ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

କଥା କୌଶଳ

ବହୁଦିନ ତଳର କଥା । ରାଜଦରବାରରେ ନାରାୟଣ ଭଟ୍ଟ ନାମକ ଜଣେ ବିଦୂଷକ ଥିଲେ । ରାଜା ତାଙ୍କୁ ରାଜନଅରର ଅପରପାଶ୍ୱର୍ରେ ଏକ ସୁନ୍ଦର ନିବାସ ଉପହାର ଦେଇଥାଆନ୍ତି ।

                ନାରାୟଣ ଭଟ୍ଟ ଏହି ଗୃହରେ, ଅନେକ ବର୍ଷ ବେଶ୍ ଆନନ୍ଦରେ କଟେଇଲେ । କିନ୍ତୁ ଅଳ୍ପଦିନ ତଳେ ସେହି ଗୃହର ସମୀପରେ ଅନ୍ୟ ଏକ ଗୃହ ବହୁମଲ୍ଲ ନାମକ ଜଣେ ମଲ୍ଲଯୋଦ୍ଧା କ୍ରୟ କଲେ । ସେ ସେଠାରେ ରହିବାକୁ ଆରମ୍ଭ କରିବା ଦିନଠାରୁ ଭଟ୍ଟଙ୍କ ଆଖିରୁ ନିଦ ଉଡିଗଲା ।

                ଏହାର ମୁଖ୍ୟ କାରଣ ଥିଲା ବହୁମଲ୍ଲଙ୍କ ପୋଷା କୁକୁର । କୁକୁର ରାତିସାରା ଭୁକୁଥାଏ । ସେହି ଶବ୍ଦ କାରଣରୁ ଭଟ୍ଟଙ୍କର ଶ୍ରୁତିକଟୁ ହୁଏ । ସେ ଆଦୌ ବିଶ୍ରାମ ନେଇପାରନ୍ତି ନାହିଁ । ଦିନେ ସେ ବାଧ୍ୟହୋଇ ବହୁମଲ୍ଲଙ୍କୁ ଏହି ସବୁ ବିଷୟ ଜଣାଇଲେ ।

ତାଙ୍କ କଥାକୁ ହସରେ ଉଡେଇ ଦେଇ ବହୁମଲ୍ଲ କହିଲା, “ପୋଷା କୁକୁର ରଖିବାର ଉଦ୍ଧେଶ୍ୟ କଣ ତୁମେ ବୁଝିପାରୁନା । ଚୋର, ଅପରିଚିତ ଲୋକ ମାନଙ୍କୁ ସେ ଏଠାକୁ ଆସିବାକୁ ଦେବ ନାହିଁ । ଏହାଦ୍ୱାରା ତୁମର ମଧ୍ୟ ଉପକାର ହେଉଛି ।

ବହୁମଲ୍ଲଙ୍କ କଥାରେ ନାରାୟଣ ଭଟ୍ଟ ଭୟଙ୍କର ରାଗିଉଠି କହିଲେ, “ହଁ, ମୋର ଯାହା ଭଲ ହେଉଛି, ତାହା କେବଳ ଭଗବାନଙ୍କୁ ହିଁ ଜଣା । ତୁମ କୁକୁରକୁ ତୁମେ ଏପରି କିଛି ଶିକ୍ଷା ପ୍ରଦାନ କର । ଯେପରି ସେ କେବଳ ଚୋର କିମ୍ବା ଅପରିଚିତ ଲୋକଙ୍କୁ ଦେଖି ଭୁକିବ । ଯଦି ତୁମେ ଏପରି ନ କରିବ, ତେବେ ମୁଁ ତୁମ କୁକୁରକୁ ଏପରି ଶିକ୍ଷା ଦେବି, ଯେମିତି ସବୁଦିନ ପାଇଁ ତାର ମୁହଁ ବନ୍ଦ ହୋଇଯିବ ।”

ତାଙ୍କର ଏପରି କଥାକୁ ମଧ୍ୟ ବହୁମଲ୍ଲ ବ୍ୟଙ୍ଗଭରା ହସରେ ଉଡେଇ ଦେଇ କହିଲା, “ବୋଧହୁଏ ତୁମେ ଭାବୁଛ, ମୁଁ କୌଣସି ସାଧାରଣ ଜାତିର କୁକୁର ପାଳିଛି । ସେଇଟି ଶିକାରୀ କୁକୁର । ମଣିଷ କଣ ତା ଆଗରେ ବାଘ ପଡିଗଲେ ବି ତାକୁ ସେ ଆଦୌ ଛାଡିବ ନାହିଁ ।” ଏପରି କହି ସେ ଘର ଭିତରକୁ ଚାଲିଗଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ