ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଏମିତି ଭି ହୁଏ

       ଏଥର ଭଦ୍ରଲୋକ ଜଣକ ଅନ୍ୟମନସ୍କ ଭାବରେ ରାସ୍ତାରେ ଚାଲୁଥାନ୍ତି, ଗୋଟିଏ ବହି ଦୋକାନରେ ପଶିଗଲେ । ସେଠାରେ ବହିଟିଏ କିଣିବାପାଇଁ ଚାହିଁବାରୁ ଦୋକାନୀ ପଇସା ରଖି ଦେଇଦେଲା । ଠିକ୍ ଏତିକିବେଳେ ଜଣେ ଯୁବକ ସେଠାରେ ପହଁଚି କହିଲା, କାଲିପରା ମୁଁ ଏଇ ବହିଟିକୁ ବାଛି ଆଜି ପଇସା ଦେଇ ନେବି ବୋଲି କହିଥିଲି? ହେଲେ ସେ ବହିଟିକୁ ଅନ୍ୟକୁ ବିକ୍ରି କରିଦେଲ କାହିଁକି?”

       ଦୋକାନୀ ଯୁବକକୁ କିଛି କହିବା ଆଗରୁ ଭଦ୍ରବ୍ୟକ୍ତି ସେ ଦୋକାନ ଛାଡି ଚାଲିଆସିଲେ । ତାଙ୍କର ମନ ବହୁତ ଦୁଃଖ ହେଲା । ସେ ମନେ ମନେ ଭାବୁଥାନ୍ତି ଆଜି ଏମିତି କାହିଁକି ହେଉଛି? ମୁଁ ସବୁ ସ୍ଥାନରେ ପ୍ରତ୍ୟାଖ୍ୟାତ ହେଉଛି । ଭଗବାନ ଆଜି ଏମିତି କାହିଁକି କରୁଛନ୍ତି?

       ଏହା ଭାବି ଭାବି ସେ ରାସ୍ତାରେ ଯାଉଥିଲାବେଳେ ହଠାତ୍ ଦେଖିଲେ ରାସ୍ତା ମଝିକୁ ଦୌଡିଆସିଲା ଛୋଟ ପିଲାଟିଏ । ତା’ର ମା’ ହାଁ ହାଁ କରୁ କରୁ ବିପରୀତ ଦିଗରୁ ଗାଡିଟିଏ ଆସି ମାଡିଯିବା ଅବସ୍ଥାରେ । ଏହା ଦେଖି ଭଦ୍ରବ୍ୟକ୍ତି ଜଣକ ତାଙ୍କ ଜୀବନକୁ ପାଣିଛଡେଇ ଆଖିପିଛୁଳାକେ ଏକ ଲମ୍ପମାରି ଗାଡି ଆଗରୁ ଛୁଆଟିକୁ ଟାଣି ଆଣିଲେ । ମାତ୍ର ପରିଣାମ ସ୍ୱରୂପ ତାଙ୍କର ଡାହାଣ ଗୋଡରେ ଗାଡିର ଗୋଟିଏ ଚକା ମାଡିଗଲା । ଆହତ ଅବସ୍ଥାରେ ଭଦ୍ରବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଗଲା ।

       ଠିକ୍ ସେହିଦିନ ସଂଧ୍ୟାବେଳେ ଭଦ୍ରଲୋକ ଜଣକ ଖଟରେ ଶୋଇଥିଲା ବେଳେ କାହାପାଦର ମୃଦୁ ଶବ୍ଦ ଶୁଣି ଚାହିଁଲା ବେଳକୁ ଦୁର୍ଘଟଣାରୁ ଉଦ୍ଧାର ପାଇଥିବା ସେଇ ପିଲାଟିକୁ ଧରି ତା’ର ମାଆ ଠିଆ ହୋଇଛନ୍ତି । ମାଆଙ୍କ, ଆଖିରେ ଭରିରହିଥିଲା କୃତଜ୍ଞତାର ଅଶ୍ରୁ । ସେ ତାଙ୍କର ଦାୟିତ୍ୱ ହୀନତା ପାଇଁ ଭଦ୍ରଲୋକଙ୍କୁ କ୍ଷମା ମାଗୁଥିଲେ ।

       ଛୁଆ ଓ ମା’ଙ୍କୁ ଏକସାଙ୍ଗରେ ଦେଖି ଭଦ୍ରବ୍ୟକ୍ତିଙ୍କ ହୃଦୟ ସନ୍ତୋଷରେ ଭରିଗଲା । ତାଙ୍କୁ ଲାଗୁଥିଲା ସତେଯେମିତି ସେ ଜୀବନର ସବୁଠାରୁ ମହାନ କାର୍ଯ୍ୟଟିଏ କରିଦେଇଛନ୍ତି । ଏବେ ଭଦ୍ରବ୍ୟକ୍ତି ଜଣକ ମହିଳାଙ୍କ ଉଦ୍ଧେଶ୍ୟରେ କହୁଥିଲେ, “ବ୍ୟସ୍ତ ହୁଅନାହିଁ । ସବୁ ପ୍ରଭୁଙ୍କ ଇଚ୍ଛା ।”


ଗପ ସାରଣୀ

ତାଲିକାଭୁକ୍ତ ଗପ