ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

କପୋତ ଜାତକ

ବୋଧିସତ୍ୱ ବାରାଣସୀରେ ଥରେ ଗୋଟିଏ କପୋତ ରୂପରେ ଜନ୍ମ ହୋଇଥିଲେ । ସେତେବେଳେ ଲୋକମାନେ ନିଜ ଘରର ଏକ ଉଚ୍ଚ ଜାଗାରେ ଗୋଟିଏ ଟୋକେଇ ରଖିଦେଉଥିଲେ । ଚଢେଇମାନେ ସେଇ ଟୋକେଇ ଭିତରେ ଆଶ୍ରା ନେଉଥିଲେ । ସେ ସମୟରେ ଜଣେ ସେଠ୍ ଥିଲେ । ତାଙ୍କର ରାନ୍ଧୁଣିଆ ରନ୍ଧାଘର ଉପରେ ଟୋକେଇଟିଏ ଥୋଇଦେଇଥିଲା । କପୋତ ବୋଧିସତ୍ୱ ସେଇ ଟୋକେଇରେ ରହୁଥିଲେ । ନିତି ସକାଳେ ସେ ଖାଇବା ଜିନିଷ ଖୋଜିବା ପାଇଁ ଚାଲି ଯାଉଥିଲା । ସଞ୍ଜ ହେଲେ ଫେରିଆସି ଟୋକେଇ ଭିତରେ ରହୁଥିଲେ ।

       ଦିନେ ଗୋଟିଏ କୁଆ ରୋଷେଇଘର ଉପରେ ଉଡିଯାଉଥିଲା । ରୋଷେଇଘରେ କେତେ ରକମର ଭଲ ଖାଦ୍ୟ ତିଆରି ହେଉଥିଲା । ମାଂସ ତରକାରୀ ବି ରନ୍ଧାଯାଉଥିଲା । ରୋଷେଇଘରୁ ଖାଦ୍ୟର ମିଠାବାସନା ବାହାରୁଥିଲା । କୁଆ ସେ ବାସନା ବାରିନେଲା । ସେ ଖାଦ୍ୟ ଖାଇବ ବୋଲି ମନକରି ରୋଷେଇଘର ପାଖରେ ଲୁଚି ବସିରହିଲା ।

       ସଂଜ ହେଲା । କପୋତ ବୋଧିସତ୍ୱ ଚରିବୁଲି ଫେରିଆସି ତାଙ୍କର ରହିବା ସ୍ଥାନ ସେଇ ଟୋକେଇ ଭିତରେ ପଶିଲେ । କୁଆ ତାଙ୍କୁ ଦେଖି ଭାବିଲା – ଏଇ କପୋତ ସାଙ୍ଗରେ ରହିଲେ ମୋ କାମ ହୋଇପାରିବ ।

       ତା ପରଦିନ ସକାଳ ହେଲା । ବୋଧିସତ୍ୱ ଟୋକେଇରୁ ବାହାରି ଖାଦ୍ୟ ଖୋଜିବା ପାଇଁ ଉଡିଗଲେ । କୁଆ ତାଙ୍କ ପଛେ ପଛେ ଗଲା । ବୋଧିସତ୍ୱ କୁଆକୁ ପଚାରିଲେ – “ତୁ କାହିଁକି ମୋ ପିଛା ଧରିଚୁ?” କୁଆ କହିଲା – “ମୁଁ ତୁମର ଚାଲିଚଳଣ ଦେଖି ଭାରି ଖୁସି ହୋଇଚି । ତୁମ ସାଙ୍ଗ ଛାଡିବାକୁ ମୋର ମନହେଉନି । ତୁମ ସାଙ୍ଗରେ ରହିବାକୁ ମୋର ମନ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ