ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

କଥା କହୁଥିବା ଗୁମ୍ଫା

       ସିଂହ ଯେତେବେଳେ ବିଲୁଆର କଥା ଶୁଣିଲା, ସେ ଚିନ୍ତାକଲା ଏହି ଗୁହା ବୋଧହୁଏ ପ୍ରତିଦିନ ବିଲୁଆକୁ ଡାକେ । ଆଜି ମୁଁ ଏଠାରେ ଥିବାରୁ ସେ ବୋଧହୁଏ ମୋତେ ଡରିଯାଇ ଆଉ ଡାକୁ ନାହିଁ । ଗୁହା ଯେପରି ଡାକେ, ମୁଁ ଯଦି ସେପରି ଡାକିବି, ତା’ହେଲେ ବିଲୁଆଟି ଏଠାକୁ ଆସିବ । ଆସିବାପରେ ମୁଁ ତାକୁ ମାରି ଖାଇବି । ସିଂହ ମନେ ମନେ ଏହି କଥା ଚିନ୍ତା କରି ଗର୍ଜନ କରି କହିଲା, ‘ବିଲୁଆ ଭାଇ! ଭିତରକୁ ଆସ । ମୁଁ ଏଠାରେ ତୁମକୁ ଅପେକ୍ଷା କରିଛି ।’ ସିଂହର ଗର୍ଜନ ଗୁମ୍ଫା ମଧ୍ୟରେ ପ୍ରତିଧ୍ୱନିତ ହୋଇ ସାରା ଜଙ୍ଗଲ କମ୍ପାଇ ଦେଲା । ସିଂହର ଗର୍ଜନ ଶୁଣି ବଣର ସମସ୍ତ ଜୀବଜନ୍ତୁ ଚମକି ଉଠିଲେ । ଗୁହା ମଧ୍ୟରେ ସିଂହ ଥିବାର ପ୍ରତ୍ୟକ୍ଷ ପ୍ରମାଣ ପାଇସାରିବାପରେ ବିଲୁଆ ଏକ ଡିଆଁରେ ଆସି ଜଙ୍ଗଲ ମଧ୍ୟରେ ।

       ଗଳ୍ପଟି କହିସାରି ‘ରକ୍ତାକ୍ଷ’ କହିଲେ, “ବିପଦର ଆଗମନ ପୂର୍ବରୁ ନିଜେ ଆପଣାଛାଏଁ ସାବଧାନ ହେବା ଉଚିତ୍ । ତେଣୁ ରକ୍ତାକ୍ଷ ତା’ର ବନ୍ଧୁମାନଙ୍କୁ କହିଲା, ଭାଇମାନେ ମୋ ସହିତ ଚାଲ ଅନ୍ୟତ୍ର ପଳାଇଯିବ । ରକ୍ତାକ୍ଷଙ୍କର ଅନୁଚରମାନେ ତାଙ୍କ କଥାରେ ଏକମତ ହୋଇ ସେହି ସ୍ଥାନ ଛାଡି ଅନ୍ୟତ୍ର ଚାଲିଗଲେ । ଏହି ଘଟଣାରେ ସ୍ଥିରଜୀବି ମନେ ମନେ ବେଶ୍ ଆନନ୍ଦିତ ହେଲେ । କାରଣ ରକ୍ତାକ୍ଷ ଥିଲେ ଏମାନଙ୍କ ମଧ୍ୟରେ ବିଜ୍ଞ, ପଣ୍ଡିତ, ଅନ୍ୟମାନେ ମୂର୍ଖ । ରକ୍ତାକ୍ଷଙ୍କର ଅନୁପସ୍ଥିତିରେ ମୁଁ ଏମାନଙ୍କୁ ସହଜରେ ମାରିପାରିବି । କିଛିଦିନ ପରେ ସ୍ଥିରଜୀବି ଶୁଖିଲା କାଠି କୁଟା ଆଣି ଜମା କରି ଏକ ବସା ତିଆରି କଲା । ସୁବିଧା ସୁଯୋଗ ଦେଖି କୁଆ ରାଜା ମେଘବର୍ଣ୍ଣଙ୍କୁ ଦେଖାକରି ସମସ୍ତ ଘଟଣା କହିଲା । ମନେ ମନେ ଏକ ଉପାୟ ଚିନ୍ତା କଲା । କୁଆମାନଙ୍କୁ କହଲା, ସମସ୍ତେ ନିଜ ଥଂଟରେ ଖଣ୍ଡିଏ ଲେଖା ଜଳୁଥିବା କାଠି ନେଇ ମୁଁ ତିଆରି କରିଥିବା ବସାରେ ପକାଇ ଦେଇ ଆସିବ । ପେଚାମାନେ ତ’ ଦିନରେ ଦେଖି ପାରନ୍ତି ନାହିଁ । ସେମାନେ ଦିନବେଳା ଏ ବିଷୟରେ କିଛି ବି ଜାଣିପାରିବେ ନାହିଁ । ସମସ୍ତେ ଏକାଥରକେ ପୋଡି ହୋଇ ମରିଯିବେ ।

         ସ୍ଥିରଜୀବିଙ୍କ କଥା ମାନି ସବୁ କୁଆ ଏକ ଏକ ଜଳନ୍ତା କାଠି ନେଇ ପେଚାମାନେ ରହୁଥିବା ସ୍ଥାନ ନିକଟରେ ସ୍ଥିରଜୀବି କରିଥିବା ବସାରେ ପକାଇ ଦେଇ ଆସିଲେ । ନିଆଁ କୁହୁଳି କୁହୁଳି ହଠାତ୍ ଜଳି ଉଠିଲା । ନିଆଁ ଜଳିବା ମାତ୍ରକେ ସ୍ଥିରଜୀବି ସଂଗେ ସଂଗେ ଦ୍ୱାର ବନ୍ଦ କରିଦେଲେ । ଫଳରେ ପେଚାମାନେ ଭିତରେ ନିଆଁରେ ପୋଡି ହୋଇ ମୃତ୍ୟୁ ବରଣ କଲେ । ମରିବା ସମୟରେ ରକ୍ତାକ୍ଷଙ୍କର କଥା ମନେ ପକାଇ ବହୁତ ଦୁଃଖ ପ୍ରକାଶ କଲେ । ସେତେବେଳେ କିନ୍ତୁ ସବୁ ଶେଷ ହୋଇଯାଇଥିଲା । ପେଚାମାନଙ୍କ ନିକଟରେ ଆଉ କିଛି କରିବାର ଉପାୟ ନଥାଏ ।

       କୁଆମାନେ ତାଙ୍କର ଚିରଦିନ ଶତ୍ରୁଥିବା ପେଚାମାନଙ୍କୁ ନିପାତ କରି ସେହି ଗଛରେ ଆସି ପୁଣି ବସବାସ କଲେ । କୁଆ ରାଜା ଏକ ଉଚ୍ଚ ସ୍ଥାନରେ ଯାଇ ମହା ଆନନ୍ଦରେ ବସିପଡି ସ୍ଥିରଜୀବିଙ୍କୁ ପ୍ରଥମେ ଧନ୍ୟବାଦ ଅର୍ପଣ କଲେ, ଏବଂ ସେ ସେମାନଙ୍କ ଗହଣରେ କିପରି ଦିନ କଟାଉଥିଲେ ତାହା ପଚାରିଲେ । ସ୍ଥିରଜୀବି ସମସ୍ତ ଘଟଣା ବର୍ଣ୍ଣନା କରିସାରି, ଅନ୍ୟ କୁଆମାନଙ୍କୁ ନାନାଦି ଉପଦେଶ ଶୁଣାଇଲେ । ସ୍ଥିରଜୀବି କୁଆମାନଙ୍କୁ ଉପଦେଶ ଦେବାକୁ ଯାଇ କହିଲେ, ବିପଦରେ ପଡିଥିବା ସମୟରେ ଆଦୌ ଅଧୈର୍ଯ୍ୟ ହେବା ଉଚିତ୍ ନୁହେଁ । ନିଜର ମଙ୍ଗଳ ପାଇଁ ସତ୍ ପନ୍ଥା ବା ଅସତ୍ ପନ୍ଥା ଅନୁସରଣ କରିବା ଉଚିତ୍ । ଧୈର୍ଯ୍ୟ ଧରି ଉପଯୁକ୍ତ ସୁଯୋଗ ଆସିଲେ, ଶତ୍ରୁ ସହିତ ହାତ ମିଳାଇ ତାର ଦୁର୍ବଳତା ସମ୍ପର୍କ ରେ ସଚେତନ ହୋଇ ଉଚିତ୍ ସମୟରେ ଆକ୍ରମଣ କରିବା ଉଚିତ୍ । ସେହିପରି ଶତ୍ରୁପକ୍ଷର ଲୋକଙ୍କୁ ନିଜ ପାଖରେ ଆଶ୍ରୟ ଦେବା ଅନୁଚିତ୍ । କାରଣ ସେ ସୁବିଧା ସୁଯୋଗ ଦେଖି ନିଜର ଦୁର୍ବଳତା ସମ୍ପର୍କ ରେ ଶତ୍ରୁକୁ ଜଣାଏ ।

       ଖଳ ଲୋକ ସହିତ ବନ୍ଧୁତା ସ୍ଥାପନ ଓ ଅସାବଧାନ ମନ୍ତ୍ରୀ ଥିବା ରାଜାଙ୍କର ରାଜ୍ୟ ଶେଷରେ ନଷ୍ଟ ହୋଇଥାଏ । ଚତୁର ବ୍ୟକ୍ତି ସଦାସର୍ବଦା ଅପମାନକୁ ସହ୍ୟକରି ସମ୍ମାନକୁ ଖାତିର ନକରି ନିଜର ଲକ୍ଷ୍ୟ ସାଧନ ଦିଗରେ ବ୍ରତୀ ହୋଇଥାଏ । ଯଦି ଆବଶ୍ୟକ ପଡେ ତା’ହେଲେ ଚତୁର ବ୍ୟକ୍ତି ଶତ୍ରୁର ଶରଣାପନ୍ନ ହେବା ଉଚିତ୍ । ଦ୍ୱାପର ଯୁଗରେ ଭଗବାନ ଶ୍ରୀକୃଷ୍ଣଙ୍କୁ ତ’ ଗଧ ପାଦ ଧରିବା ପାଇଁ ପଡିଥିଲା । ଭଗବାନଙ୍କ ପାଖରେ ଆମେ ତ’ ଛାର । କଳାସାପ ଏବଂ ବେଙ୍ଗ ଏହାର ଏକ ଉଦାହରଣ । ମେଘବର୍ଣ୍ଣ ସଂଗେ ସଂଗେ ସେହି କାହାଣୀଟି ଶୁଣିବାକୁ ଚାଁହିଲେ । ସ୍ଥିରଜୀବି କାହାଣୀ କହିବା ଆରମ୍ଭ କଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ