ ହେଲା । କାରଣ ଏତେଦିନ ପରେ କାମାତୁର ତା’ଙ୍କ ପତ୍ନୀର ଆଲିଙ୍ଗନରେ ଆବଦ୍ଧ ହେଲେ । ସେହି ଖୁସିରେ କାମାତୁର ଚୋରକୁ କହିଲେ, ‘ଭାଇ’! ତୁମେ ଏ ଗୃହରେ ପଶି ନଥିଲେ ମୋ ପତ୍ନୀର ଆଲିଙ୍ଗନ ମୁଁ ପାଇ ପାରିନଥାନ୍ତି । ତେଣୁ ତୁମର ଯାହା ଇଚ୍ଛା ମୋ ଘରୁ ତୁମେ ତାହା ନେଇଯାଅ ।


ଗପ ସାରଣୀ

ତାଲିକାଭୁକ୍ତ ଗପ