କିଛି ଦିନ ବିତିଗଲା । ଓଟ ଆଉ ଭୁଲ୍ରେ ସୁଧା ବି ସେ ବିଲୁଆ ସହିତ କଥା ହେଲାନି । ଭାବିଲା ଏ ବିଲୁଆଟା ମିତ୍ର ନୁହେଁ । ବରଂ ଗୋଟିଏ ବିଶ୍ୱାସଘାତକ । ଖାସ୍ ତା’ରି ପାଇଁ ଆଜି ମୋର ଏ ଅବସ୍ଥା । ସେ ମିତ୍ର ନୁହେଁ ବରଂ ମୋର ଶତ୍ରୁ । ମାତ୍ର ସେ ବିଲୁଆ ତ ବଡ ଚତୁର । ତେଣୁ ସେ ଓଟକୁ ବୁଝାଇଲା । କହିଲା – ମୁଁ କ’ଣ କରିବି ଯେ । ଏଇଟା ତ ମୋର ଗୋଟିଏ ଖରାପ୍ ଅଭ୍ୟାସ । ଖାଇବା ପରେ ମୁଁ ଟିକେ ଭୁକିଥାଏ । ଏ କଥା ଶୁଣି ସେ ଓଟ କହିଲା – ‘ଠିକ୍ ଅଛି । ପଛ କଥା ଭାବି ଆମ ମିତ୍ରତା ଶେଷ କରିବା ମୋଟେ ଠିକ୍ ହବନି ।’ ଦିନକର କଥା ବିଲୁଆ କହିଲା – ଓଟ ଭାଇ! ଏଇ ପାଖ ଜଙ୍ଗଲରେ ଗୋଟିଏ ଲୋକ ଭଲ ଆଖୁଚାଷ କରିଛି । ଆଉ ସେ ଆଖୁ ଗୁଡିକ ବି କଅଁଳିଆ ଓ ମିଠା । ଭାରି ଭଲ ଲାଗିବ । ଚାଲ ଯିବା, ମନ ଭରି ଖାଇବା । ଆଉ ସେ ପଛ କଥା ମନେ ପକାଇ ଆମେ ଆମ ବନ୍ଧୁତା ନଷ୍ଟ କରିବାନି । ମୁଁ କଥା ଦେଉଛି ଆଉ ଚିତ୍କାର କରିବିନି ।
ଏ କଥା ଣୁଣି ଓଟ ବିଲୁଆ ସହିତ ସେ ଆଖୁ ବିଲକୁ ଗଲା । ଆଖୁ ବିଲରେ ପହଁଚି ଓଟ ତା ମନ ଭରି ଆଖୁ ଖାଇଲା । ବିଲୁଆ ମଧ୍ୟ ଆଖୁ ଖାଇଲା । ବହୁ ଆଗରୁ ସେ ବିଲୁଆର ତ ଖରାପ ଆଦତ ଅଛି । ଏବେ ତା ସ୍ୱଭାବ ପରିବର୍ତ୍ତନ ବା ହୁଅନ୍ତା କିପରି । ତେଣୁ ଆଖୁ ଖାଇ ସାରିବା ପରେ ସେ ବିଲୁଆ ଭୁକିବା ଆରମ୍ଭ କରିଦେଲା । ଏପରି ଶବ୍ଦ ଶୁଣି ସେ ବିଲମାଲିକ ଜାଣିନେଲା ଯେ, ତା ଆଖୁ ବିଲରେ ବିଲୁଆ ପଶିଛି । ତେଣୁ ସେ ଗୋଟିଏ ବାଡିରେ ନିଆଁ ହୁଳା ବାନ୍ଧି ବିଲକୁ ଆସି ଦେଖେତ ଓଟଟିଏ ଦୌଡୁଛି । ତାପରେ ସେ ଲକ୍ଷ କରି ନିଆଁ ହୁଳାଟାକୁ ଓଟ ପିଠିରେ ପକାଇଦେଲା । ସେଥିରେ ସେ ବିଚରା ଓଟର କୁଜ ପୋଡିଗଲା । ଏ କଥା ତ ସେ ଆଖୁବିଲରେ ବିଲୁଆ ଲୁଚି ସବୁ ଦେଖି ବହୁତ ଖୁସି ଓ ଆନନ୍ଦିତ ହେଉଥାଏ । ଏଣେ ସେ ଓଟ ବହୁତ କଷ୍ଟ ପାଇଲା । ସେ ଜାଣିପାରିଲା ଏ ବିଲୁଆ କଦାପି ମଧ୍ୟ ତା’ ମିତ୍ର ନୁହେଁ । ସେ ଖାଲି ମିତ୍ରତା ଆଚରଣ କରି ମତେ କଷ୍ଟ ଦେଇ ବହୁତ ଆନନ୍ଦିତ ହେଉଛି । ସମୟ ସୁବିଧା ଦେଖି ସେ ବିଲୁଆକୁ ପାନେ ଦବ ବୋଲି ଚିନ୍ତା କଲା ସେ ଓଟ ।