ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

କଥା କହୁଥିବା ଗୁମ୍ଫା

ଗୋଟିଏ ଜଙ୍ଗଲରେ ‘ଖର୍ଣ୍ଣଖର’ ନାମକ ଏକ ସିଂହ ବାସ କରୁଥିଲା । ଦିନେ ସେ କୌଣସି ଖାଦ୍ୟ ନପାଇ ଏଣେ ତେଣେ ବୁଲିବାକୁ ଲାଗିଲା । ତଥାପି ମଧ୍ୟ ସେ କୌଣସି ଖାଦ୍ୟ ପାଇଲା ନାହିଁ । ଦିନ ଗଡିଯାଇ ରାତି ହେବାକୁ ବସିଲା । ଖର୍ଣ୍ଣଖର ଏକ ବଡ ଗୁମ୍ଫା ନିକଟରେ ଯାଇ ପହଁଚିଲା, ଏବଂ ଭାବିଲା, ଏହି ଗୁମ୍ଫା ମଧ୍ୟକୁ ଯେଉଁ ପ୍ରାଣୀ ଆସିବ, ତାକୁ ଧରି ଖାଇବି । ଏହା ଚିନ୍ତା କରି ଖର୍ଣ୍ଣଖର ସେହି ଗୁହା ମଧ୍ୟରେ ଲୁଚି ରହି ଶିକାରକୁ ଅପେକ୍ଷା କଲା ।

       ସେହି ଗୁହା ମଧ୍ୟରେ ଆଗରୁ ‘ଦଧିପୁଚ୍ଚ’ ନାମକ ଏକ ବିଲୁଆ ବସବାସ କରୁଥାଏ । ସୂର୍ଯ୍ୟ ଅସ୍ତ ହେବାପରେ ଦଧିପୁଚ୍ଚ ସେହି ଗୁହା ନିକଟରେ ଆସି ପହଁଚିଲା । ଦଧିପୁଚ୍ଚ ତ ମହା ଚତୁର । ସେ ଦେଖିଲେ ଏକ ସିଂହର ପଦଚିହ୍ନ ଗୁହା ଭିତରେ ପଡିଛି । କିନ୍ତୁ ସିଂହର ଫେରିବାର ପଦଚିହ୍ନ ପଡିନାହିଁ । ତେଣୁ ସିଂହଟି ନିଶ୍ଚିନ୍ତ ଭାବରେ ଗୁମ୍ଫା ମଧ୍ୟରେ ଅଛି । ବିଲୁଆ ଏହା ଚିନ୍ତା କରି ଗୁମ୍ଫା ମଧ୍ୟକୁ ଆଉ ପ୍ରବେଶ କଲା ନାହିଁ । ତଥାପି ମଧ୍ୟ ବିଲୁଆଟି ସନ୍ଦେହରେ ପଡୁଥାଏ । କିପରି ସେ ସଠିକ୍ ଭାବେ ଜାଣିବ ସିଂହ ଗୁହା ମଧ୍ୟରେ ଅଛି କି ନାହିଁ । ହଠାତ୍ ଦଧିପୁଚ୍ଚର ମନକୁ ଏକ ଉପାୟ ଆସିଲା । ସେ ଗୁହାର ପ୍ରବେଶ ଦ୍ୱାର ନିକଟରେ ଯାଇ ଠିଆ ହେଲା ଏବଂ ଉଚ୍ଚ ସ୍ୱରରେ ଡାକିଲା, ‘ହେ ଗୁମ୍ଫା! ଗୁମ୍ଫା! ଏହାପରେ କିଛି ସମୟ ପାଇଁ ନୀରବ ହୋଇଗଲା’ । ଏହାପରେ ପୁଣି ଚିତ୍କାର କରିବାକୁ ଲାଗିଲା, ‘ହେ ଗୁମ୍ଫା! ଗୁମ୍ଫା! ମୋର ତୁମ ସହିତ କଥାବାର୍ତ୍ତା ହୋଇଥିଲା ମୁଁ ଜଙ୍ଗଲରୁ ଫେରିବା ମାତ୍ରକେ ତୁମକୁ ସମ୍ବୋଧନ କରିବି । ତୁମେ ଆସି ମୋତେ ଏଠାରୁ ପାଛୋଟି ନେବ । କିନ୍ତୁ ତୁମେ ମୋତେ ଆଜି ଡାକୁନାହଁ । ତେଣୁ ମୁଁ ଚିନ୍ତା କରୁଛି ଅନ୍ୟ ଏକ ଗୁହାକୁ ଚାଲିଯିବି ।’


ଗପ ସାରଣୀ

ତାଲିକାଭୁକ୍ତ ଗପ