ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

କପୋତ ଜାତକ

       ଏପରି ଭାବି ସେ ଚଟ୍ କିନା ରୋଷେଇଘର ଭିତରକୁ ପଶିଗଲା । ଖଣ୍ଡିଏ ମାଛଭଜା ଖାଇବବୋଲି ମନକରି ମାଛଭଜା ଥିବା କରେଇ ଉପରେ ବସିଲା ଓ ଘୋଡଣିଟିକୁ ଥଂଟରେ ଉଠାଇଲା । ଥାଳିଟା ତଳକୁ ଖସିପଡିବାରୁ ଶବ୍ଦ ହେଲା । ସେ ଶବ୍ଦ ଶୁଣି ରାନ୍ଧୁଣିଆ ଦଉଡି ଆସିଲା । ସେ ଦେଖିଲା ଯେ କୁଆ ମାଛଭଜାକୁ ଥଂଟରେ ଖୁମ୍ପୁଚି । ଏହା ଦେଖି ସେ ରୋଷେଇ ଘରର ଦୁଆରଟାକୁ ବନ୍ଦକରିଦେଲା । ସେ କହିଲା – “ବଦ୍ମାସ କୁଆ! ମୁଁ କେତେ ଯତ୍ନରେ ସେଠ୍ଜୀଙ୍କ ପାଇଁ ମାଛ ରାନ୍ଧିଥିଲି, ତୁ ଅଇଁଠା କରିଦେଲୁ । ତୋତେ ଆଜି ଛାଡିବିନି ।”

       ରାନ୍ଧୁଣିଆ ଘରଭିତରେ ପଶି କୁଆକୁ ଧରିପକାଇଲା । ତା ଦେହରୁ ସବୁ ପରଯାକ ଉପାଡି ଦେଲା । ବଟା ଲଙ୍କାମରିଚ ମେଂଚାଏ ଆଣି ତା ଦେହରେ ବୋଳିଦେଲା । ତା ପରେ କୁଆଟାକୁ ଟୋକେଇ ଭିତରକୁ ଫୋପାଡିଦେଲା । କୁଆ ଟୋକେଇରେ ପଡି ଯନ୍ତ୍ରଣାରେ ଛଟପଟ ହେବାକୁ ଲାଗିଲା ।

       ସଞ୍ଜ ହେଲା । ବୋଧିସତ୍ୱ ଫେରିଆସିଲେ । ସେ କୁଆର ଅବସ୍ଥା ଦେଖି ସବୁ ଘଟଣା ଅନୁମାନ କରିନେଇ ତାକୁ କହିଲେ – “ରେ ମୂର୍ଖ ! ମୁଁ ତୋତେ ଆଗରୁ କେତେକରି କହିଥିଲି ଯେ ମନ୍ଦକାମ କରିବୁନି । ମଣିଷ ଖାଉଥିବା ଜିନିଷ ପାଇଁ ଲୋଭ କରିବୁନି । କାହାକୁ ଠକିବୁନି । ତୋର ନିଜ ଦୋଷରୁ ତୁ କଷ୍ଟ ପାଇଲୁ । ତୁ ଏବେ ପଡିଥା । ମୁଁ ଏଠାରେ ଆଉ ରହିବିନି ।”

       ଏହା କହି ବୋଧିସତ୍ୱ ସେଠାରୁ ଉଡିଚାଲିଗଲେ । କୁଆଟି କିଛି ସମୟ ଛଟପଟ ହେବା ପରେ ମରିଗଲା । ରାନ୍ଧୁଣିଆ ଟୋକେଇ ସହିତ ମଲା କୁଆକୁ ନେଇ ବାହାରେ ଫୋପାଡିଦେଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ