ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଓଟ ଓ ବିଲୁଆ

କିଛି ଦିନ ବିତିଗଲା । ଖରା ଦିନ ଆସିଲା । ପ୍ରବଳ ଗରମ ହେଲା । ବିଲୁଆ କହିଲା – ‘ଓଟ ଭାଇ, ଚାଲଯିବା ତରଭୁଜ ଖାଇବା । ଏଇ ଜଙ୍ଗଲ ପାଖକୁ ଲାଗି ଏକ ବିଲରେ ବହୁତ ତରଭୁଜ ହୋଇଛି । ସେଗୁଡିକ ସବୁ ବହୁତ ବଡ ବଡ ଓ ମିଠାରେ ଭରପୁର । ଏ କଥା ଶୁଣି ସେ ଓଟର ପାଟିରୁ ଖାଲି ଲାଳ ଗଡିଲା । ତେଣୁ ଓଟ କହିଲା – ଚାଲ ମିତ୍ର! ଆଜି ଅପରାହ୍ନରେ ହିଁ ଯିବା । ତାପରେ ବିଲୁଆ ଓ ସେ ଓଟ ଦୁହେଁ ଯାଇ ତରଭୁଜ ବିଲରେ ପହଁଚିଲେ ।

ବଡ ବଡ ତରଭୁଜ ଦେଖି ଓଟର ମନ ତ ବେଶ୍ ଖୁସି । କାହିଁକିନା ଏପରି ଫଳ ସେ ତ ଆଗରୁ କେବେବି ଦେଖି ନ ଥିଲା କି ଖାଇ ବି ନ ଥିଲା । ତେଣୁ ସେ ଓଟ ତା ପେଟ ଭରି ତରଭୁଜ ଖାଇଲା । ମାତ୍ର ବିଲୁଆର ତ ପେଟ ବହୁତ ଛୋଟ । ଛୋଟ ପେଟରେ ଅବା କେତେ ତରଭୁଜ ଖାଇବ ସେ ବିଲୁଆ । ତେଣୁ ସେ ବିଲୁଆର ପେଟ ଅତି ଶୀଘ୍ର ପୁରିଗଲା । ଏଣେ ସେ ବିଲୁଆର ପେଟ ପୁରିଯିବା କ୍ଷଣି ତା ଅଭ୍ୟାସ ଅନୁସାରେ ସେ ଭୁକିବାକୁ ଲାଗିଲା । ବିଲୁଆର ଏପରି ଭୁକିବା ଶବ୍ଦ ଶୁଣି ବିଲମାଲିକ ହଠାତ୍ ଜାଣିପାରିଲା ଯେ, ତା ତରଭୁଜ ବିଲରେ ବିଲୁଆ ପଶିଛି । ତେଣୁ ସେ ଗୋଟିଏ ଠେଙ୍ଗା ଧରି ତା ବିଲରେ ଯାଇ ହାଜର । ବିଲୁଆଟି ଯେମିତି ସେ ବିଲମାଲିକକୁ ଠେଙ୍ଗା ସହିତ ଆସୁଥିବାର ଦେଖିଛି ସେମିତି ସେ ଚୁପ୍ ଚୁପ୍ ଯାଇ ବୁଦା ଭିତରେ ଲୁଚିଗଲା । କିନ୍ତୁ ଓଟ ଏ ବିଷୟରେ ଆଦୌ  କିଛି ବି ଜାଣିପାରିଲା ନାହିଁ । ବିଲମାଲିକ ତା ତରଭୁଜ ବିଲରେ ଓଟକୁ ଦେଖି ତା ହୋଶ୍ ପୁରା ଉଡିଗଲା । ତାପରେ ସେ ଠେଙ୍ଗାରେ ଓଟକୁ ପିଟିବାକୁ ଲାଗିଲା । ଓଟ ଦଶ ବାର ଥର ଠେଙ୍ଗା ମାଡ ଖାଇ ଦୌଡିବାକୁ ଲାଗିଲା । ତା ଗୋଡ ପିଠି ଠେଙ୍ଗା ମାଡ ଖାଇ ପୁରାପୁରି ଦରଜ ହୋଇଗଲା । ସେଥିଲାଗି ବିଚରା ଓଟ ବି ବହୁତ କଷ୍ଟ ପାଇଲା । ଏକଥା ସବୁ ଦେଖି ସେ ବିଲୁଆ କିନ୍ତୁ ବହୁତ ଖୁସି ହେଉଥାଏ ।


ଗପ ସାରଣୀ

ତାଲିକାଭୁକ୍ତ ଗପ