ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଏମିତି ଭାଇ ଜଗତେ ନାହିଁ

                ତା’ପରେ ଜଗା ନିକଟକୁ ବି ଖଣ୍ଡେ ଚିଠି ପଠାଗଲା । ଜଗବନ୍ଧୁ ବିମ୍ବାଧର ଦେହ ଅସୁସ୍ଥ ଶୀଘ୍ର ଆସି ପହଁଚିବ । ଖବର ପାଇ ଜଗା ଭଉଣୀ ସୁଭଦ୍ରାର ଶାଶୂ ଘରେ ପହଁଚିଛି । ହେଲେ ଏ କ’ଣ ଦେଖିଲା ସେ । ସୁଭଦ୍ରା ହାତରେ ଆଉ ଶଙ୍ଖା ନାହିଁ କି ମୁଣ୍ଡରେ ବି ସିନ୍ଦୂର ନାହିଁ । ଶୁଭ୍ର ବସ୍ତ୍ର ପରିହିତା । ହଠାତ୍ ଏ ଦୃଶ୍ୟ ଦେଖି ଜଗାର ଚେତା ଚାଲି ଯାଇଥିଲା । ଦେଖୁ ଦେଖୁ ଦାରୁଭୂତ ମୁରାରୀ ପାଲଟି ଗଲେ ଜଗବନ୍ଧୁ । ତାଙ୍କ ଆଖିରୁ ବି ଝରି ପଡିଲା ଶ୍ରାବଣର ବାରିଧାରା ପରି ଅଶ୍ରୁ । କ୍ରୋଧର ଦାବାନଳ ଜଳି ଉଠିଥିଲା, ସେହି ଦେଶଦ୍ରୋହୀଙ୍କ ଉପରେ ଜଗବନ୍ଧୁଙ୍କର । ତା ଭିଣେଇଙ୍କୁ ନିହତ କରିଥିବା ଶତ୍ରୁ ସୈନ୍ୟଙ୍କ ଉପରେ । ସୁଭଦ୍ରାର କେଇପଦ କଥା – ଜଗାଭାଇ, ସେମାନେ ମୋର ସବୁ ସାରି ଦେଲେ । ଏବେ କିଏ ଆଉ ମୋ ଶଙ୍ଖା ସିନ୍ଦୁର ମୋତେ ଫେରେଇ ଦେବ । କେବଳ ଏତିକି କହି ପିଲାଙ୍କ ଭଳି ଭୋ ଭୋ ହୋଇ କାନ୍ଦି ଉଠିଲା ସେ ସୁଭଦ୍ରା । ହେଲେ ସେତେବେଳେ ସେ ଜଗା ପାଖରେ କିଛି ବି ଉତ୍ତର ନ ଥିଲା । ବିମ୍ବାଧର ସହିତ ସୁଭଦ୍ରାକୁ ବିବାହ ଦେଇ ଜଗା ଭାବିଥିଲା, ସେ କେବଳ ତା’ ଭଉଣୀର ସୁଖ ଦେଖିବ । ତା’ ସୁନାଲାଖି ଭଉଣୀ ସୁଖରେ ରହିବ, ଶାନ୍ତିରେ ରହିବ । କିଏ ଜାଣିଥିଲା ଅଦିନ କଳାମେଘଟା ସୁଭଦ୍ରାର ଜୀବନ ଆକାଶରେ ଘୋଟି ଆସିବ । ଆଉ ହଠାତ୍ ସବୁ କିଛି ଓଲଟ ପାଲଟ ହୋଇଯିବ । ଅଲକ୍ଷଣୀର ଅପବାଦ ପାଇବ । ତାପରେ ଜଗା, ସୁଭଦ୍ରା ଶାଶୂଙ୍କୁ କହିଲେ, ତମେ ମୋ ଭଉଣୀକୁ ଅଲକ୍ଷଣୀ କହିବ ନାହିଁ । ଅପବାଦ ବି ଦେବ ନାହିଁ । ଦେଶ ପାଇଁ ତା’ ସ୍ୱାମୀ ଆତ୍ମବଳି ଦେଇଛି । ଏହି ଆତ୍ମବଳିଦାନ ସୁଭଦ୍ରା ପାଇଁ କ’ଣ ଗର୍ବର ବିଷୟ ନୁହେଁ? ଦେଶପାଇଁ ତା’ର ଏ ବୈଧବ୍ୟ ଯନ୍ତ୍ରଣା । ସେ ତ୍ୟାଗ କରିଛି ଗୋଟିଏ ଜାତିପାଇଁ । ଦେଶପାଇଁ । ତେଣୁ ସେ ମହାନ୍ । ଆଉ ସେ ସାଧାରଣ ମଧ୍ୟରେ ଅସାଧାରଣ ମଣିଷଟିଏ ।

                ଏପରି କଥା ଶୁଣି ବିମଳା ଦେବୀ କହିଲେ, ଜଗବନ୍ଧୁ ତମେ ମୋତେ ବୁଝାଉଛ ମୁଁ ପରା ମାଆର ଜାତି । ଦେଶମାତୃକାକୁ ଶତ୍ରୁ କବଳରୁ ରକ୍ଷା କରିବାକୁ ଯାଇ ମୋ ପୁଅ ଆତ୍ମବଳି ଦେଇଛି । ଏ ତ ଆନନ୍ଦର କଥା । ଏତିକି କହି ସେ ବିମଳା ଦେବୀ ହଠାତ୍ କାନ୍ଦି ପକାଇଲେ । କହିଲେ ଜଗବନ୍ଧୁ ତୁମ ଭଉଣୀ ପ୍ରତି ମୋର ଆଗରୁ ଯେତିକି ସ୍ନେହ ଶ୍ରଦ୍ଧା ଥିଲା ଏବେ ମଧ୍ୟ ସେତିକି ସ୍ନେହ ଶ୍ରଦ୍ଧା ରହିବ । ଆଉ ସେହି ସ୍ନେହ ଶ୍ରଦ୍ଧା ଚିରଦିନ ପାଇଁ ବି ରହିବ । ଠାକୁରେ ତ ତାକୁ ଏ ପରିଣତ ବୟସରେ ବିଧବା କରିଦେଲେ ତାକୁ ମୁଁ ପୁଣି ନିନ୍ଦା ଦେବି କାହିଁକି?

                ଜଗା ଏତିକି ଶୁଣି କହିଲେ ଧନ୍ୟ ତୁମେ ମାଆ । ମାଆ ଜଗାର ଭଉଣୀ ସୁଭଦ୍ରା । ମୁଁ ମୋ ଭଉଣୀ ସୁଭଦ୍ରାକୁ ଏତେ ଭଲ ପାଏ ଯେ, ତା’ ସୁଖ ଶାନ୍ତି ପାଇଁ ମୋ ପାଖରେ ଚିରଦିନପାଇଁ ମଧ୍ୟ ତାକୁ ରଖିବି । ମୋର ସମସ୍ତ ସମ୍ପତ୍ତିର ସ୍ୱତ୍ୱାଧିକାରିଣୀ ମୋ ଭଉଣୀ ସୁଭଦ୍ରା । କିନ୍ତୁ ଏହା ଶୁଣି ସେ ସୁଭଦ୍ରାର ଶାଶୂ କହିଲେ, ହେଲେ ଆମ ସମ୍ପତ୍ତିର ସ୍ୱତ୍ୱାଧିକାରିଣୀ ତ ସୁଭଦ୍ରା ନୁହେଁ । କାହିଁକିନା ସୁଭଦ୍ରା ଆଉ କେତେ ଦିନ ପରେ ମାଆ ହେବାକୁ ଯାଉଛି । ସେ ପୁଅ ହେଉ କି ଝିଅ ହେଉ, ସେ ହିଁ ମୋର ଉତ୍ତରାଧିକାରୀ । ଜଗା ଏହା ଶୁଣି ଆନନ୍ଦରେ କାନ୍ଦି ପକାଇଲେ । ଧନ୍ୟ ମାଆ କହି ନିଜ ଘରକୁ ଫେରି ଆସିଲେ । ଜଗାଠାରୁ ସେ ଜାନକୀ ଏସବୁ ଘଟଣା ଶୁଣି ଅନେକ କାନ୍ଦିଲେ । କିଛି ଦିନ ପରେ ସେ ସୁଭଦ୍ରାର ଏକ ପୁତ୍ର ସନ୍ତାନ ଜନ୍ମଲାଭ କଲା । ଆଉ ସେହି ପୁଅଟିର ନାଆଁ ରଖାଗଲା ଅର୍ଜ୍ଜୁନ । ସମସ୍ତେ ସେ ପୁଅଟିକୁ ପାଇ ସବୁ ଦୁଃଖ ଭୁଲି ଗଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ