ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

କରଜ ଅସୁଲ

ସୀତାପୁର ଗ୍ରାମରେ ପ୍ରଶାନ୍ତ ଆସି ବସବାସ କଲେ । ସେ ଟଙ୍କା ସବୁ ମୋଟା ସୁଧରେ କରଜ ଦିଅନ୍ତି ଓ ସେଥିରେ ଚଳନ୍ତି । ବେଶ୍ କିଛିଦିନ ସେ ଆରାମ୍ରେ ଚଳିଲେ । ଘର ତ ନିଜର ତେଣୁ ଭଡା ଦେବାକୁ ପଡୁନାହିଁ । କରଜ ଦେଇଥିବା ଟଙ୍କାରୁ ବେଶ୍ ମୋଟା ସୁଧ ମିଳେ । ତେଣୁ ଚଳିବାରେ ତାଙ୍କର କୌଣସି ପ୍ରକାରର ଅସୁବିଧା ହୁଏ ନାହିଁ । ସେହି ଗ୍ରାମର ଅଧିକାଂଶ ଲୋକ ଦରିଦ୍ର । ଯାହା ରୋଜଗାର କରନ୍ତି ସେଥିରେ ପ୍ରତିଦିନର ଖର୍ଚ୍ଚକୁ ନିଅଂଟ । ହଠାତ୍ କାମଦାମରେ ଅସୁବିଧା ପଡିଲେ ତାହା ମଧ୍ୟ ବନ୍ଦ । ତେଣୁ ସେମାନଙ୍କ ମଧ୍ୟରୁ ଅଧିକାଂଶ ଅସୁବିଧାରେ ପଡି ସମୟ ଅନୁସାରେ ସୁଧ ଦେଇ ପାରିଲେ ନାହିଁ । କିଛି ଦିନ ପରେ ସୁଧ ଦେବା କେହିକେହି ସମ୍ପୂର୍ଣ୍ଣ ରୂପେ ବନ୍ଦ କରି ଦେଲେ, ମୂଳ ମଧ୍ୟ ଦେଇପାରୁ ନଥାନ୍ତି ତାଙ୍କ ମୁଣ୍ଡରେ ଚଡକ ପଡିଲା । ନୂଆ ଜାଗା, ଯଦି ଟଙ୍କା ଆଦୌ କେହି ନଦିଅନ୍ତି ତେବେ ସେ କ’ଣ ବା କରିବେ? ଏଇକଥା ଭାବି ସେ ତାଙ୍କର ପଡୋଶୀ ରାମକୁ ଏକଥା କହିଲେ । ରାମ ତାକୁ କହିଲେ, “ଭାଇ, ଆମେ ଏ ବିଷୟରେ କିଛିବି କହିପାରିବୁ ନାହିଁ । ତମେ ପାଖ ଗାଁ ଚନ୍ଦନପୁରକୁ ଯାଇ ସୁମେଧ ବୋଲି ଜଣେ ଯୁବକ ଅଛନ୍ତି, ତାଙ୍କୁ ନିଜର ଦୁଃଖ ଜଣାଅ ।”

                ତା’ପରେ ପ୍ରଶାନ୍ତ ସୁମେଧଙ୍କୁ ଦେଖାକରି ତାଙ୍କୁ ସବୁ କଥା କହିଲେ । ସୁମେଧ ଚିନ୍ତା କରି କହିଲେ ଯେ ସେ ସପ୍ତାହକ ମଧ୍ୟରେ ସୀତାପୁର ଆସିବେ ।

                ସପ୍ତାହକ ପରେ ସେ ଆସିଲେ ଓ ପ୍ରଶାନ୍ତଙ୍କ ଘରେ ରହିଲେ ପ୍ରଶାନ୍ତ କରଜ ନେଇଥିବା ଲୋକଙ୍କ ନାମ ଇତ୍ୟାଦି ଲେଖି ତାଙ୍କୁ ଦେଲେ । ସୁମେଧ ମଧ୍ୟ ସବୁ କିଛି ପ୍ରଶ୍ନ ପଚାରି ପ୍ରଶାନ୍ତଙ୍କଠାରୁ ଜାଣିନେଲେ ଯେ କରଜ ନେବାବାଲା ଦେବା ଅବସ୍ଥାରେ ଅଛନ୍ତି ନା ନାହିଁ, ବା ଇଚ୍ଛା କରି ଫାଙ୍କି ଦେଉଛନ୍ତି କିମ୍ବା ଏତେ ସୁଧ ଦେଇ ପାରୁ ନାହାଁନ୍ତି ଅଥବା ପ୍ରଶାନ୍ତ ଏହି ଗ୍ରାମରେ ନୂଆଲୋକ ବୋଲି ସେମାନେ ତାଙ୍କୁ ହଇରାଣ କରୁଛନ୍ତି । କାହିଁକିନା ତାଙ୍କଠାରୁ କରଜ ନେଉଥିବା ଅନେକ ଲୋକଙ୍କ  ଆର୍ଥିକ ଅବସ୍ଥା ଏତେଟା ମଧ୍ୟ ଖରାପ ନୁହେଁ । ଅଳସୁଆମୀ କରି ପଇସା ସୁଝୁ ନାହାଁନ୍ତି । ସୁମେଧ ସବୁକିଛି ବୁଝିନେଲେ । ତା’ପରେ ଟଙ୍କା କେଉଁଠାରୁ କିପରି ପାଇବେ, ତାର ଏକ ସମ୍ପୂର୍ଣ୍ଣ ଯୋଜନା ସେ ପ୍ରସ୍ତୁତ କଲେ ।

                ଦୁଇଦିନ ମଧ୍ୟରେ ସୁମେଧ ପ୍ରଶାନ୍ତଙ୍କୁ ନେଇ ସୁନ୍ଦରେଶ୍ୱରଙ୍କ ଘରକୁ ଗଲେ । ତାକୁ ବୁଝାଇ ଦେଲେ କ’ଣ କରିବାକୁ ହେବ ଏବଂ ନିଜେ ଫେରି ଆସିଲେ ।

                ସୁନ୍ଦରେଶ୍ୱର ପ୍ରଶାନ୍ତଙ୍କୁ ଦେଖି କହିଲେ, “ହଁ ମୁଁ ତୁମ ପଇସା ଫେରାଇ ଦେବି । ମୋ ଉପରେ ବିଶ୍ୱାସ ରଖ ।” ପ୍ରଶାନ୍ତ କହିଲେ “ତୁମେ ଏକଥା ଗାଁବାଲାଙ୍କ ସମ୍ମୁଖରେ କୁହ, ତେବେ ମୁଁ ଏଠାରୁ ଚାଲିଯିବି ।”


ଗପ ସାରଣୀ

ତାଲିକାଭୁକ୍ତ ଗପ