ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

କଡମାଛ ଓ ରାଜକୁମାରୀ

ସକାଳ ହେବାକ୍ଷଣି ବୁଢା ତା ପୁଅକଥାରେ ରାଜଉଆସ ନିକଟରେ ଯାଇ ପହଁଚିଲା । ବୁଢା ସେଠାରେ ଦେଖିଲା ଦୁଇଟି ପକ୍ଷୀରାଜ ଘୋଡା ଲାଗିଥିବା ଗୋଟିଏ ରଥ ରାଜଉଆସ ସିଂହଦ୍ୱାର ନିକଟରେ ଥୁଆହୋଇଛି ।

ସମ୍ରାଟ ତାଙ୍କ ଶୋଇବା ଘର ଝରକା ବାଟେ ସିଂହଦ୍ୱାର ପାଖରେ ଦୁଇଟି ପକ୍ଷୀରାଜ ଘୋଡା ଲାଗିଥିବା ରଥଟିଏ ଦେଖି ଖୁବ୍ ଆଶ୍ଚର୍ଯ୍ୟ ହୋଇଗଲେ । ତା’ପରେ ସେ ରାଜା ମନକୁମନ ବୁଢାର ସେ ପୁଅକୁ ପ୍ରଶଂସା ନକରି ଆଉ ରହି ପାରିଲେ ନାହିଁ ।

ବୁଢା ରାଜଉଆସ ନିକଟରୁ ଫେରି ପୁଅକୁ ପକ୍ଷୀରାଜ ଘୋଡା ଲାଗିଥିବା ରଥ କଥା କହିଲା ଓ ପୁଅ ଏହା ଶୁଣି ବୁଢାକୁ ସମ୍ରାଟଙ୍କୁ ଭେଟିବା ପାଇଁ କହିଲା ।

ବୁଢା ଅତି ଆନନ୍ଦରେ ଯାଇ ସମ୍ରାଟଙ୍କ ନିକଟରେ ପହଁଚି କହିଲା ‘ଆପଣଙ୍କ କଥା ଅନୁସାରେ ଆମେ ତିନୋଟି ଯାକ ସର୍ତ୍ତ ପୂରଣ କଲୁ ଏଣିକି ଆପଣ ରାଜକୁମାରୀକୁ ମୋ ପୁଅ ସହିତ ବିବାହ ଦିଅନ୍ତୁ ।’

ସମ୍ରାଟ ବୁଢାକୁ କହିଲେ ‘ହଁ, ନିଶ୍ଚୟ ମୁଁ ମୋର କଥା ରକ୍ଷାକରି ତୁମ ପୁଅ ସହିତ ରାଜକୁମାରୀକୁ ବିବାହ ଦେବି । ଏବେ ତୁମେ ତୁମ ପୁଅକୁ ରାଜଦରବାରକୁ ଆଣ ।’

ଏହା ଶୁଣି ବୁଢା ଅତି ଆନନ୍ଦରେ ଯାଇ ପୁଅକୁ ଏକଥା କହିଲା ଓ କଡ ମାଛଟିକୁ ଅଖାରେ ପୁରାଇ କାନ୍ଧରେ ରଖି ରାଜପ୍ରାସାଦକୁ ଗଲା । ବାଟରେଥିବା ଲୋକମାନେ ଏହା ଦେଖି ରାଜକୁମାରୀର ଭାଗ୍ୟକୁ ଖାଲି ନିନ୍ଦା କଲେ ।

ରାଜଦରବାରରେ ପହଁଚି ବୁଢା ଅଖାରୁ ତାର କଡ ମାଛର ପୁଅକୁ ବାହାର କରି ଗୋଟିଏ କାଠଚୌକି ଉପରେ ରଖିଲା ଓ ପରେ ପରେ ରାଜକୁମାରୀ ଓ ସେ କଡ ମାଛକୁ ନୂଆମନ୍ଦିରକୁ ନିଆଯାଇ ସେମାନଙ୍କର ବିବାହ କାର୍ଯ୍ୟ ଶେଷ କରାଗଲା ।

କଡମାଛଟି ତା ସ୍ତ୍ରୀ ସହିତ ନୂଆ ଉଆସରେ ଦିନକଟାଇବାକୁ ଲାଗିଲା । ସାରାଦିନ ସେ କଡ ମାଛ ଅବସ୍ଥାରେ ଥାଏ ଓ ରାତିରେ ସେ ଗୋଟିଏ ଯୁବକ ହୋଇ ରାଜକୁମାରୀ ସହ ଆନନ୍ଦରେ କାଳକଟାଏ । ରାଜ୍ୟର ସବୁଲୋକ ରାଜକୁମାରୀ ଗୋଟିଏ କଡମାଛକୁ ବିବାହ କରିଥିବାରୁ ତାକୁ ଖାଲି ଉପହାସ କରୁଥାନ୍ତି ଓ କେବଳ ସେଇଥିପାଇଁ ସେ ରାଜକୁମାରୀ ମନରେ ଆଦୌ ସୁଖ ନଥାଏ । ରାଜକୁମାରୀ ନିତି ଦେଖେ ଯେ ସେ ସକାଳୁ ଉଠିବା ପୂର୍ବରୁ ତାର ସ୍ୱାମୀ ରାତିରେ ବାହାରି ଥିବା ସେ କଡମାଛ ଖୋଳ ମଧ୍ୟରେ ପଶିଯାଏ ।

ରାଜକୁମାରୀ ତାର ସ୍ୱାମୀର ସୁନ୍ଦରରୂପ ସବୁବେଳେ ଦେଖିବା ପାଇଁ ଦିନେ ରାତିରେ ତାର ସ୍ୱାମୀ ଶୋଇଥିବା ସମୟରେ ସେ ତା ସ୍ୱାମୀର ମାଛ ଖୋଳଟିକୁ ଚୁଲିରେ ପକେଇ ଜାଳି ଦେଲା ।

ସ୍ୱାମୀର ମାଛ ଖୋଳଟିକୁ ଜାଳି ଦେଇ ସାରି ନିଜ ଶୋଇବା ଘରକୁ ଯାଇ ଦେଖିଲା ବେଳକୁ ତାର ସ୍ୱାମୀ ସେଠାରେ ନାହିଁ । ସେ ଉଆସର ଚାରିଆଡେ ଖୋଜିଲା ମାତ୍ର କେଉଁଠାରେ ବି ସେ ତାର ସ୍ୱାମୀକୁ ପାଇଲା ନାହିଁ । ରାଜକୁମାରୀ ତା ସ୍ୱାମୀକୁ ଖୋଜୁ ଖୋଜୁ ଦେଖିଲା ଯେ ତାର ଶୋଇବା ଘର ଝରକା ଆରପଟେ ଗୋଟିଏ ଗଛରେ ଗୋଟିଏ ଛୋଟ ପକ୍ଷୀ ବସିଛି ଓ ସେ ରାଜକୁମାରୀର ମନଦୁଃଖ ଦେଖି କହିଲା ‘ରାଜକୁମାରୀ! ତୁମେ ଆଉ ମାତ୍ର ତିନିଦିନ ଅପେକ୍ଷାକରି ପାରିଲ ନାହିଁ? ଆଉ ତିନିଦିନ ଅପେକ୍ଷା କରିଥିଲେ ତୁମର ସ୍ୱାମୀ ମାଛ ରୂପ ଛାଡି ମନୁଷ୍ୟ ରୂପ ଲାଭ କରିଥାନ୍ତେ ଏବଂ ସେ ତାଙ୍କ ଜୀବନରେ ଆଉ କେବେ ବି ମାଛ ରୂପ ଧାରଣ କରି ନଥାନ୍ତେ ।’ ଏହା କହି ପକ୍ଷୀଟି କେଉଁଆଡେ ଉଡି ଚାଲିଗଲା ।

ଏକଥା ଶୁଣି ସେ ରାଜକୁମାରୀ ଅତି ଦୁଃଖରେ ଭାଙ୍ଗି ପଡିଲା ଓ ନିଜ ଭାଗ୍ୟକୁ ଖାଲି ନିନ୍ଦା କରିବାକୁ ଲାଗିଲା । ରାଜକୁମାରୀ ତାର ସ୍ୱାମୀକୁ ଖୋଜି ଖୋଜି ଯାଇ ସହରର ଶେଷ ପ୍ରାନ୍ତରେ ପହଁଚିଲା । ସହର ଶେଷ ମୁଣ୍ଡ ଘରେ ଥିବା ଜଣେ ବୁଢୀ ରାଜକୁମାରୀକୁ ଦେଖି ପଚାରିଲା ‘ରାଜକୁମାରୀ ତୁମେ କୁଆଡେ ଯାଉଛ?’

ରାଜକୁମାରୀ କହିଲା ‘ମୁଁ ମୋ ସ୍ୱାମୀଙ୍କ ଅନୁସନ୍ଧାନରେ ଯାଉଛି ।’


ଗପ ସାରଣୀ

ତାଲିକାଭୁକ୍ତ ଗପ