ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

କଳିବୁଢୀ ଶାଶୁ

ବଡ ଅଦ୍ଭୁତ ଧରଣର ମହିଳା ସେ ଥିଲେ । ସାରା ସଂସାରକୁ ସେ ଦୋଷୀ ମନେ କରୁଥିଲେ । ତେଣୁ ନିଜର ଇଜ୍ଜତ ରକ୍ଷା କରି ପଣ୍ଡିତ ଶିବଦତ ସବୁ ସହିଯିବା ବ୍ୟତୀତ ତାଙ୍କ ପାଖରେ ଆଉ ଅନ୍ୟ କିଛି ଉପାୟ ନ ଥିଲା । ପଣ୍ଡିତଙ୍କର ଜୀବନ ସେ ଘର ଭିତରେ ବଡ ଦୁଃଖରେ କଟୁଥିଲା । ତାଙ୍କ ମନରେ କେତେବେଳେବି ହେଲେ ଟିକିଏ ଶାନ୍ତି ନ ଥିଲା । ଏହି କାରଣରୁ ସେ ପଣ୍ଡିତ ଦିନେ ହେଲେ ବି ସୁଖରେ ଭୋଜନ କିମ୍ବା ଶୟନ କରିପାରୁ ନ ଥିଲେ । ସ୍ତ୍ରୀ ତ ତାଙ୍କର ବାଜେଣୀଘଂଟ । ତେଣୁ ସେ ଘରେ ଚବିଶ ଘଂଟା ଖାଲି ପାଟିଗୋଳ ଚାଲିଥାଏ । ସେଥିପାଇଁ ସେ ପଣ୍ଡିତେ ବହୁତ ସମୟ ବାହାରେ ବାହାରେ ହିଁ ବିତାଇ ଦିଅନ୍ତି । ତାହାହେଲେ ମଧ୍ୟ ରକ୍ଷା ନାହିଁ । ଘରକୁ ଫେରିଆସିଲେ ହଜାରେ ଅଭିଯୋଗ ଏବଂ ତାପରେ ପୁଣି ଆରମ୍ଭ ହୋଇଯାଏ ଭଙ୍ଗାରୁଜାର ପାଲା ।

ଏକମାତ୍ର ପୁଅ ପାଇଁ ସେ ପଣ୍ଡିତଙ୍କର ମହାଚିନ୍ତା । ସେ ପୁଅଟି କ୍ରମଶଃ ବଡ ହେଲା । କାଳେ ମାଆର ସ୍ୱଭାବରେ ପୁଅ ପ୍ରଭାବିତ ହୋଇ ଖରାପ୍ ହୋଇଯିବ, ସେଥିପାଇଁ ସେ ପଣ୍ଡିତ ତାଙ୍କ ପୁଅକୁ ପିଲାଟିଦିନୁ ଗୁରୁଗୃହକୁ ପଠାଇଦେଲେ । ସେ ଗୁରୁଗୃହରେ ବସୁଦତ ବର୍ଷ ବର୍ଷ କାଳ ରହି ପାଠ ପଢିଲା । ସେ ପୁଅଟି ସେଠାରେ ବେଦ, ବେଦାନ୍ତ, ଉପନିଷଦ ପ୍ରଭୃତି ନାନା ବିଭିନ୍ନ ବିଦ୍ୟା ଅଧ୍ୟୟନ କରିବାକୁ ଲାଗିଲା । ଶେଷରେ ସେ ପୁଅଟି ବିଭିନ୍ନ ବିଦ୍ୟା ବିଦ୍ୟାରେ ମଧ୍ୟ ପାରଙ୍ଗମ ହେଲା । ଗୁରୁଗୃହରେ ସମସ୍ତ ବିଦ୍ୟା ଶେଷ କରି ବସୁଦତ ଫେରିଆସିଲା ତା ଘରକୁ । ପଣ୍ଡିତ ଶିବଦତ ପୁଅକୁ ଦେଖି ଅତ୍ୟନ୍ତ ସୁଖୀ ହେଲେ । ଖୁବ୍ ଅଳ୍ପଦିନ ମଧ୍ୟରେ ରାଜଦରବାରରେ ସେ ପୁଅକୁ ମଧ୍ୟ ଚାକିରୀ ମିଳିଗଲା ।

ଏଣିକି ଯୋଗ୍ୟ ପୁଅକୁ ହାତକୁ ଦି’ହାତ କରିଦେଲେ ସେ ପଣ୍ଡିତ ଶିବଦତ ଟିକେ ନିଶ୍ଚିତ ହେବେ । ତେବେ ନିଜ ସ୍ତ୍ରୀ କଥା ତ ସେ ଜାଣନ୍ତି । ସେ କିପରି ତା ବୋହୂକୁ ଚଳାଇବ ତାହା ଭଗବାନ ହିଁ ଜାଣନ୍ତି ।

କୁଳୀନ ଘରର ଭଲ ବୋହୂଟିଏ ଠିକ୍ ହେଲା । କେତେ ଆଡମ୍ବରରେ ପୁଅ ବୋହୂ ଘରକୁ ଆସିଲେ ।

ବୋହୂ ଘରେ ପାଦ ଦେଇ ସାତମଙ୍ଗଳା ନ ଯାଉଣୁ ଏଣେ ଶାଶୁଙ୍କର ଅତ୍ୟାଚାର ଆରମ୍ଭ ହୋଇଗଲା । କଂଟାବାଡରେ ଲୁଗା ପକାଇ କଳି କରିବା ତ ତାଙ୍କର ସ୍ୱଭାବ ।


ଗପ ସାରଣୀ

ତାଲିକାଭୁକ୍ତ ଗପ