ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

କଞ୍ଜୁସ୍

ରାଜପୁରରେ କନକ ନାମକ ଜଣେ ବ୍ୟବସାୟୀ ଥିଲେ । ସେ ଟଙ୍କା କରଜ ଦେଇ ବହୁତ ସୁଧ ନେଉଥିଲେ ଓ ଅନେକ ଧନ ରୋଜଗାର କଲେ । ଏଣେ ପୁଣି ସେ ଗ୍ରାମର ଲୋକେ ତାଙ୍କୁ ମହାକଞ୍ଜୁସ୍ ବୋଲି କହନ୍ତି । ସେ କିନ୍ତୁ ସେସବୁକୁ ଆଦୌ ଖାତିର୍ କରନ୍ତି ନାହିଁ । ସେ କହନ୍ତି, “ଯାହା ପାଖରେ କିଛି ନାହିଁ ସେ ପୁଣି କିପରି କଞ୍ଜୁସ୍ ହେବ? ଯାହା ପାଖରେ ଧନ ଅଛି, ତାକୁ ରକ୍ଷା କରିବା ଅର୍ଥ କ’ଣ କଞ୍ଜୁସ୍? ଧନକୁ ରକ୍ଷା କରିବାରୁ ସିନା ଅନ୍ୟମାନେ କରଜ ନେଉଛନ୍ତି ଏବଂ ତଦ୍ୱାରା ସେମାନଙ୍କୁ ସାହାଯ୍ୟ କରାଯାଉଛି । ଅର୍ଥାତ୍ ସେମାନଙ୍କର ଅସୁବିଧା ଦୂର କରାଯାଉଛି ।”

                ଥରେ କନକ ଖେତବାଡି କାମ ଦେଖି ଫେରିବା ବାଟରେ ମୋଚି ପାଖକୁ ଗଲେ । ମୋଚି ବିଶାରାମ ତାଙ୍କୁ କହିଲା, “ବାବୁ, ଏହି ଚପଲ ବହୁତ ସୁନ୍ଦର ଚମଡାରେ ତିଆରି ହୋଇଛି । ସହରରେ ଏହା କୋଡିଏ ଟଙ୍କାରୁ କମ୍ରେ ମିଳିବ ନାହିଁ । ମାତ୍ର ମୁଁ ଆପଣଙ୍କୁ ଦଶ ଟଙ୍କାରେ ଦେବି; ନିଅନ୍ତୁ ।”

                ଏଭଳି କଥା ଶୁଣି ସେ କନକ ଖୁବ୍ ଚିଡିଯାଇ ତା’ ଚପଲକୁ ଚାହିଁ କହିଲା, “ମୋ ପାଦ ତ ଘୋରି ହୋଇଯାଉ ନାହିଁ; ଏହି ଘୋରି ହୋଇଯିବା ଚପଲ ମୁଁ ବା କାହିଁକି ପିନ୍ଧିବି? ମୁଁ ତ ଆଉ ଏଠାକୁ ଚପଲ ପାଇଁ ଆସି ନାହିଁ । ମୋତେ ରାସ୍ତାରେ ମୋର ଜଣେ ବନ୍ଧୁ ସିଗାରେଟ୍ଟିଏ ଦେଲେ । ହେଲେ ସେତେବେଳେ ତାଙ୍କ ପାଖରେ କିନ୍ତୁ ଡିଆସିଲି ନଥିଲା । ମୁଁ ଦେଖିଲି ତୁମେ ବିଡି ଖାଉଛ, ତେଣୁ ଡିଆସିଲି ପାଇବା ଆଶାରେହିଁ ମୁଁ ଏଠାକୁ ଆସିଛି । କ’ଣ ଦେବ ତ?”

                “ହଁ ନିଶ୍ଚୟ ।” ଏତିକି କହି ସେ ମୋଚି ବିଚାରା ଅତ୍ୟନ୍ତ ବ୍ୟସ୍ତ ହୋଇପଡିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ