ଋାଜାଙ୍କ କଥାମାନି ସେହି ବ୍ୟକ୍ତି ଜଣକ ସେଇଆ କଲା । ସେ ସିପାହୀ ପାଖରେ ପହଂଚି କହିଲା, “ଭାଇ, ତୁମ ପୂର୍ବଋଣ ପରିଶୋଧ କଥା ମନେ ରଖିଥିବ ନିଶ୍ଚୟ । ବର୍ତମାନ ସେହି ଋଣ ପରିଶୋଧର ବେଳ ଆସିଛି । ମୁଁ ହେଉଛି ଜଣେ ଚୋର ଓ ଆଜି ରାଜନଅରରୁ ଚୋରି କରିବା ପାଇଁ ଇଚ୍ଛା ପ୍ରକଟ କରିଛି । ସୁତରାଂ ମୋତେ ରାଜନଅର ଭିତରକୁ ଛାଡିଦେବା ଲାଗି ଅନୁରୋଧ କରୁଛି ।”
ଏହା ଶୁଣି ସିପାହୀ ଜଣକ କିଛି ସମୟ ନୀରବ ରହିବା ପରେ କହିଲା, ତୁମେ ମୋ ପ୍ରାଣ ବଂଚାଇ ଥିବାରୁ ଅବଶ୍ୟ ମୁଁ ସାହାଯ୍ୟ କରିବି । ସେଥିପାଇଁ ଗୋଟିଏ ବାଟ ଅଛି, ଯାହା କେହି ଜାଣନ୍ତି ନାହିଁ । ତାହା ହେଲା, ମୁଁ ରାଜନଅର ଚାରିପଟେ ପହରା ଦେଲାବେଳେ ତିନିପଟର ଦ୍ୱାର ଦେଖି ପାରୁଥିଲା ବେଳେ ମୋ ପଛପଟର ଦ୍ୱାର ମୁଁ ଦେଖିପାରେ ନାହିଁ ଏବଂ ତାହା ଖୁବ୍ କମ୍ ସମୟ ପାଇଁ । ସେତିକି ସମୟ ଭିତରେ ତୁମେ ରାଜନଅର ଭିତରେ ପହଂଚି ପାରିବ ତ? ନଚେତ୍ ତୁମେ ମୋ ଆଖିରେ ପଡିଲେ ତୁମକୁ ଧରି ରାଜାଙ୍କ ହାତରେ ଦେବି ।”
ଏବେ ଚୋରଟି କହିଲା, “ଏହା ତ ସମ୍ଭବ ନୁହେଁ । ଏତେ କମ୍ ସମୟ ଭିତରେ ନଅର ଭିତରେ ପଶିବି କେମିତି?”
ତା’ ପରେ ସିପାହୀ ଜଣକ କହିଲା, “ତେବେ ଆଉ ଗୋଟିଏ ବାଟ ଅଛି ଶୁଣ । ସେ ବାଟ ଦେଇ ଗଲେ ତୁମେ ଅତିସହଜରେ ପଶିଯାଇପାରିବ । ତାହା ହେଲା, ତୁମେ ଭିତରକୁ ପଶିବା ପାଇଁ ମୋ’ ସହିତ ଯୁଦ୍ଧ କରି ମୋତେ ହତ୍ୟାକର । ତାପରେ ଯାଇ ନିର୍ବିଘ୍ନରେ ପହଂଚିପାରିବ ।”
ଚୋରଟି ଏସବୁ ଶୁଣିଲା ପରେ ଫେରିଗଲା । ଏବେ ରାଜା ସିପାହୀର ସାଧୁତା ଓ କର୍ମନିଷ୍ଠା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । ଉପହାର ସ୍ୱରୂପ ସିପାହୀକୁ ଅନେକ ଧନରତ୍ନ ଦେବା ସହିତ ସେନାପତି ପଦରେ ନିଯୁକ୍ତ କରିଦେଲେ ।
ସୁତରାଂ ଯଥାର୍ଥରେ ଏହା କୁହାଯାଇପାରେ ଯେ –
“ଯେତେ ବିପଦରେ ପଡିଥାଅ ପଛେ ସତ୍ପଥରୁ କେବେ ନ ଯାଅ ହଟି
ଏହି ଆଚରଣ ମାନି ଚଳୁଥିଲେ ଜୀବନଟା ଯିବ ସୁଖରେ କଟି ।”