ସାଧୁଙ୍କ ଏଭଳି କଥା ଶୁଣି ହଠାତ୍ ସେ ଧନୀ ଲୋକ ଜଣକର ସବୁ ଗର୍ବ ଅହଂକାର ନିମିଷକେ କୁଆଡେ ଉଭେଇଗଲା । ତହୁଁ ସେ ଧନୀ ଲୋକ ସାଧୁଙ୍କର ଗୋଡତଳେ ପଡି କ୍ଷମା ମାଗିଲେ ଏବଂ କହିଲେ, “ମୁଁ ମୋର ଭୁଲ୍ ଆଜି ବୁଝିପାରିଛି । ମୁଁ ନିଜକୁ ଧାର୍ମିକ ଏବଂ ସବୁ ପୂଣ୍ୟଫଳ ମୋତେ ମିଳୁଛି ବୋଲି ଭାବୁଥିଲି । ମନେ ମନେ ଖୁସି ହେଉଥିଲି ଯେ ମୋତେ ନିଶ୍ଚିତ ବୈକୁଣ୍ଠରେ ସ୍ଥାନ ମିଳିବ । ମାତ୍ର ଏସବୁ ମୋର ଗର୍ବ, ଅହଂକାର ଥିଲା । ଆପଣ ମହାନ୍ । ମୋତେ ସଦ୍ ବୁଦ୍ଧି ଦେଇଛନ୍ତି ।
ସେଇଦିନଠୁ ଧନୀ ଜଣକ ପ୍ରତିଦିନ ମନ୍ଦିରକୁ ଗଲେ । ଠାକୁର ଦର୍ଶନ କଲେ । ନିଜେ ପୂଜା କଲେ । ଦାନଧର୍ମ କଲେ ଏବଂ ନିଜ ଜୀବନକୁ ସାର୍ଥକ ବି କଲେ ।
ବିଶେଷ ଦ୍ରଷ୍ଟବ୍ୟ:- କେତେକ କାହାଣୀ ମନୋରଂଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ କେବଳ କଳ୍ପନା ଭାବଧାରା ଦ୍ୱାରାହିଁ ପ୍ରତିବେସିତ। ଯଦି କୌଣସି କାହାଣୀରେ ବୈଜ୍ଞାନିକ ଆଧାର ନଥାଏ ତାକୁ ସତ୍ୟ ମାନିବା ଅନୁଚିତ୍। ଅନ୍ୟ କେତେକ କାହାଣୀ ମନୋରଂଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ ଲେଖା ହୋଇଥିଲେ ମଧ୍ୟ ସେଗୁଡିକ ଜାତି, ଧର୍ମ ଓ ବ୍ୟକ୍ତିବିଶେଷ ପ୍ରଚାର ଉଦ୍ଧେଶ୍ୟରେ ଲିଖିତ ଧୁର୍ତ୍ତ ଗପ ତେଣୁ ତାକୁ ସତ୍ୟ ମାନିବା ଅନୁଚିତ୍ ।