ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

କର୍ମ ଘେନି ଫଳ

         ଗ୍ରାମବାସୀଙ୍କ କଥାରେ ଦବିନଯାଇ ଦ୍ରୌପଦୀ ଚଢା ଗଳାରେ ପ୍ରଶ୍ନ କଲେ – “କ’ଣ ଅସୁବିଧା ହେଲା କିଏ ଏଇ କାମ ନକରୁଛି? ଆପଣମାନେ, ମୁଁ, ଇଏ ଆମେ ସମସ୍ତେ ଏ ପ୍ରକାର କାର୍ଯ୍ୟରେ ଲିପ୍ତ ରହିଛୁ । ଆପଣମାନେ ବିବାହ କରିଛନ୍ତି?”

         ଏକାଠି ହୋଇଥିବା ଲୋକମାନେ ସମସ୍ୱରରେ କହିଲେ – ହଁ ।

         ଦ୍ରୌପଦୀ ଏଥର ଆହୁରି ଚଢାଗଳାରେ କହିଲେ – ମୁଁ ଦଶଦିଗ ପାଳଙ୍କୁ ସାକ୍ଷୀରଖି ଆହ୍ୱାନ କରୁଛି, କିଏ ଛାତିରେ ହାତ ଦେଇ କହୁଯେ, ଏ ଯୁବତୀ ଯାହା କରିଛି ସେପରି କାର୍ଯ୍ୟ ସେମାନେ କରିନାହାଁନ୍ତି । ଯିଏ ଜୀବନରେ ଏପରି କାର୍ଯ୍ୟ କରିନଥିବ ସେ ହିଁ କେବଳ ଏ ଯୁବତୀ ଉପରକୁ ଟେକା ଫିଙ୍ଗି ପାରିବ ।

         ଦ୍ରୌପଦୀଙ୍କର ଏକଥା ଶୁଣିବା ମାତ୍ରେ ଉପସ୍ଥିତ ସମସ୍ତ ଲୋକଙ୍କ ହାତରୁ ଟେକା ଖସି ପଡିଲା । ଦ୍ରୌପଦୀଙ୍କ ମୁହଁରେ ଏଥର ହସ ଫୁଟି ଉଠିଲା । ସେ ଯୁବତୀଟିକୁ ନିଜ ଛାତିକୁ ଆଉଜାଇନେବା ମାତ୍ରେ ସେଠାରେ ଏକ ଅଘଟଣ ଘଟିଲା । ହଠାତ୍ ଗୋଟିଏ ଟେକା ଆସି ବାଜିଲା ଦ୍ରୌପଦୀଙ୍କ ମୁଣ୍ଡରେ । ଦ୍ରୌପଦୀଙ୍କ ମୁଣ୍ଡରୁ ଧାର ଧାର ଧାର ହୋଇ ରକ୍ତ ବହିବାକୁ ଲାଗିଲା । ସେ ବେହୋସ୍ ହୋଇ ତଳେ ପଡିଗଲେ । ଯୁବତୀଟି ତାଙ୍କୁ ତଳୁ ଉଠାଇ ଦ୍ରୌପଦୀଙ୍କ ମୁଣ୍ଡକୁ ନିଜ କୋଳରେ ରଖିବା ପରେ ଦ୍ରୌପଦୀ ତାଙ୍କୁ କୋମଳ କଣ୍ଠରେ ପଚାରିଲେ – କିଏ ମୋ ଉପରକୁ ଟେକା ଫିଙ୍ଗିଲା?

         ଯୁବତୀଟି ବ୍ୟାକୁଳ କଣ୍ଠରେ କହିଲା – କିଏ ଫିଙ୍ଗିଲା ମୁଁ ଜାଣିନି, କିନ୍ତୁ ମୁଁ ଦୃଢତାର ସହ କହିପାରେଯେ ଏଠାରେ ଉପସ୍ଥିତ ଥିବା ଲୋକମାନେ ଏ କାର୍ଯ୍ୟ କରି ନାହାଁନ୍ତି । ତେବେ ମୁଁ ଲକ୍ଷ୍ୟ କରିଛି ଏ ଟେକାଟି ଆକାଶ ମାର୍ଗରୁ ଆସିଥିଲା ।

         ଦ୍ରୌପଦୀ ଯୁବତୀର କଥା ଶୁଣିବାପରେ ତଳେ ପଡିଥିବା ଟେକାକୁ ଉଠାଇ ଦେଖିଲେ । ସେହି ଟେକା ଉପରେ ଲେଖା ଯାଇଥିଲା – “ପଣ୍ଡୁ” ।

ବିଶେଷ ଦ୍ରଷ୍ଟବ୍ୟ:- କେତେକ କାହାଣୀ ମନୋରଂଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ କେବଳ କଳ୍ପନା ଭାବଧାରା ଦ୍ୱାରାହିଁ ପ୍ରତିବେସିତ। ଯଦି କୌଣସି କାହାଣୀରେ ବୈଜ୍ଞାନିକ ଆଧାର ନଥାଏ ତାକୁ ସତ୍ୟ ମାନିବା ଅନୁଚିତ୍। ଅନ୍ୟ କେତେକ କାହାଣୀ ମନୋରଂଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ ଲେଖା ହୋଇଥିଲେ ମଧ୍ୟ ସେଗୁଡିକ ଜାତି, ଅନ୍ଧବିଶ୍ୱାସ, ତର୍କ ହୀନତା, ଧର୍ମ ଓ ବ୍ୟକ୍ତିବିଶେଷ ପ୍ରଚାର ଉଦ୍ଧେଶ୍ୟରେ ଲିଖିତ ଧୁର୍ତ୍ତ ଗପ ତେଣୁ ତାକୁ ସତ୍ୟ  ମାନିବା ଅନୁଚିତ୍ । ଯଦି ଭାରତ ଏକ ନାମ ନହୁଏ ତେବେ “ମହାଭାରତ” ଅର୍ଥ ହେଉଛି “ମହା ଯୁଦ୍ଧ” ଅର୍ଥାତ୍ ଏଠାରେ ଭାରତର ଅର୍ଥ ହେଉଛି “ଯୁଦ୍ଧ” ଯଦି ଭାରତ ଏକ ନାମ ଅଟେ ତେବେ “ମହାଭାରତ” ଅର୍ଥ ଏକ ବଡ ନାମ ଯାହାକି ଅର୍ଥ ହୀନ । ଉଦାହରଣ ସ୍ୱରୂପ ଯଦି କୃଷ୍ଣ ଜଣଙ୍କର ନାମ ହୁଏ ତେବେ ମହାକୃଷ୍ଣ ଅର୍ଥ କଣ ହୋଇପାରେ ନିଜେ ବୁଝିବାକୁ ଚେଷ୍ଟା କରନ୍ତୁ । ମହାଭାରତ କୁରୁକ୍ଷେତ୍ରରେ ହୋଇଥିଲା ଯାହା କି ହରିୟାଣାର ୧,୫୩୦ ବର୍ଗ କିଲୋମିଟର ବିଶିଷ୍ଟ ଏକ  ଭୂଭାଗ । ଇତିହାସହକାରଙ୍କ ଅନୁଯାଇ କୁରୁ ରାଜ୍ୟ କେବଳ ଦିଲ୍ଲୀ, ହରିୟାଣା ଏବଂ ଉତ୍ତରାଖଣ୍ଡ ଭିତରେ ସୀମିତ ଥିଲା ଏହା ବର୍ତ୍ତମାନ ଇଣ୍ଡିଆ ଆକାରର ନଥିଲା ତେଣୁ ଉକ୍ତ ଗଳ୍ପଟି ସମଗ୍ର ଇଣ୍ଡିଆର ଜ୍ଞାନର ମୂଳ ଉତ୍ସରୂପେ ମାନିବା ବାଧ୍ୟତା ମୂଳକ ନୁହେଁ ।  ଆମ ଓଡ଼ିଆ ଜାତି ସହ ମହାଭାରତର କୌଣସି ସମ୍ପର୍କ ନାହିଁ ତେଣୁ ଏହାକୁ ଜ୍ଞାନର ଉତ୍ସ ରୂପେ ମାନିବା ଆଗରୁ ଏଥିରେ ଥିବା ଜ୍ଞାନକୁ ତର୍କ ଦ୍ୱାରା ବାଛିବା ଉଚିତ୍ । ଭଗବାନ ହୋଇ ଯଦି ବିନା ହିଂସାରେ ସମାଧାନର ଉପାୟ ନକରିପାରନ୍ତି ତେବେ ସେପରି ଭଗବାନର କିଛି ମୂଲ୍ୟ ନାହିଁ ।  ମହାଭାରତ ହେଉଛି ଭାଇ ଭାଇ ମଧ୍ୟରେ ରାଜ୍ୟ ତଥା ସମ୍ପତ୍ତି ପାଇଁ ଯୁଦ୍ଧ; ଯାହା ପୁଣି ଜୁଆ ଖେଳ, ସୁରାପାନ ଏବଂ ନାରୀ ପ୍ରତାରଣାରୁ ହିଁ ସୃଷ୍ଟି, ତେଣୁ ଏପରି କାହାଣୀକୁ ନିଜର ଜ୍ଞାନ ଉତ୍ସ ରୂପରେ ବିବେଚନା କରିବା ପୂର୍ବରୁ ଏହା ବିଷୟରେ ଭାବିବା ଉଚିତ୍ । ଯଦି କୌଣସି ବ୍ୟକ୍ତିର କାଳ୍ପନିକସ୍ତର ବାସ୍ତବିକତା ସହ ମେଳନଖାଏ  ଏଵଂ ଅନ୍ଧବିସ୍ଵାଶର ବଶବର୍ତ୍ତୀ ହୋଇ ଅଜ୍ଞାନତାର ଜନନୀ ହୁଏ ତେବେ ଏହାକୁ ମାନସିକ ବିକୃତତା କୁହାଯାଏ ।


ଗପ ସାରଣୀ

ତାଲିକାଭୁକ୍ତ ଗପ