ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

କନକ ଉପତ୍ୟକାର କାହାଣୀ

ଥରେ ଭୂମିକମ୍ପରେ କେତେଖଣ୍ଡ ଶିଳା ପଥର ଅପସରି ଯିବା ଫଳରେ ପର୍ବତର ମଧ୍ୟଦେଶରେ ଅତୀତର ଜଣେ ଶିଳ୍ପୀ-ରାଜକୁମାର ନିର୍ମାଣ କରିଥିବା ସୁବର୍ଣ୍ଣ ପ୍ରତିମା ଦୃଷ୍ଟି ଗୋଚର ହେଲା । ତାକୁ ଜୀବନ୍ୟାସ ଦେବାର ରହସ୍ୟ ଜାଣିବା ନିମନ୍ତେ ରାଜୁ ପ୍ରପାତ ପାରି ହୋଇ ଚାଲିଯିବା ପୂର୍ବରୁ ତା’ର ସୁରକ୍ଷା ଦାୟିତ୍ୱ ଦେବା ପାଇଁ ସେ ରାଜ୍ୟର ମୂଢ ରାଜାକୁ ଡାକିନେଇ ଆସିଲା । ପ୍ରଥମେ ରାଜା କିଛି ଦେଖିପାରିଲେ

ନାହିଁ । କିନ୍ତୁ ରାଜୁକୁ ଛୁଇଁବା ପରେ ପ୍ରତିମା ଦେଖିଲେ ଓ ସେ ଦର୍ଶନରେ ନିଜେ ସୁନ୍ଦର ଦିଶିଲେ ।

ତା’ପରେ …

ଦର୍ପଣ ଆଣିବା ପାଇଁ ରାଜାଙ୍କ ଆଦେଶ ପ୍ରତି ଅମାତ୍ୟମାନେ କର୍ଣ୍ଣପାତ କଲେ ନାହିଁ । କାହିଁକିନା ସେତେବେଳେ ସେମାନେ ବିମୁଗ୍ଧ ନୟନରେ ସେ ପ୍ରତିମା ଆଡେ ଅନାଇ ରହିଥିଲେ ।

ରାଜୁ କହିଲା “ମହାରାଜ! ଖାଲି ଆପଣ ନୁହଁନ୍ତି, ଆପଣଙ୍କର ଏ ଅତିଜ୍ଞାନୀ ଅମାତ୍ୟମାନେ ବି ଖୁବ୍ ସୁନ୍ଦର ଦିଶୁଛନ୍ତି ।” ତା’କଥା ଶୁଣି ରାଜା ଗମ୍ଭୀର ହୋଇଗଲେ । ସେହି ପରିତ୍ୟକ୍ତ ନଅରର ଅର୍ଦ୍ଧ ଧ୍ୱସ୍ତ ସ୍ତମ୍ଭଗୁଡିକ ଭଳି ନିଶ୍ଚଳ ଭାବରେ ଠିଆହୋଇ ରହିଥିବା ଅମାତ୍ୟବର୍ଗଙ୍କୁ ସେ ଥରେ ପର୍ଯ୍ୟବେକ୍ଷଣ କରିନେଲେ । ସେମାନେ ସେଯାଏଁ ଅପଲକ ଆଖିରେ ସେ ପ୍ରତିମା ଆଡେ ଅନାଇଥାନ୍ତି । ରାଜା ଅଭିଯୋଗ କଲାଭଳି କଣ୍ଠରେ କହିଲେ “କିନ୍ତୁ ଏମାନେ ସୁନ୍ଦର ଦିଶିବା ଦରକାର କଣ? ପ୍ରତିମା ଜୀବନ ପାଇଲେ ତାକୁ ବାହାହେବା ପାତ୍ର ତ ମୁଁ!”


ଗପ ସାରଣୀ

ତାଲିକାଭୁକ୍ତ ଗପ