ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଓସ୍ତାଦଙ୍କ ଓସ୍ତାଦ

ଏକଦା ଗୋଟିଏ ନଗରରେ ପଂଚୁ ଦାଦା ନାମକ ଜଣେ ଯୁବକ ରହୁ ଥିଲା । ପିତୃପୁରୁଷଙ୍କ ଠାରୁ ତାଙ୍କୁ କିଛି ସମ୍ପତ୍ତି ମିଳି ଥିଲା । କିନ୍ତୁ ତାହାର ଉପଯୁକ୍ତ ରକ୍ଷଣା ବେକ୍ଷଣାର ଅଭାବରେ ତାହାକୁ ସେ ଅତି ଶୀଘ୍ର ନିଜ ପେଟ ପାଇଁ ମୂଳ ପୋଛ କରି ଦେଇ ଥିଲା । ଅର୍ଥାତ୍ ତାହାକୁ ସବୁ ବିକ୍ରି କରି ଦେଇ ଥିଲା ସେହି ପଂଚୁ ଦାଦା । ସେ ବହୁତ କର୍ମ କୋଢିଆ ଥିଲା । ତେଣୁ କାମ କରି ଚଳିବା ତାର ଉଦ୍ଧେଶ୍ୟ ନଥିଲା । ସେ ଭାବିଲା ଯେ ପେଟ ପୋଷିବା ପାଇଁ ସହଜ ଉପାୟ ହେଲା ଯେ ସେ ଭିକ ମାଗି ଚଳିବ । ଏଥିରେ ଶାରୀରିକ କଷ୍ଟ ବା ପରିଶ୍ରମ ନାହିଁ କିମ୍ବା ଏଥି ପାଇଁ କିଛି ଖର୍ଚ୍ଚ କରିବାକୁ ପଡିବ ନାହିଁ ମଧ୍ୟ । ସେ ଏହି କଥାକୁ ସଂଗେ ସଂଗେ କର୍ମରେ ଲଗାଇଲା ମଧ୍ୟ । ତାହାର ଗୋଟିଏ ବିଶେଷ ଗୁଣ ଥିଲା ଯେ ସେ ଯେକୌଣସି ଲୋକକୁ ଅତି ସହଜରେ କଥାବାର୍ତ୍ତାରେ ପଟାଇ ଦେଇ ପାରୁ ଥିଲା । ତାଙ୍କର ଭାଷା ଥିଲା ଅତି ନମ୍ର ତଥା ଅତି ମିଠା । ଏଥି ପାଇଁ ବଡ ବଡ ଧନୀ ଲୋକଙ୍କ ପାଖକୁ ଯାଇ ସେ ଭିକ୍ଷା କରି ବହୁ ଧନ ସମ୍ପତ୍ତି ଆଣି ପାରୁ ଥିଲା । ଏଥି ପାଇଁ ଅତି ସହଜରେ ତାଙ୍କୁ ଭୋଜନ ତଥା ପୋଷାକ ମଧ୍ୟ ମିଳି ଯାଉ ଥିଲା ।

ଦିନେ ଭିକ ମାଗିବାକୁ ଗୋଟିଏ ରାସ୍ତାରେ ଯାଉଥିବା ସମୟରେ ପଂଚୁ ଦାଦାଙ୍କୁ ଗୋଟିଏ ବହୁତ ବଡ ରାଜ ପ୍ରାସାଦ ଦେଖିବାକୁ ମିଳିଲା । ଯାହାର ଭିତରେ ତଥା ବାହାରେ ବହୁତ ସେବା କର୍ମଚାରୀ ମାନେ କାମ କରୁ ଥିଲେ ।

ସେ ଭାବିଲା ଯେ ମୁଁ ଯଦି କୌଶିଶ୍ କରେ ତେବେ ଏହି ଠାରୁ ମୋତେ ବହୁତ ପରିମାଣରେ ଭିକ ମିଳି ଯିବ । ଏହି କଥାକୁ ଚିନ୍ତା କରି ସେ ଭବନ ଭିତରକୁ ପଶି ଗଲେ ଏବଂ କାମ କରୁଥିବା ଚାକର ମାନଙ୍କ ସହିତ କଥାବାର୍ତ୍ତା ଆରମ୍ଭ କରି ଦେଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ