ସେ ପଚାରିଲେ – କ’ଣ ସାହେବ? ଏହି ଭବନରେ ମାଲିକ କିଏ?
ଓଃ ଭଦ୍ର ଲୋକ ତୁମକୁ କ’ଣ ଅଜଣା ହୋଇଛି ଯେ ଏହି ଭବନର ମାଲିକ ହେଉଛନ୍ତି ପ୍ରସିଦ୍ଧ ସେଠ୍ ମହାଶୟ ଗୁରୁ ଘଂଟାଲ୍ଙ୍କର । ଯାହାଙ୍କୁ ଜଗତ ଜାଣେ ଯେ ସେ ଜଣେ ଉଦାର ପ୍ରକୃତିର ଲୋକ । କେଉଁ ଠାରୁ ଆସିଛନ୍ତି ଆପଣ?
ପଂଚୁ ଦାଦା ମନକୁ ମନ ଭାରି ପ୍ରସନ୍ନ ହୋଇ କହିଲା – ମୁଁ ଜାଣି ନଥିଲି ଭାଇ । କିନ୍ତୁ ମୁଁ ବର୍ତ୍ତମାନ ଜାଣି ଗଲି । କାହିଁକି ନା ଭାଇ ତୁମର ସେଠ୍ଙ୍କ ଠାରୁ କ’ଣ ମୋତେ କିଛି ସାହାଯ୍ୟ ମିଳି ପାରିବ?
କାହିଁକି ନୁହେଁ ଭାଇ । ଆସନ୍ତୁ ଭିତରକୁ ଯାଆନ୍ତୁ ଏବା ଆମ ସେଠ୍ ସାହେବଙ୍କ ଠାରୁ ନିଜେ ହିଁ ଯାହା ମାଗିବା କଥା ମାଗି ନିଅନ୍ତୁ । ତୁମକୁ ଭିତରକୁ ଯିବା ପାଇଁ କେହି ବାଧା ଦେବେ ନାହିଁ । ପ୍ରସନ୍ନ ବଦନରେ ଭିତରକୁ ଯାଆନ୍ତୁ ।
ଦାସଙ୍କ କଥା ଶୁଣି ପଂଚୁ ଦାଦା ପ୍ରାସାଦର ଭିତରକୁ ପ୍ରବେଶ କଲେ ଏବଂ ପ୍ରତି କୋଠରୀରେ ବୁଲି ବୁଲି ଦେଖୁ ଦେଖୁ ଗୋଟିଏ ଏଭଳି ସୁସଜ୍ଜିତ କୋଠରୀ ମଧ୍ୟରେ ପ୍ରବେଶ କଲେ ଯେ, ଯେଉଁ ଠାରେ ଏକ ମୂଲ୍ୟବାନ୍ ସୋଫାରେ ଜଣେ ବୃଦ୍ଧ ବ୍ୟକ୍ତି ହୁକ୍କା ଟାଣୁ ଥିଲେ ।
ପ୍ରଣାମ ସେଠ୍ ଜୀ ।
ପ୍ରଣାମ ଭାଇ! ତୁମେ କିଏ ଆଉ ତୁମେ କ’ଣ ପାଇଁ ଏଠାକୁ ଆସିଛ ।
ମୋତେ ସମସ୍ତେ ପଂଚୁ ଦାଦା କୁହନ୍ତି । ଆସନ୍ତୁ ଆସନ୍ତୁ, ମୋ ପାଖରେ ବସନ୍ତୁ ।
ଏମିତି ଭବ୍ୟ ସ୍ୱାଗତ ପାଇ ପଂଚୁ ଦାଦାର ମନ ଉଚ୍ଛୁଳିବାକୁ ଲାଗିଲା । ଏଥର ସେଠ୍ ଗୁରୁ ଘଂଟାଲଙ୍କ ସାମନାରେ ବସି ବହୁତ ଆତ୍ମୀୟତାର ସହିତ କହିଲା – ଅନ୍ନଦାତା ! ମୁଁ ଜଣେ ବହୁତ ବଡ ନିର୍ଦ୍ଧନୀ ବ୍ୟକ୍ତି । ମୁଁ କେବଳ ଆପଣଙ୍କ ଭଳି ଉଦାର ତଥା ଧନଶାଳୀ ବ୍ୟକ୍ତିଙ୍କ ଭିକ ପାଇ ଦିନ ଅତିବାହିତ କରୁ ଅଛି ।
ପଂଚୁ ଦାଦାଙ୍କ କଥା ମଧ୍ୟରେ ସେଠ୍ ଜୀ କଥା କହି ପକାଇଲେ – ଆରେ ! ମୋ ନଗରରେ ମୁଁ ଥାଉ ଥାଉ ତୁମ ଭଳି ନୌଯବାନ୍ କିଭଳି ଭୋକିଲା ରହୁଛି ଏହା ଅସମ୍ଭବ, ମୁଁ ଏ କଥାକୁ ଯମା ମାନୁ ନାହିଁ ।
ଅନ୍ନଦାତା – ମୁଁ ସତ୍ୟପାଠ କରି କହୁଛି ଯେ – ମୁଁ ସକାଳୁ ଏ ପର୍ଯ୍ୟନ୍ତ ପେଟରେ ଦୁଇ ବୁନ୍ଦା ଖାଦ୍ୟ ମଧ୍ୟ ଖାଇ ନାହିଁ । ଭୋକିଲା ହୋଇ ଥିବାରୁ ମୋ ପେଟରେ ରାବଣର ଯୁଈ ଜଳିଲା ଭଳି ଲାଗୁଛି । ମୁଁ ଭୋକରେ ଛଟ ପଟ ହେଉଛି ।
କ’ଣ କହିଲ? ଭୋକରେ ତୁମେ ମରିବାକୁ ବସିଲଣି? ଗୋଟିଏ ମିନିଟ୍ ରୁହ । ମୁଁ ତୁମ ପାଇଁ ଭୋଜନ ମଗଉଛି । ଏହି କଥା କହି ସେ ସେଠ୍ ଜୀ ଡାକ ପକାଇଲେ ।
ଅରେ ସେବକ ରାମ ଦାସ ! ଜଲ୍ଦୀ ଜଲ୍ଦି ପାଣି ଆଣ । ଖାଇବା ଆଗରୁ ମୁଁ ମୋର ହାତ ଧୋଇବାକୁ ଚାହେଁ । ଆହା ! କାମ ଏଥର ହୋଇଗଲା । ପଂଚୁ ଦାଦା ଭାବିଲା ।
ସେଠ୍ଜୀଙ୍କ ଆୱାଜ୍ ଶୁଣି ମଧ୍ୟ କୌଣସି ଚାକର ଆସିଲେ ନା ପାଣି ନେଇ କେହି ପହଁଚିଲେ । ପରନ୍ତୁ ବୁଢା ସେଠ୍ ଜୀ ଏହି ପ୍ରକାର ହାତ ଧୋଇବା ଆରମ୍ଭ କଲା ଯେଭଳି ପାଣିରେ ହାତ ଧୋଉଛି । ଏହି ଭଳି କରୁ କରୁ ସେ ପଂଚୁ ଦାଦାଙ୍କୁ କହିଲା – ଓହୋ ! ତୁମେ ଠିଆ ହୋଇଛ କାହିଁକି? ତୁମେ ମଧ୍ୟ ହାତ ସଫା କର ।
ଓହୋ ! ଭାବୁଛି ସେଠ୍ ଜୀ ବହୁତ ମଜାକ୍ର ମୁଡରେ ଅଛନ୍ତି । ମୋତେ ମଧ୍ୟ ତାଙ୍କ ମଜାକ୍ରେ ସାଥ ଦେବାକୁ ହେବ ଏବଂ ସେ ମଧ୍ୟ ବିନା ପାଣିରେ ହାତ ଧୋଇ ପକାଇଲେ । ଯେତେ ବେଳେ ସେଠ୍ଜୀ ମିଛରେ ବିନା ପାଣିରେ ହାତ ଧୋଇ ପକାଇଲେ ସେତେବେଳେ ଡାକ ପକାଇଲେ ଜଲ୍ଦି ଆସ ।
ଆରେ ଭାଇ ନୌକର୍ ! ଜଲ୍ଦି ଜଲ୍ଦି ଭୋଜନ ଆଣ । ଆମେ ଦୁଇ ଜଣ ବହୁତ ଭୋକିଲା ଅଛୁ ।
ଏଥର ମଧ୍ୟ ନା କୌଣସି ନୌକର୍ ଆସିଲେ ନା କୌଣସି ଭୋଜନ ସାମଗ୍ରୀ ଆସିଲା । କିନ୍ତୁ ସେଠ୍ଜୀ ଏଭଳି ଆକ୍ଟିଙ୍ଗ କରିବାକୁ ଲାଗିଲେ ଯେ ସେଠାରେ ବହୁତ ଖାଦ୍ୟ ପରସା ଯାଇଛି ଓ ସେ ମଧ୍ୟ ମହା ଆନନ୍ଦରେ ସ୍ୱାଦିଷ୍ଟ ଖାଦ୍ୟ ଖାଉଛନ୍ତି ।
ବାହଃ ! କି ସୁନ୍ଦର ମିଠା ରୋଟି ତିଆରି ହୋଇଛି ।
ଆରେ ମିତ୍ର ! କଥା କ’ଣ? ତୁମେ କାହିଁକି କିଛି ଖାଉ ନାହଁ ତ । ଭାଇ ଏହାକୁ ନିଜ ଘର ବୋଲି ଭାବ ଏବଂ ନିଃସଂକୋଚରେ ପେଟ ଭର୍ତ୍ତି କରି ଭୋଜନ କର ।
ପଂଚୁ ଦାଦା କିଛି ବୁଝି ପାରୁ ନଥାନ୍ତି । ମାତ୍ର ସେଠ୍ ଜୀଙ୍କ ନକଲ କରି ସେ ମଧ୍ୟ ଖାଇବାର ଅଭିନୟ କରିବାକୁ ଲାଗିଲେ ।
ବାହଃ ! କି ସୁନ୍ଦର ଦହି, ଆହା ! ମଜା ଆସି ଗଲା ।
ତୁମେ ସମଝଦାର୍ ।
ଆରେ ଭାଇ ! ଦହି ଖାଲି ଖାଇଲେ ଚଳିବ ରୋଟି ମଧ୍ୟ ଖାଇକରି ଦେଖ ।
ବିଚରା ପଂଚୁ ଯାହାକୁ ରୋଟି ଦେଖା ଯାଉ ନଥିଲା ବା ନା ଅନ୍ୟ କିଛି ଖାଦ୍ୟ ସାମଗ୍ରୀ ମଧ୍ୟ ଦେଖା ଯାଉ ନଥିଲା । ସେ କେବଳ ସେଠ୍ ଜୀଙ୍କ କଥା କଥାରେ ହଁ ଭରୁ ଥିଲା ।
ବାହ ! କ’ଣ କହିବା ଏତେ ସ୍ୱାଦିଷ୍ଟ ରୋଟି ହୋଇଛି ଯେ ମୁଁ ମୋ ଜୀବନରେ ଏଭଳି ରୋଟି ପ୍ରଥମ ଥର ପାଇଁ ଆଜି ଖାଇଲି । ଏତିକି କହିକି ପଂଚୁ ଦାଦା ମୁହଁ ଚାକୁଳି କରିବାକୁ ଲାଗିଲା ଏବଂ ସ୍ୱାଦର ପ୍ରଶଂସା କରିବାକୁ ଲାଗିଲା ।
ଏହା ଦେଖି ବୁଢା ସେଠ୍ ଜୀ କହିଲେ – ଆରେ ! ଏହି ରୋଷେଇକୁ ମୁଁ ମୋତିର ଭାଉରେ ନେଇଛି । ଆରେ ଭାଇ ତାହା ହାତରେ ତିଆରି କରିଥିବା ଆଉ କିଛି ସ୍ୱାଦିଷ୍ଟ ଖାଦ୍ୟ ମଗାଉଛି । ଆରେ ଭାଇ ନୌକର୍ – ଜଲ୍ଦି କର । ଆଉ କିଛି ଭୋଜନ ଆଣ । ଚିକେନ୍ ଆଣ, କୋପତେ ଆଣ, ବିରିୟାନି ଆଣ, କଚମ୍ବର ମଧ୍ୟ ଆଣ ଇତ୍ୟାଦି । ଏଠାରେ ଜଣେ ଯୁବକ ଭୋକରେ ବସିଛି । ଜଲ୍ଦି ଆଣ, ନ ହେଲେ ଏହାର ଭୋକ ମରି ଯିବ ।
ଶୀଘ୍ର ସେଠ୍ ପୁଣି ଏମିତି ଅଭିନୟ କରିବାକୁ ଲାଗିଲା ଯେ, ଯେମିତି ନୌକର ମାଗି ଥିବା ସମସ୍ତ ଖାଦ୍ୟ ପଦାର୍ଥ ଆଣି ପହଁଚାଇ ଦେଇଛି ।
ନିଅ ଭାଇ ! ଆରମ୍ଭ କରି ଦିଅ ଚିକେନ୍ ଉପରେ ଆଣି ଥିବା ଖାଦ୍ୟ ପଦାର୍ଥ ।
ନିଶ୍ଚୟ ଏଥିରେ ଦ୍ୱିମତ ନାହିଁ । ମୋର ଚିକେନ୍ ଉପରେ ପ୍ରସ୍ତୁତ ବିରିୟାନି ସର୍ବଦା ପସନ୍ଦର ଖାଦ୍ୟ ଅଟେ ତାଛଡା ବିରିୟାନିର ସୁଗନ୍ଧରେ ମୋର ପେଟ କ୍ଷୁଧାରେ ଆହୁରି ଜଳିବାକୁ ଲାଗିଲା ।
ତମର ଭୋଜନ ସମାପ୍ତ ହେଲା ମିତ୍ର ! ଆମେ ଦୁଇ ଜଣ ଖୁବ୍ ଦାବତ ଖାଇଛୁ । ଏଥର ଉତ୍ତମ ଶରାବ ପିଇବାକୁ ହେବ ।
ପଂଚୁ ଦାଦାର ଉତ୍ତରକୁ ଅପେକ୍ଷା ନ କରି ପୁନଃ ସେଠ୍ ଜୀ ନୌକରଙ୍କୁ ଡାକ ପକାଇଲେ ।
ଆରେ ନୌକର୍ ! ଜଲ୍ଦି ଜଲ୍ଦି ଉତ୍ତମ ଶରାବର ଆୟୋଜନ କର ଏବଂ ଆମକୁ ପଂଚ ଭାଗ କରି ଗିଲାସରେ ଢାଳି ଦିଅ ।
ପଂଚୁ ଦାଦା ମନେ ମନେ ଭାବିଲା ଏହି ସେଠ୍ଜୀ ବହୁତ ଚାଲାକ୍ । ଏଥର କିନ୍ତୁ ତାଙ୍କୁ ଚେଙ୍କା ଦେବାକୁ ପଡିବ ।
ଅନ୍ନଦାତା ! ମୁଁ ମୋ ଜୀବନରେ କେବେ ଶରାବ (ମଦ) ପିଇ ନାହିଁ । ପୁଣି ଏଥିରେ ଏହାର କ’ଣ ଆବଶ୍ୟକତା ରହିଛି ।
ମିତ୍ର ମୁଁ ମଧ୍ୟ ଆଜି ପର୍ଯ୍ୟନ୍ତ କେବେ କୌଣସି ମଦ ପିଇ ନାହିଁ ।
ଆରେ! ମୋ ପାଇଁ ତ କିଛି – ମଦ ପିଅ ।
ସେତେ ବେଳେ ପଂଚୁ ଦାଦା ମନକୁ ମନ ହଁ କହିଲା । ତାଙ୍କର ହଁ କରିବା ମାତ୍ରେ ସେହି ବୁଢା ଏମିତି ଅଭିନୟ କରିବାକୁ ଲାଗିଲା ଯେ, ଯେମିତି ସେ ତାଙ୍କର ଗୋଟିଏ ହାତରେ ମଦ ବୋତଲ ଓ ଅନ୍ୟ ହାତରେ ମଦ ଗ୍ଲାସ୍ ଧରିଛନ୍ତି । ମିଛି ମିଛିକା ମଦ ବୋତଲରୁ ମଦ ଗ୍ଲାସ୍ରେ ମଦ ସବୁ ଢାଳୁଛନ୍ତି ।
ନିଅ ଭାଇ ଗୋଟିଏ ପ୍ୟାକ୍ ମାରି ଦିଅ ।
ଧନ୍ୟବାଦ, ସେଠ୍ ଜୀ, ଦିଅନ୍ତୁ ।
ଏହି ପରି କେତେ ଥର ମୁଟ୍ଠିରେ ଗିଲାସ ଭର୍ତ୍ତି କରି ପଂଚୁକୁ ପିଆଇଲେ ଏବଂ ସେଠ୍ ଜୀ ନିଜେ ମଧ୍ୟ ପିଇଲେ ।
କ’ଣ ଭାଇ କେମିତି ଲାଗୁଛି ଏଥର? ସ୍ୱର୍ଗ ସୁଖ ଅନୁଭବ ହେଉଛି ନା ନାହିଁ ।
ବାଃ ସେଠ୍ ଜୀ ! କେତେ କମାଲର ଜିନିଷ ଆଜି ମୋତେ ପିଆଇଛ ସେଠ୍ ଜୀ ।
ପୁଣି କିଛି ସମୟ ପରେ ପଂଚୁ ଦାଦା ଏମିତି ଅଭିନୟ ଆରମ୍ଭ କଲା ଯେପରି ତାକୁ ସତରେ ନିଶା ଚଢି ଯାଇଛି । ସେ ମଦୁଆଙ୍କ ପରି ଝୁଲି ଝୁଲି ମୁକ୍କା ମାରୁ ମାରୁ ସେଠ୍ ଜୀଙ୍କ ପାଖକୁ ଗଲା ।
ହଁଃ…ହଁଃ…ହଁଃ…! ବର୍ତ୍ତମାନ ମୁଁ ତୁମକୁ ଛାଡିବି ନାହିଁ ।
ଆରେ…ଆରେ…! ଏ ତୁମେ କ’ଣ କରୁଛ?
ପଡି ଯାଉ ଯାଉ ସେଠ୍ ଜୀ ତାଙ୍କୁ ଧରି ପକାଇଲେ । ପଂଚୁ ଦାଦା ଗୋଟିଏ ଜୋର୍
ଦାର୍ ମୁଥି ତାଙ୍କ ନାକ ଉପରେ ମାରି ଦେଲା ।
ହାୟ! ମରି ଗଲି ।
ସେଠ୍ ଜୀ ମାଡ ଖାଇ ପଛ ପଟେ ପଡି ଗଲା । ପଂଚୁ ଦାଦା ପୁନଃ ଯେମିତି ତାର ନକଲି ଅଭିନୟରେ ପୁଣି ସେଠ୍ ଜୀଙ୍କ ଆଡକୁ ଅଗ୍ରସର ହେଲା – ବୁଢା ସେଠ୍ ଜୀ ଭୟଭୀତ ହୋଇ ଉଠି କହିଲେ – ଆରେ ୟାର ! ରୁହ – ରୁହ, ପାଗଳା ହୋଇ ଯାଇଛ କି? ଟିକେ ଚିନ୍ତା କରି କହିଲ ମୋର ଖାତିର୍ ଦାରିରେ କୌଣସି ବ୍ୟତିକ୍ରମ ହୋଇ ଗଲା କି? ମୋତେ ଏଭଳି ମାରୁଛ କାହିଁକି?
ହାଃ…ହାଃ…ହାଃ….! ଏଥିରେ ମୋର କିଛି ଦୋଷ ନାହିଁ ସେଠ୍ଜୀ । ଏ ତୋ ମଦର କରାମତି, ଯେଉଁଟାକି ମୋ ମସ୍ତିଷ୍କରେ ଚଢି ଯାଇଛି । ମୁଁ ପ୍ରଥମରୁ ହିଁ କହୁଥିଲି କି ମୁଁ କେବେ ମଦ ଛୁଏଁ ନାହିଁ ବୋଲି ।
ଏଥର ଏହାର ପରିଣାମ ଆପଣ ଭୋଗନ୍ତୁ !
ଏହା ଶୁଣି ସେଠ୍ ମାଟିରୁ ଉଠି ଆଉ ହସି ହସି କହିବାକୁ ଯାଇ ତାଙ୍କୁ ଜାବୁଡି ଧରିଲେ ।
ଯୁବ ପ୍ରତିଭା ! ତୁମେ ବାସ୍ତବରେ ଓସ୍ତାଦର ଓସ୍ତାଦ ବନି ଗଲ । ମୁଁ ବହୁତ ସମୟ ହେବ ତୁମ ଭଳି ଜଣେ ବୁଦ୍ଧିମାନ ଯୁବକର ଅନ୍ୱେଷଣରେ ଥିଲି । ଆଜି ତାହା ମୁଁ ପାଇଗଲି । ମୋର ସମସ୍ତ ବସ୍ତୁ ତୁମର, ଏ ଜାଗା ଜମି ସବୁ ତୁମର । ମୋର ସମସ୍ତ ସ୍ଥାବର ଅସ୍ଥାବର ସମ୍ପତ୍ତି ଉପରେ କେବଳ ତୁମର ଅଧିକାର ରହିଛି । ତୁମେ ମୋର ମିଛ ଅଭିନୟରେ ତୁମେ ବିନା କିଛି ଭୋଜନରେ ଭୋଜନର ଅଭିନୟ କଲ । ବର୍ତ୍ତମାନ ମୁଁ ତୁମକୁ ସେହି ସବୁ ଖାଦ୍ୟ ସାମଗ୍ରୀ ବାସ୍ତବରେ ଦେଉ ଅଛି ତାହାକୁ ଏକ ଏକ କରି ସମସ୍ତ ଖାଦ୍ୟ ସାମଗ୍ରୀକୁ ଦେଉଅଛି । ତୁମେ ତାହାକୁ ଗୋଟି ଗୋଟି କରି ଗ୍ରହଣ କରିବ । କିଛି ଦିନ ଭିତରେ ପଂଚୁ ଦାଦା ଗୁରୁ ଘଂଟାଲ୍ଙ୍କର ଅତି ନିକଟତମ ତଥା ପ୍ରିୟ ବ୍ୟକ୍ତି ହୋଇଗଲେ ।
ଗପ ସରିବା ଭିତରେ ସେ ପଂଚୁ ଦାଦା ଗୁରୁ ଘଂଟାଲ ରାଜ ପ୍ରାସାଦର ଏକ ଅଂଶୀଦାର ରୂପେ ପରିଚିତ ହେବାକୁ ଲାଗିଲେ ଏବଂ ଅତି ଆନନ୍ଦରେ ଜୀବନ ଯାପନ ବିତେଇ ବାକୁ ଲାଗିଲେ ।