ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

କଦମ୍ବ ଓ କାଦମ୍ବିନୀ

 ସତ୍ୟ ଯୁଗର କଥା । କଦମ୍ବ ଓ କାଦମ୍ବିନୀ ଥିଲେ ଭାଇଭଉଣୀ । ବାପା ମାଆ ଛେଉଣ୍ଡ । କଦମ୍ବକୁ ସାତବରଷ ଓ କାଦମ୍ବିନୀକୁ ନଅ ବରଷ ହୋଇଥାଏ । ବାପା ମା’ ଆର ପାରିକୁ ଚାଲିଗଲାପରେ ଦୁନିଆଁ ଏମାନଙ୍କୁ ଅନ୍ଧାର ଦିଶିଲା । କେହି ତାଙ୍କୁ ନିଜର କରିବାକୁ ଆଗେଇ ଆସିଲେ ନାହିଁ । ଭାରି କଷ୍ଟରେ ଏମାନେ ଦିନ କାଟିଲେ । ହେଲେ ଭିକ ମାଗିଲେନି । ସ୍ଥାନୀୟ ମନ୍ଦିରକୁ ଯାଇ ଦେବନୀତି ପାଇଁ ମନ ବଳାଇଲେ । କଦମ୍ବ ଦେବନୀତି ପାଇଁ ନୀତିଦିନ ଫୁଲ ସଂଗ୍ରହ କରେ ଓ କାଦମ୍ବିନୀ ଦେବନୀତି ପାଇଁ ଜଳ ସଂଗ୍ରହ କରେ । ଏମାନଙ୍କ ଦେବନୀତିରେ ଭାରି ସନ୍ତୁଷ୍ଟ ଥିଲେ ଦେବତା । ଦେବତାଙ୍କ ଆଶୀର୍ବାଦ ସଦାବେଳେ ସେମାନଙ୍କ ଉପରେ ରହିଥିଲା । ସେମାନେ ଶୀତ, କାକର, ଖରା, ବର୍ଷା ସହିସହି ସେଇ ମନ୍ଦିରରେ ପଡିରହିଲେ । ସେଇଠି ଯାହା ମିଳେ ଖାଇପିଇ ଦିନ ବିତାଇ ଦେଉଥିଲେ । ଦେବନୀତିରେ ନିଜ ନିଜକୁ ସମ୍ପୂର୍ଣ୍ଣ ନିଯୋଗ କରିଥିବାରୁ ସେମାନେ ଦୁଃଖ କ’ଣ ଜାଣୁନଥିଲେ । ଏମାନଙ୍କ ପ୍ରତି ଭଗବାନଙ୍କ ଦୟା ହେଲା । ଭଗବାନ ଏମାନଙ୍କୁ ନିଜ ପାଖକୁ ନେଇଆସିଲେ । ଭଗବାନଙ୍କ ନିକଟରେ ଏମାନଙ୍କର ଦିନ ବହୁସୁଖରେ ବିତିଯାଉଥାଏ । ଦେବାଦେବୀଙ୍କ ସେବା ନିମନ୍ତେ ମନ ତାଙ୍କର ବ୍ୟାକୁଳ ହୋଇ ଉଠୁଥିଲା । ଏହିପରି ଦିନ ବିତିଚାଲିଲା । ଦିନେ ସେମାନେ ଭଗବାନଙ୍କୁ ନିଜ ମନକଥା କହିଲେ । ଆଶ୍ଚର୍ଯ୍ୟ ହେଲେ ଭଗବାନ । ସ୍ୱର୍ଗସୁଖ ବି ଏମାନଙ୍କୁ ଭଲ ଲାଗୁନାହିଁ । ଏମାନେ ମର୍ତ୍ତ୍ୟରେ କେତେ ଦୁଃଖ ପାଇଛନ୍ତି । ତଥାପି ମର୍ତ୍ତ୍ୟଲୋକକୁ ଯିବାପାଇଁ ଅସୀମ ଆଗ୍ରହ । ସେଦିନ ଏମାନଙ୍କୁ ଉଣ୍ଡି ଭଗବାନ ପ୍ରସନ୍ନ ବଦନରେ ଥିବା ସମୟରେ କଦମ୍ବ କାଦମ୍ବିନୀ ଅତି ଉତ୍କଣ୍ଠାର ସହିତ ବିନମ୍ର ସ୍ୱରରେ ଭଗବାନଙ୍କୁ ପୁଣି ଥରେ ମନକଥା ବ୍ୟକ୍ତ କଲେ । ନୀରବ ରହିଥିଲେ ଭଗବାନ । ଏମାନଙ୍କ ପ୍ରତି ଦୟାରେ ବିଗଳିତ ହୋଇଯାଉଥିଲା ତାଙ୍କ ହୃଦୟ । ଭାବୁଥିଲେ ବିଚରା ଏମାନେ ପିଲାଦିନେ କେତେ ଦୁଃଖ ଭୋଗୁଥିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ