ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଏମିତି ଭାଇ ଜଗତେ ନାହିଁ

                ସବୁ କଥା ଶୁଣିବା ପରେ ସେ ଜାନକୀ କହିଲେ ତେବେ ସେମାନେ କେବେ ଆମ ସୁଭଦ୍ରାକୁ ଦେଖିବାକୁ ଆସିବେ । ତହୁଁ ସେ ଜଗା କହିଲେ, ଆସନ୍ତା ବୁଧବାର ସକାଳେ । ଏପରି କଥା ଶୁଣି ଜାନକୀ କହିଲେ ତେବେ ଆସନ୍ତୁ । ମୋ ନଣନ୍ଦ ତ ଦେଖିବାକୁ ସରଗର ପରୀଟିଏ ଭଳି । ସୁଭଦ୍ରାର ରୂପ, ଗୁଣ, ବାକ୍ଶୈଳୀରେ ସେମାନେ ନିଶ୍ଚୟ ମୁଗ୍ଧ ହେବେ । ଆମ ସୁଭଦ୍ରାକୁ ଦେଖିଲେ ତାଙ୍କ ମନକୁ ବି ନିଶ୍ଚୟ ଯିବ । ଏତିକିରେ ଭାଇ ଭାଉଜଙ୍କ କଥା ସରିଲା । ତାପରେ ଭାଇ ଭାଉଜ ନଣନ୍ଦ ସମସ୍ତେ ସାଙ୍ଗ ହୋଇ ଖାଇଲେ । ଏହିପରି କିଛି ଦିନ ଚାଲିଗଲା । ସୁଭଦ୍ରାକୁ ଦେଖିବାକୁ ଆସିଲେ । ସୁଭଦ୍ରାକୁ ଦେଖି ପୁଅ ବାପର ମନ ଏକାବେଳେ ଖୁସି । ପୁଅର ବାପ କହିଲେ ମୁଁ ଏ ପ୍ରସ୍ତାବରେ ରାଜି । ତା’ପରେ ଆସିଲା ଦବା ନବା କଥା । ପୁଅର ବାପ ଜଗାକୁ କହିଲେ ତୁମେ ତୁମ ଭଉଣୀକୁ ଶ୍ରଦ୍ଧାରେ ଯାହା ବି କିଛି ଦେବ ମୁଁ ତାକୁ ସାଦରେ ଗ୍ରହଣ କରିବି । ଏତିକି କଥା ଶୁଣି ସେ ଜଗାର ମନ ଅତ୍ୟନ୍ତ ଆନନ୍ଦ ।

                ଜଗା ତା’ ଭଉଣୀର ବାହାଘର ଖୁବ୍ ଧୁମ୍ଧାମ୍ରେ କଲେ । ଅତି ଶ୍ରଦ୍ଧାରେ ଜଗା ଅନେକ ଜିନିଷ ଯୌତୁକ ସ୍ୱରୂପ ଭଉଣୀ ସୁଭଦ୍ରାକୁ ସମର୍ପଣ କଲେ । ସୁନା ଅଳଙ୍କାରରେ ସୁଭଦ୍ରାକୁ ଛାଇ ଦେଲେ । ବିମ୍ବାଧର ସହିତ ସୁଭଦ୍ରାର ଶୁଭ ପରିଣୟ ଉତ୍ସବ ସମାପନ ହେଲା ।

                ବିବାହର ଦୁଇ ତିନି ବର୍ଷ ପରେ ଥରେ ସେ ବିମ୍ବାଧର ଛୁଟିରେ ଆସିଥାନ୍ତି । ହଠାତ୍ ଇଣ୍ଡିଆ ସହିତ ପାକିସ୍ଥାନର ଯୁଦ୍ଧ ହେଲା । ଯୁଦ୍ଧ ବିଭାଗରୁ ବିମ୍ବାଧରଙ୍କ ନିକଟକୁ ଚିଠି ଆସିଲା ।

ବିମ୍ବାଧର,

                  ଆମ ଦେଶ ସହିତ ପାକିସ୍ଥାନର ଯୁଦ୍ଧ । ପାକିସ୍ଥାନର ସୈନ୍ୟମାନେ ଘାଇଲା ବାଘ ଭଳି ଆମ ସୈନ୍ୟମାନଙ୍କୁ ଆକ୍ରମଣ କରିବାକୁ ଆଗେଇ ଆସୁଛନ୍ତି । ଯଦିଓ ଆମ ସୈନ୍ୟ ପାକିସ୍ଥାନର ଅନେକ ସୈନ୍ୟଙ୍କୁ ନିହତ କଲେଣି; ତଥାପି ବି ସେମାନେ ଯୁଦ୍ଧରୁ ଆଦୌ ବିରତ ହେଉ ନାହାଁନ୍ତି । ଶାନ୍ତି ପ୍ରିୟ ଇଣ୍ଡିଆବର୍ଷ ଯୁଦ୍ଧ ଚାହୁଁ ନଥିଲେ ବି ସେମାନେ ଚାହୁଁଛନ୍ତି । ତମେ ଏ ସମୟରେ ଅତି ଶୀଘ୍ର ଆସି ରଣ ପ୍ରାଙ୍ଗଣରେ ଉପସ୍ଥିତ ହୁଅ । ଆଉ ଦେଶମାତୃକାର ମାନ ରକ୍ଷାକର ।

ଇତି ।

ତୁମର

                                                                                                                                                                ସୁପରିନ୍ଟେଣ୍ଡେଂଟ

                ଚିଠି ପାଇ ବିମ୍ବାଧର ବାପା ମାଆଙ୍କର ପାଦଧୂଳି ନେଲେ । ଆଉ ସ୍ତ୍ରୀ ସୁଭଦ୍ରାକୁ ବି ବୁଝାଇ କହିଲେ, ବିଦେଶୀ ଶତ୍ରୁ ସୈନ୍ୟମାନଙ୍କୁ ନିହତ କରି ମୁଁ ଖୁବ୍ ଶୀଘ୍ର ତୁମ ନିକଟକୁ ଫେରି ଆସିବି । ଏତିକି କହି ବିମ୍ବାଧର ଚାଲି ଆସିଲେ । ଆସି ରଣ ପ୍ରାଙ୍ଗଣରେ ପହଁଚିଲେ ସେ ବିମ୍ବାଧର । ଅନେକ ଶତ୍ରୁମାନଙ୍କୁ ନିହତ କଲେ । ଶେଷରେ ପାକିସ୍ଥାନର ସୈନ୍ୟମାନଙ୍କଦ୍ୱାରା ନିହତ ହୋଇ ସେ ବିମ୍ବାଧର ଚିର ଦିନପାଇଁ ଏ ସଂସାର ଛାଡି ଚାଲିଗଲେ । ତାପରେ ସୈନ୍ୟ ଶିବିରରୁ ଚିଠିଟିଏ ଆସିଲା ବିମ୍ବାଧରଙ୍କ ମାଆ ବିମଳା ଦେବୀଙ୍କ ନାଆଁରେ ।

ସମ୍ମାନୀୟା ବିମଳା ଦେବୀ,

                ଆପଣଙ୍କ ପୁତ୍ର ବିମ୍ବାଧର ପାକିସ୍ଥାନର ଅନେକ ସୈନ୍ୟଙ୍କୁ ନିହତ କଲେ । ଯୁଦ୍ଧରେ ଆମ ଦେଶ ନିଶ୍ଚୟ ବିଜୟ ଲାଭ କରିବ । କିନ୍ତୁ ଦେଶମାତୃକାକୁ ଶତ୍ରୁ କବଳରୁ ଉଦ୍ଧାର କରିବା ପାଇଁ ଆପଣଙ୍କର ପୁଅ ବିମ୍ବାଧର ପାକିସ୍ଥାନର ସୈନ୍ୟମାନଙ୍କ ଦ୍ୱାରା ନିହତ ହୋଇ ପ୍ରାଣତ୍ୟାଗ କରିଛନ୍ତି । ଚିଠିଟି ପଢି ବିମଳା ଦେବୀଙ୍କ ଆଖିରେ କେବଳ ଲୋତକର ବର୍ଷା । ଏପରିକି ବିମଳା ଦେବୀଙ୍କ ଆଖିରୁ ଅବାରିତ ଅଶ୍ରୁ ଝରି ସେ ଚିଠିର ଅକ୍ଷରଗୁଡିକୁ ଅସ୍ପଷ୍ଟ କରିଦେଲା । ନିଜ ପୁଅର ଅକାଳ ବିୟୋଗରେ ସେ ବିମଳା ଦେବୀ ମର୍ମାହତ । ତାଙ୍କର ସମସ୍ତ ଆଶା ଓ ଧୈର୍ଯ୍ୟର ବାଲିବନ୍ଧ ମୁହୂର୍ତ୍ତକ ମଧ୍ୟରେ ଭୁଷୁଡି ପଡିଲା । ସେ ବିମଳା ଦେବୀ ତ ଉଚ୍ଚଶିକ୍ଷିତା । ତାଙ୍କୁ ବା ବୁଝାଇବ କିଏ? ତାଙ୍କ ପୁଅ ଦେଶ ପାଇଁ ଜୀବନ ଦେଇଛି । ବିମ୍ବାଧର ମହାନ୍, ତାଙ୍କ ଦେଶ ଭକ୍ତିର ପଟାନ୍ତର ନାହିଁ । ସେ ଜୀବନର ଶେଷ ମୁହୂର୍ତ୍ତପାଇଁ ଅନୁଭବ କରିଥିଲା “ଜନନୀ ଜନ୍ମ ଭୂମିଶ୍ଚ ସ୍ୱର୍ଗାଦପୀ ଗରିୟସୀ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ