ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

କଠୋର ତପସ୍ୟା

                ତହିଁ ଆରଦିନ ଯଜ୍ଞ କାର୍ଯ୍ୟ ଆରମ୍ଭ ହୋଇଗଲା । ଏହି ମହାଯଜ୍ଞ ଦେଖିବାପାଇଁ ପାଖ ଆଖ ଗ୍ରାମରୁ ବହୁତ ଲୋକ ଆସିଲେ । ସେ ଲୋକମାନଙ୍କ ମଧ୍ୟରେ ପ୍ରସାଦ ବଂଟନ କରାଯାଉଥିଲା । ଦିନେ ରାଜା କୃଷ୍ଣଦେବରାୟ ଭୋରୁ ଉଠି ରାଜପୁରୋହିତ କିପରି ତପସ୍ୟା କରୁଛନ୍ତି ତାହା ଦେଖିବାକୁ ବାହାରିଲେ । ସେତେବେଳେ ତ ରାଜାଙ୍କ ସାଙ୍ଗରେ ତେନାଲୀରାମାଙ୍କ ମଧ୍ୟ ଥିଲେ । ସେଦିନ ପୁଣି ଏତେ ଜୋର୍ରେ ଥଣ୍ଡା ପଡିଥାଏ ଯେ ଦେହ ଥରିବା ସାଙ୍ଗକୁ ଦାନ୍ତ ସବୁ ମଧ୍ୟ ଠକ୍ ଠକ୍ ହୋଇ ବାଜୁଥାଏ । ଏପରି ଶୀତରେ ପୁରୋହିତଙ୍କୁ ଥଣ୍ଡା ପାଣିରେ ପଶି ତପସ୍ୟା କରୁଥିବାର ଦେଖି ରାଜା ତେନାଲୀରାମାଙ୍କୁ କହିଲେ, –

                “ଆଶ୍ଚର୍ଯ୍ୟ….. ଅଦ୍ଭୁତ…… କେତେ କଠିନ ତପସ୍ୟା ରାଜ ପୁରୋହିତ କରୁଛନ୍ତି ସତେ । ରାଜ୍ୟବାସୀଙ୍କ ମଙ୍ଗଳ ପାଇଁ ସତରେ ସେ ବଡ ଚିନ୍ତିତ । ରାଜାଙ୍କ ଠାରୁ ଏପରି କଥା ଶୁଣି ତେନାଲୀରାମା କହିଲେ, “ମହାରାଜ! ଆପଣ ଯାହା କହୁଛନ୍ତି ତାହା ତ’ ଠିକ୍ । ଚାଲନ୍ତୁ ପାଖକୁ ଯାଇ ଦେଖିବାତ’ ପୁରୋହିତ ମହାଶୟ କିପରି ତପସ୍ୟା କରୁଛନ୍ତି ।”

                ତହୁଁ ତେନାଲୀରାମାଙ୍କ କଥା ଶୁଣି ସେ ରାଜା କହିଲେ, “କିନ୍ତୁ ପୁରୋହିତ ମହାଶୟ ତ’ ନିଜେ ମନା କରିଛନ୍ତି ଯେ ସେ ତପସ୍ୟା କରୁଥିବା ସମୟରେ କେହି ବି ଯେମିତି ତାଙ୍କ ପାଖକୁ ଆଦୌ ଆସିବେ ନାହିଁ । କାରଣ କେହିବି ତାଙ୍କ ପାଖକୁ ଆସିଲେ ତାଙ୍କର ତପସ୍ୟା ଭଙ୍ଗ ହୋଇଯିବ ।

                ରାଜାଙ୍କ ଠାରୁ ଏଭଳି କଥା ଶୁଣି ତେନାଲୀରାମା କହିଲେ, “ତା’ହେଲେ ମହାରାଜ! ଏଠାରେ ଆମେ ଦୁଇଜଣ କିଛି ସମୟ ପର୍ଯ୍ୟନ୍ତ ସେ ପୁରୋହିତଙ୍କୁ ଅପେକ୍ଷା କରିବା । ସେ ଯେମିତି ପାଣିରୁ ବାହାରିବେ ତାଙ୍କୁ ଫଳ-ଫୁଲ ଦେଇ ଆମେ ତାଙ୍କର ସ୍ୱାଗତ କରିବା ।” ତେନାଲୀରାମାଙ୍କର ଏହି କଥାଟି ବି କୃଷ୍ଣ ଦେବରାୟଙ୍କର ମନକୁ ବେଶ୍ ପାଇଲା । ତାପରେ ରାଜା ଓ ସେ ତେନାଲୀରାମା କିଛି ଦୂରରେ ଠିଆ ହୋଇ ଅପେକ୍ଷା କଲେ, ହେଲେ ସେ ପୁରୋହିତ ମହାଶୟ ଜଣକ ଉପରକୁ ଉଠିବାର ନାଁ ଗନ୍ଧ ମୋଟେ ଧରୁ ନଥାନ୍ତି ।

                ଏହାପରେ ସେ ତେନାଲୀରାମା କହିଲେ – “ମୁଁ ଏବେ ଠିକ୍ ଜାଣିପାରୁଛି । ବୋଧହୁଏ ଅତ୍ୟଧିକ ଥଣ୍ଡା ହେତୁ ପୁରୋହିତ ମହାଶୟଙ୍କର ଶରୀର ନାଠି ହୋଇଗଲାଣି । ଏଥିପାଇଁ ବୋଧହୁଏ ସେ ପାଣିରୁ ଆଦୌ ବାହାରି ପାରୁ ନାହଁନ୍ତି । ମୁଁ ଯାଉଛି ତାଙ୍କର ଟିକେ ସହାୟତା କରିବି ।

                କିଛି ସମୟ ପର୍ଯ୍ୟନ୍ତ ତେନାଲୀରାମା ଏହି କଥା ଚିନ୍ତା କଲେ ଏବଂ ସେ ନଦୀ ପାଖକୁ ଚାଲିବାକୁ ଆରମ୍ଭ କଲେ ।

                ଏହାପରେ ପୁରୋହିତ ପାଣି ମଧ୍ୟରୁ ବାହାରି ଆସିଲେ । ସେ ତାଙ୍କ ସାମ୍ନାରେ ରାଜା ଏବଂ ତେନାଲୀରାମାଙ୍କୁ ହଠାତ୍ ଦେଖି ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇଗଲେ । ରାଜା କହିଲେ, “ତେନାଲୀରାମା! ଦେଖ ପୁରୋହିତ କିପରି ଏତେ ସମୟ ତପସ୍ୟା କଲେ । ତାଙ୍କର ଅଂଟା ପାଖରୁ ପାଦ ପର୍ଯ୍ୟନ୍ତ କିପରି ନୀଳ ଦେଖାଯାଇଛି ।”

                ତେନାଲୀରାମା ହସି ହସି କହିଲେ, “ମହାରାଜ! ଆପଣ ଜାଣି ପାରୁନାହାଁନ୍ତି କି? ହେଇ ଦେଖନ୍ତୁ! ଥଣ୍ଡାରୁ ବଂଚିବା ପାଇଁ ପୁରୋହିତ ତାଙ୍କ ଧୋତି ତଳେ ନୀଳରଙ୍ଗର ଏହି ଜଳରୋଧକ ପୋଷାକ ପିନ୍ଧିଛନ୍ତି ।

                ଏହା ଦେଖି ରାଜା ଓ ତେନାଲୀରାମା ହସି ହସି ରାଜ ମହଲକୁ ଯିବାକୁ ବାହାରିଲେ ଏବଂ ଏଣେ ଏ ପୁରୋହିତ ଲଜ୍ଜାରେ ନିଜ ମୁଣ୍ଡ ତଳକୁ କରି ସେଠାରୁ ଫେରିଗଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ