ବିଶେଷ ଦ୍ରଷ୍ଟବ୍ୟ:- କେତେକ କାହାଣୀ ମନୋରଞ୍ଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ କେବଳ ମନଗଢା ବା କଳ୍ପନା ଭାବଧାରା ଦ୍ୱାରାହିଁ ପ୍ରତିବେସିତ। କିଛି କାହାଣୀରେ କିଛି ମାତ୍ରାରେ ସତ୍ୟତା ଥିଲେ ମଧ୍ୟ ତାହା ମନଗଢା କଥା ଦ୍ୱାରା ବର୍ଣ୍ଣିତ ଏବଂ ବଢ଼େଇ ଚଢେଇ ଲିଖିତ । ଯଦି କୌଣସି କାହାଣୀରେ ବୈଜ୍ଞାନିକ ଆଧାର ନଥାଏ ତାକୁ ସତ୍ୟ ମାନିବା ଅନୁଚିତ୍। ଅନ୍ୟ କେତେକ କାହାଣୀ ମନୋରଞ୍ଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ ଲେଖା ହୋଇଥିଲେ ମଧ୍ୟ ସେଗୁଡିକ ଜାତି, ଅନ୍ଧବିଶ୍ୱାସ, ତର୍କ ହୀନତା, ଧର୍ମ ଓ ବ୍ୟକ୍ତିବିଶେଷ ପ୍ରଚାର ଉଦ୍ଧେଶ୍ୟରେ ଲିଖିତ ଧୁର୍ତ୍ତ ଗପ ତେଣୁ ତାକୁ ସତ୍ୟ ମାନିବା ଅନୁଚିତ୍ । ଯଦି କୌଣସି ବ୍ୟକ୍ତିର କାଳ୍ପନିକସ୍ତର ବାସ୍ତବିକତା ସହ ମେଳନଖାଏ ଏବଂ ଅନ୍ଧବିସ୍ଵାଶର ବଶବର୍ତ୍ତୀ ହୋଇ ଅଜ୍ଞାନତାର ଜନନୀ ହୁଏ ତେବେ ଏହାକୁ ମାନସିକ ବିକୃତତା କୁହାଯାଏ । ପ୍ରବୋଧ ପୁର୍ନବାର ନୀରବ ରହିଲେ ।
ଜୀବାନନ୍ଦ କହିଲେ, “ତମେ ପ୍ରଥମେ ବଣିକଙ୍କ ସହ ଅଲଗା ବାଟରେ ଆସିବାକୁ ବାହାରିଥିଲ । ପୁଣି କିପରି ବଣ ଦେଇ ଆସିଲ? ସେ ସାହସ, ସତ୍ୟ ପ୍ରତି ନିଷ୍ଠା କେଉଁଠୁ ଆସିଲା? ତାହାହିଁ ତମ ପ୍ରତି ବିଶ୍ୱନାଥଙ୍କ କରୁଣା । ତାହାହିଁ ତମ ଚେତନାର ବିକାଶର ପ୍ରମାଣ । ସତ୍ୟ ପ୍ରତି ନିଷ୍ଠା ଯୋଗୁଁ ବ୍ରହ୍ମରାକ୍ଷସର ଆହାର ହେବା ପାଇଁ ଜାଣି ଜାଣି ଆସିବା ସାଧାରଣ ମଣିଷ ପକ୍ଷରେ ସମ୍ଭବ ନୁହେଁ ।”
ଏସବୁକଥା ଶୁଣି ପ୍ରବୋଧଙ୍କ ଆଖିରେ ଅଶ୍ରୁ ଦେଖା ଦେଲା । ସେ ଗୁରୁଙ୍କୁ ପ୍ରଣାମ କଲେ ।
ଅଧିକ!
ରାମପୁର ଗ୍ରାମରେ ଭଗବାନ ଶ୍ରୀରାମଚନ୍ଦ୍ରଙ୍କର ଗୋଟିଏ ସୁନ୍ଦର ମନ୍ଦିର ଥିଲା । କାଳକ୍ରମେ ସେ ମନ୍ଦିର ଜୀର୍ଣ୍ଣ ହୋଇ ଯାଇଥାଏ । ତାକୁ ମରାମତି କରିବାର ପ୍ରସ୍ତାବ ହେଲା । ଗ୍ରାମର ନେତା ଗୋବିନ୍ଦ ଦାସ କହିଲେ, “ଆମ ଗାଁରେ ଦୁଇଜଣ ବିଶିଷ୍ଟ ଗାୟକ ଅଛନ୍ତି । ସେମାନଙ୍କୁ ନେଇ ଆମେ ଗୋଟିଏ ସଙ୍ଗୀତ ସଭାର ବ୍ୟବସ୍ଥା କରିବା । ସେଥିଲାଗି ଆଖପାଖର ସବୁ ବିଶିଷ୍ଟ ଲୋକଙ୍କୁ ନିମନ୍ତ୍ରଣ କରାଯିବ । ସେମାନେ ଗୀତ ଶୁଣିବା ଉପଲକ୍ଷ୍ୟରେ ମନ୍ଦିର ପାଇଁ କିଛି କିଛି ଚାନ୍ଦା ଦେବେ ।”
ସେହି ଅନୁସାରେ ସମସ୍ତ ପ୍ରକାର ଆୟୋଜନ ହେଲା । ଗାୟକ ପ୍ରଭାତଙ୍କୁ ଗୋବିନ୍ଦବାବୁ ପଚାରିଲେ, “ଗୋଟାଏ ଭଲ କାମ ପାଇଁ ତୁମକୁ ଗୀତ ବୋଲିବାକୁ ହେଲେ ତୁମେ କେତେ ଟଙ୍କା ନେବ?”
ପ୍ରଭାତ କହିଲେ “ମୋତେ ଶହେଟଙ୍କା ଦେଲେ ଚଳିବ ।” ତା’ପରେ ଗୋବିନ୍ଦବାବୁ ଅନ୍ୟ ଗାୟକ ଚନ୍ଦ୍ରଶେଖରଙ୍କୁ ଡାକି କହିଲେ କି ଗୋଟାଏ ସଙ୍ଗୀତ ସଭା ହେବ ଓ ସେଥିପାଇଁ ପ୍ରଭାତ ଶହେଟଙ୍କା ନେଇ ଗୀତ ବୋଲିବେ । ତାଙ୍କୁ ବି ସେଇଆ କରିବାକୁ ହେବ ।
ଚନ୍ଦ୍ରଶେଖର ରୋକ୍ଠୋକ୍ କହିଲେ, “ପ୍ରଭାତ ଯଦି ଶହେଟଙ୍କା ନେବ, ତେବେ ମୋତେ ତାଠୁଁ ଅନ୍ତତଃ ଟଙ୍କାଟିଏ ଅଧିକ ମିଳିବା ଆବଶ୍ୟକ!”
ତାଙ୍କର ଏଭଳି ପ୍ରସ୍ତାବରେ ଗୋବିନ୍ଦବାବୁ ରାଜି ହେଲେ । ସଭା ଶେଷରେ ସେ ଘୋଷଣା କଲେ, “ଚନ୍ଦ୍ରଶେଖରଙ୍କ କଥା ଅନୁସାରେ ପ୍ରଭାତଙ୍କୁ ଯାହା ଦିଆଯିବ, ତାଙ୍କୁ ତା’ଠାରୁ ଟଙ୍କାଟିଏ ଅଧିକ ଦେବା ଦରକାର । ପ୍ରଭାତ ଏ ଆସରର ପ୍ରକୃତ ଉଦ୍ଧେଶ୍ୟ ଜାଣିବା ପରେ ତାଙ୍କ ପ୍ରାପ୍ୟ ସେ ଶହେଟଙ୍କା ନେଉ ନାହାଁନ୍ତି । ଅର୍ଥାତ୍ ସେ ଶୂନ୍ୟ ନେଲେ । ଶୂନ୍ୟଠୁଁ ଅଧିକ ଟଙ୍କାଏ ଅର୍ଥ ଟଙ୍କାଏ । ଆମେ ତାହାହିଁ ଚନ୍ଦ୍ରଶେଖରଙ୍କୁ ଦେଲୁଁ ।”