ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

କନକ ଉପତ୍ୟକାର କାହାଣୀ

ଯାଦୁକର ତା’ ସହକାରୀ ଧରିଥିବା ଥାଳୀରୁ ଲଡୁଟିଏ ଉଠାଇନେଇ ପାଟିରେ ପକାଇଲା । ଏଣେ ରାଜା ବିକଳ ଭାବରେ ଅନାଇ ରହିଥାନ୍ତି ।

ସେ ଗର୍ଜନ କଲେ “ମୋତେ ମୋ ଜଳଖିଆ ଦିଅ!” କିନ୍ତୁ କଣ୍ଠସ୍ୱର ପଡିଗଲା ।

ଯାଦୁକର ତାଙ୍କ ହାତକୁ ଲଡୁଟିଏ ବଢାଇ ଦେଇ କହିଲା, “ଦୈନିକ ଗୋଟାଏ ଲଡୁହିଁ ମିଳୁଥିବ – ଯେଯାଏଁ ଗୁପ୍ତ ଗନ୍ତାଘରର ଚାବି କେଉଁଠି ଅଛି କହି ନ ଦେଇଛ ।”

ରାଜା ଲଡୁଟି ଖାଉ ଖାଉ ଗାଉଁ ଗାଉଁ କରି କହିଲେ “କହିଦେଲେ ତେଣିକି ଗୋଟାଏ ଲଡୁ ବି ଆଉ ମିଳିବ ନାହିଁ । ମୁଁ ମରିବି । ତମ ଚାତୁରୀରେ ମୁଁ ଭଳିଗଲି! ହାୟ ହାୟ, ମୁଁ କେତେ ବୋକା!”

                ସନ୍ନ୍ୟାସୀ ରାଜୁକୁ କହିଲେ “ଦିଗନ୍ତରେ ସେ ନୀଳ ପର୍ବତମାଳା ଦେଖୁଛ? ତାକୁ ଅତିକ୍ରମ କରିବା ଏତେ ସହଜ ନୁହେଁ, କିନ୍ତୁ ତମ ବ୍ରତ ସମ୍ପୂର୍ଣ୍ଣ ହେବା ନିମନ୍ତେ ତମକୁ ସେଥିରେ ସଫଳ ହେବାକୁ ପଡିବ ।”

                ରାଜୁ କହିଲା “ମହାତ୍ମା! ମୁଁ ନିଜକୁ ଅଦୃଶ୍ୟ ଶକ୍ତି ତରଙ୍ଗରେ ପରିଣତ କରି ପୁଣି ସେ ତରଙ୍ଗରୁ ମୋ କଳେବର ଫେରି ପାଇବାର ସୂତ୍ର ଜାଣିଛି । ଜ୍ଞାନବିଜ୍ଞାନ ରାଜ୍ୟରୁ ସେତକ ମୁଁ ଶିଖିଥିଲି ।”

                ସନ୍ନ୍ୟାସୀ କହିଦେଲେ “ସେ ସୂତ୍ର ମଣିଷ ଜଗତରେ କାମ ଦେବ । ତମେ ବର୍ତ୍ତମାନ ଏକ ଭିନ୍ନ ରାଜ୍ୟରେ ପ୍ରବେଶ କରୁଛ । ସେଠାକାର ଅଧିବାସୀମାନେ ଦେଖିବାକୁ ଠିକ୍ ମଣିଷ ଭଳି, କିନ୍ତୁ ସେମାନେ ମଣିଷ ନୁହଁନ୍ତି ।”

                ରାଜୁ କହିଲା “ତେବେ ଯେତେ କଷ୍ଟ ହେଲେ ବି ମୁଁ ପର୍ବତମାଳା ଅତିକ୍ରମ କରିବାର ଚେଷ୍ଟା କରିବି!”

                ସନ୍ନ୍ୟାସୀ କହିଲେ “ତା’ହେଲେ ବି ତମେ ଏକ ଅରଣ୍ୟ ଭିତରେ ଯାଇ ପହଁଚିବ । କିନ୍ତୁ ସେ ଅରଣ୍ୟର କୌଣସି ବାସିନ୍ଦା ତମ ଆଖିରେ ମୋଟେ ଦିଶିବେ ନାହିଁ ।”

                ରାଜୁ ସଙ୍କୋଚ ଓ ଶ୍ରଦ୍ଧା ସହକାରେ କହିଲା “ମହାତ୍ମା! ଆପଣଙ୍କ ଛଡା ଆଉ କିଏ ବା ମୋତେ ଏ ଦିଗରେ ଏତେ ସହାୟତା ଦେଇପାରିବ?”

ସନ୍ନ୍ୟାସୀ ନୀରବରେ ରାଜୁର ହାତ ଭିଡିନେଇ ପର୍ବତଶ୍ରେଣୀ ଆଡେ ଅଗ୍ରସର ହେଲେ । ରାଜୁର ମନେ ହେଲା ସତେ ଅବା ସେ କୁନି ଚଢେଇର ପରଟିଏ ଭଳି ହାଲୁକା ହୋଇଯାଇ ଉଡି ଚାଲିଛି! ଅମାପ ଶାନ୍ତିରେ ତା’ ହୃଦୟ ଭରିଗଲା । ସମସ୍ତ ଉତ୍କଣ୍ଠା ଦୂରୀଭୁତ ହେଲା । ସେ ଆଖି ବୁଜିଦେଲା । କେତେ ସମୟ ଧରି ସେ ଚାଲିଥିଲା, ସେକଥା ସେ ଜାଣେନା ।

କେଇ ମୁହୂର୍ତ୍ତ ପରେ ଏକ ନୂଆ ଧରଣର ଅନୁଭୂତି ହେବାରୁ ସେ ତା’ ଆଖି ଖୋଲିଲା । ଦେଖିଲା, ସେ ଏକ ଶିଳାଖଣ୍ଡ ଉପରେ ବସିଛି । ତାଙ୍କ ପାଖରେ ସନ୍ନ୍ୟାସୀ ବସିଛନ୍ତି ।

ସେତେବେଳେ ପ୍ରଶାନ୍ତ ପ୍ରଭାତ । ପୂର୍ବାକାଶରେ ମେଘମାନେ ବିଶାଳକାୟ ଏକ ଏକ ଜଳ ବିମ୍ବ ଭଳି ଦିଶୁଥିଲେ – ସତେ ଅବା ହଠାତ୍ ଫାଟିଯିବେ ଏବଂ ତାହାଦ୍ୱାରା ଦିଗନ୍ତ କୌଣସି ଅଜଣା ଆନନ୍ଦରେ ପ୍ଲାବିତ୍ତ ହେବ ।

ତଳେ ପ୍ରାନ୍ତର ଉପରେ କେତେକ ସୁନ୍ଦର ବୃକ୍ଷଶ୍ରେଣୀ ଶୋଭା ପାଉଥିଲେ । କିନ୍ତୁ ସେମାନଙ୍କ ଅଗ୍ରଦେଶ ମେଘମାଳା ଭିତରେ ଲୁଚି ରହିଥିଲେ ।

ରାଜୁ କହିଲା “ବାପ୍ରେ! ଏଡେ ଉଚ୍ଚ ବୃକ୍ଷ ଶ୍ରେଣୀ ଅଛନ୍ତି ବୋଲି ମୁଁ ଜାଣି ନଥିଲି ।”

ସନ୍ନ୍ୟାସୀ କହିଲେ “ସେମାନେ ଏମିତି ଉଚ୍ଚ ରହିବେ ନାହିଁ । ଉପରେ ପରୀଶିଶୁମାନଙ୍କୁ ମଧୁର ଫଳଟିମାନ ତୋଳିବାର ସୁଯୋଗ ଦେବା ନିମନ୍ତେ ଏ ବୃକ୍ଷମାନେ ସାମୟିକ ଭାବରେ ଦୀର୍ଘ ହୋଇଯାଆନ୍ତି!” ରାଜୁ ଏ ବିସ୍ମୟକର କଥା ଶୁଣିସାରି ତାଙ୍କ ଆଡୁ ଆଖି ଫେରାଇ ପୁଣି ବୃକ୍ଷଶ୍ରେଣୀ ଆଡେ ଅନାଇବା ବେଳକୁ ସେମାନେ ସ୍ୱାଭାବିକ ହୋଇ ଗଲେଣି ।

ରାଜୁ କହିଲା “ଆମେ ଏକ ଆଶ୍ଚର୍ଯ୍ୟ ରାଜ୍ୟରେ ନିଶ୍ଚୟ!”

ସନ୍ନ୍ୟାସୀ କହିଲେ “ଆମେ ମାନବ ଜଗତ ଓ ଏକ ମହତର ଜୀବ ଜଗତର ସୀମାନ୍ତରେ । ତମେ ସେ ମହତର ଜୀବମାନଙ୍କୁ ଶୀଘ୍ର ଭେଟିବ ।”

ଏକ ପ୍ରକାର ଅଶ୍ରୁତପୂର୍ବ ଧ୍ୱନିରେ ରାଜୁ ଚମକି ପଡିଲା । ସେ ବୁଲିପଡି ଯାହା ଦେଖିଲା, ସେଥିରେ ସେ ସ୍ତମ୍ଭୀଭୂତ ହୋଇଗଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ