ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଏମିତି ଭାଇ ଜଗତେ ନାହିଁ

ଜଗାର ଏକମାତ୍ର ଭଉଣୀ ସୁଭଦ୍ରା । ପିଲାଟି ଦିନରୁ ବାପା ମାଆଙ୍କୁ ହରାଇ ଭାଇ ଭଉଣୀ ଦୁହେଁ ଦୁଃଖେ ସୁଖେ ରହିଥା’ନ୍ତି । ଜଗା, ସୁଭଦ୍ରାକୁ ଖୁବ୍ ଭଲ ପାଏ । ଜଗାର ସ୍ତ୍ରୀ ଜାନକୀ ମଧ୍ୟ ସୁଭଦ୍ରାକୁ ଖୁବ୍ ଭଲ ପାଆନ୍ତି । ଭାଇ ଭାଉଜଙ୍କ ଶ୍ରଦ୍ଧାରେ ସେ ସୁଭଦ୍ରା ଅତ୍ୟନ୍ତ ଖୁସିରେ ଥାଏ ।

                ଜଗାର ଭାରି ଇଚ୍ଛା ସୁଭଦ୍ରାକୁ ଭଲ ପାତ୍ରଟିଏ ଦେଖି ବିବାହ ଦେବ । ଭୋଗ ଅପେକ୍ଷା ତ୍ୟାଗର ମୂଲ୍ୟବୋଧକୁ ସେ ସୁଭଦ୍ରା ତା’ ସାଂସାରିକ ଜୀବନରେ ବ୍ରତ ରୂପେ ପାଳନ କରୁ । ଏହାହିଁ ଜଗାର ଇଚ୍ଛା । ସେଇଥିପାଇଁ ବୋଧହୁଏ ଏ ସଂସାରରେ ତ୍ୟାଗୀ ବଡ, ଯୋଗୀ ବଡ । ତ୍ୟାଗୀ ବଂଚି ରହେ, ଯୋଗୀ ମଧ୍ୟ ବଂଚି ରହେ । ସୁଭଦ୍ରାର ସୁଖ ଶାନ୍ତି ପାଇଁ ତଥା ତା’ ମୁହଁରେ ସର୍ବଦା ହସ ଦେଖିବାକୁ ଜଗା ସୁଭଦ୍ରାକୁ ବିବାହ ଦେବାପାଇଁ ଉପଯୁକ୍ତ ପାତ୍ରଟିଏ ଯୋଗାଡ କଲେ । ସ୍ତ୍ରୀ ଜାନକୀକୁ କହିଲେ ଜାନକୀ, ସୁଭଦ୍ରା ପାଇଁ ବର ଯୋଗାଡ ହୋଇଗଲା । ସୁଭଦ୍ରା ବରର ନାମ ବିମ୍ବାଧର । ସେ ଜଣେ ଆର୍ମି ଅଫିସର୍ । ରୂପରେ କି ଗୁଣରେ ତାଙ୍କୁ ବାରିବାର ମୋଟେ ନାହିଁ । ଦେଖିବାକୁ ସେ ବିମ୍ବାଧର କାର୍ତିକେୟ ପରି ସୁନ୍ଦର । ତାଙ୍କ ଘରଦ୍ୱାର ବହୁତ ଭଲ । କୋଠାଘର । ଏସବୁ ଶୁଣି ଜାନକୀ କହିଲେ ତାହେଲେ ତ  ଭଲ ହେଲା । ଦବା ନବା କଥା କ’ଣ? ଏପରି କଥା ଶୁଣିବା କ୍ଷଣି ଜଗା କହିଲେ, ଆଜିକାଲି ଯୁଗରେ ଯୌତୁକର ଯେଉଁ ସମସ୍ୟା । ଯୌତୁକ ନ ଦେଇ କିଏ କେଉଁଠି ବା ଝିଅ ବିଭା ଦେଲାଣି । ତେବେ ସେମାନେ ଏ ଯୌତୁକ ଦବା ନବା କଥା ପଛରେ ବୋଲି କହିଲେ । ସୁଭଦ୍ରାର ଶ୍ୱଶୁର ନିହାତି ଭଲ ମଣିଷ । ମହତ ମଣିଷ । ସେ କହିଲେ, ଆମର ଝିଅ ମନକୁ ଗଲେ ଯୌତୁକର କୌଣସି ଆବଶ୍ୟକତା ହିଁ ନାହିଁ । ସେ ଯୌତୁକ ଟଙ୍କାରେ ଆମେ କ’ଣ ଧନୀ ହୋଇଯିବୁ । ସେମାନଙ୍କ ଭାଗ୍ୟରେ ଥିଲେ ସେମାନେ ଭଲରେ ରହିବେ । ଧନ ରୋଜଗାର ବି କରିବେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ