ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

କଳିବୁଢୀ ଶାଶୁ

ନୂଆ ବୋହୂଟି ସକାଳୁ ଉଠି ବାସିପାଇଟି କାମ ସାରିଦେଇ ବାରିଦୁଆରେ ଟିକେ ବିଶ୍ରାମ କରୁଛି, ଠିକ୍ ଏତିକିବେଳେ ଶାଶୁ ଆସି ସେଠାରେ ପହଁଚିଗଲେ । ସେ କହିଲେ – “କ’ଣ ରାଣୀଙ୍କର ଘୂମ ଭାଙ୍ଗିଲା ।” ଏଥିରୁ ସେ ବୋହୂଟି କିଛିବି ବୁଝିପାରିଲା ନାହିଁ । ସେ କହିଲା – “ବୋଉ ! ମୁଁ ତ କେତେବେଳୁ ଉଠି ବାସିପାଇଟି କରୁଥିଲି ।” ଶାଶୁ ତ ଏଇ କଥାକୁ ଅପେକ୍ଷା କରୁଥିଲେ, ତେଣୁ ସେ କହିଲେ – “କ’ଣ କହିଲୁ, ନିମୁଲି ଘର ଝିଅ । ମୋ କଥାରେ ପୁଣି ଜବାବ୍ । ଛାଂଚୁଣି ମୁଠାରେ ମୁଁ ତୋର ମୁହଁ ଭାଙ୍ଗିଦେବି ।”

ଏଥର ସେ ବୋହୂଟି ବିଚରା କାନ୍ଦ କାନ୍ଦ ହୋଇ ନିଜ ଲୁହ ପୋଛିଲା । ତାପରେ ଶାଶୁଙ୍କର ଜବାବ୍ ହେଲା – “ସେ ସକେଇ କାନ୍ଦଣା ଆଉ କାହା ଆଗରେ ଦେଖେଇ ହେବୁ । ଫୁଲେଇ ହୋଇ ଭାବିଛୁ ତୁ ମୋ ପୁଅକୁ କାବୁ କରିବୁ ବୋଲି । ମୋତେ ତୁ ମୋଟେ ଚିହ୍ନି ନାହୁଁ । ତୋ ରକ୍ତରେ ମୁଁ ଚିତା ଘେନିବି ।”

ସେ ବୋହୂ ଏବେ କ’ଣ କରିବ? କହିଲେ ମଲା, ନ କହିଲେ ବି ମଲା । ଶେଷରେ କାନ୍ଦିବା ହିଁ ତାର ଏକମାତ୍ର ସାର ହେଲା । ଦିନ ପରେ ଦିନ ସେ ଶାଶୁଙ୍କର ଅତ୍ୟାଚାର ବଢିବାରେ ଲାଗିଲା ।

ଏସବୁ ଦେଖି ସେ ପଣ୍ଡିତ ଶିବଦତ ଅତ୍ୟନ୍ତ ବ୍ୟସ୍ତ ହେଲେ । ତାଙ୍କର ଜୀବନଟା ତ ଦୁଃଖରେ ବିତିଲା । ଶେଷରେ ପୁଅ-ବୋହୁଙ୍କୁ ମଧ୍ୟ ଏ କଳିହୁଡି ଟିକେ ଶାନ୍ତିରେ ରଖାଇ ଦେବନାହିଁ ।

ଦିନେ ଶିବଦତ ଅତିଶୟ ବ୍ୟସ୍ତ ହୋଇ ସେ ଘର ଛାଡିଲେ । କାହାକୁ କିଛି କହିଲେ ନାହିଁ । କେବଳ ଗଲାବେଳେ ଶେଯ ଉପରେ ଖଣ୍ଡିଏ ଚିଠି ସେ ଲେଖିଯାଇଥିଲେ ।

ତାଙ୍କ ସ୍ତ୍ରୀଙ୍କ ପାଇଁ ସେଥିରେ ଲେଖାଥିଲା – “ତୁମ ଲାଗି ଘରସଂସାର ସବୁ ଛାଡି ମୁଁ ଚାଲିଯାଉଛି । କୁଆଡେ ଯାଉଛି ତା ନିଜେ ମଧ୍ୟ ମୁଁ ଜାଣେ ନାହିଁ । ସାରା ଜୀବନ ମୁଁ କେବଳ ତୁମ ଯୋଗୁଁ ଜଳିପଡି କଲବଲ ହେଲି । କିନ୍ତୁ ସେତେବେଳେ ଘର ଛାଡିବା ତ ଆଦୌ ସମ୍ଭବ ହେଲା ନାହିଁ । କାରଣ ସେତେବେଳେ ତୁମ ଦାୟିତ୍ୱ କିଏ ନେଇଥାଆନ୍ତା । ଏଣିକି ପୁଅ ତୁମର ବଡ ହେଲା, ଘରସଂସାର ଚଳାଇବା ପାଇଁ ଘରେ ବୋହୂଟିଏ ବି ପାଦ ଦେଲା । ଏଥର ମୋର ସମସ୍ତ ଦାୟିତ୍ୱ ସରିଲା । ତୁମେ ଯାହା କର ପଛକେ ମୋ ପରି ପୁଅ-ବୋହୂକୁ ଆଉ କଲବଲ କରିବ ନାହିଁ । ତାହାହେଲେ ଯାଇ ତୁମର ଜୀବନ ସୁଖରେ କଟିଯିବ ।” ସେ ଚିଠିଟି ପଣ୍ଡିତଙ୍କ ସ୍ତ୍ରୀଙ୍କ ହାତରେ ହିଁ ପଡିଲା । ପଣ୍ଡିତଙ୍କ ସ୍ତ୍ରୀ ସେ ଚିଠିକୁ ସଙ୍ଗେ ସଙ୍ଗେ ନଷ୍ଟ କରି ପଣ୍ଡିତଙ୍କ ଉପରେ ଖୁବ୍ ନିଆଁବାଣ ହେଲେ । ପାଖରେ ପାଇଲେ ସତେ ଅବା କଡ କଡ କରି ଚୋବାଇଦେବେ । ହାଁ, ଏତେ ସାହସ । ମୁଁ ପୁଣି ତାକୁ କଲବଲ କଲି । ପଳାଇ ତ ଗଲା । ନଚେତ୍ ମୋର ଦିନେ କୁ ତା’ର ଦିନେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ