ତହୁଁ ମିତ୍ରାବସୁ କହିଲେ, “ସେ ଅନେକ ପୁରୁଣା କଥା । ପୂର୍ବକାଳରେ କଶ୍ୟପ ନାମରେ ଜଣେ ପ୍ରସିଦ୍ଧ ଋଷି ଥିଲେ । ତାଙ୍କର ଦୁଇଟି ସ୍ତ୍ରୀ – କଦ୍ରୁ ଓ ବିନତା । ଏକହଜାର ସର୍ପ ସନ୍ତାନଙ୍କର ଜନନୀ ଥିଲେ ସେ କଦ୍ରୁ । କିନ୍ତୁ ସେ ବିନତାଙ୍କର ମାତ୍ର ଦୁଇଟି ସନ୍ତାନ – ଅରୁଣ ଓ ଗରୁଡ । ଅରୁଣ ହେଲେ ସୂର୍ଯ୍ୟଙ୍କର ସାରଥୀ ।
କଦ୍ରୁ ଓ ବିନତା ଦୁଇ ସଉତୁଣୀ କେହି କାହାର ଛାଇକୁ ବି ଆଦୌ ସହିପାରନ୍ତି ନାହିଁ । ଦିନେ ସେ କଦ୍ରୁ ଓ ବିନତାଙ୍କ ମଧ୍ୟରେ କଥା ହେଉ ହେଉ ବାଜି ପଡିଲା । ଇନ୍ଦ୍ରଙ୍କର ଘୋଡା ଉଚ୍ଚୈଶ୍ରବାର ବର୍ଣ୍ଣ କ’ଣ? ଯାହାର କଥା ଅସତ୍ୟ ହେବ, ସେ ଅନ୍ୟର ଦାସୀ ହୋଇ ଖଟିବ ।
ସମସ୍ତେ ତ ଜାଣନ୍ତି, ଇନ୍ଦ୍ରଙ୍କ ଘୋଡାର ବର୍ଣ୍ଣ ଧଳା । ତେଣୁ ସେ ବିନତା ‘ଧଳା’ ବୋଲି କହିଲେ । ମାତ୍ର କଦ୍ରୁ ନିଜ ମନରେ କପଟ ରଖି କହିଲେ ଘୋଡାର ବର୍ଣ୍ଣ କଳା । ଏହି ବିବାଦର ସମାଧାନ ପାଇଁ ଶେଷରେ ସେ ଦୁହେଁ ଉଚ୍ଚୈଶ୍ରବା ଘୋଡା ପାଖକୁ ଯିବା କଥା ସ୍ଥିର ହେଲା । ମାତ୍ର ଯିବା ପୂର୍ବରୁ କଦ୍ରୁ ନିଜର ସର୍ପ ସନ୍ତାନମାନଙ୍କୁ କହିଲେ, “ସେ ଘୋଡା ଦେହରେ ଗୁଡେଇ ହୋଇ ରହିବା ପାଇଁ ।” ତେଣୁ ବିନତା ଦେଖିବାକୁ ଗଲାବେଳେ ଦୂରରୁ ସେ ଘୋଡାଟି କଳାରଙ୍ଗର ଦେଖାଗଲା । ତେଣୁ ସେହିଦିନୁ ବିନତା ସେ କଦ୍ରୁଙ୍କର ଦାସୀ ହୋଇ ଅତି ଦୁଃଖରେ ଥାଆନ୍ତି ।
କିଛିଦିନ ପରେ ସେ ବିନତାଙ୍କର ଦ୍ୱିତୀୟ ସନ୍ତାନ ରୂପେ ଗରୁଡ ଜନ୍ମ ହେଲେ । ସେ ତ ମହାବୀର । ତେଣୁ ସେ ବିଷ୍ଣୁଙ୍କର ବାହନ ହେଲେ, ବିମାତାଙ୍କୁ ସନ୍ତୁଷ୍ଟ କରି ନିଜର ମାତାଙ୍କୁ ଦାସୀତ୍ୱରୁ ମୁକୁଳାଇଲେ । ହେଲେ ତାଙ୍କର ରାଗ ରହିଲା ସେ ସର୍ପମାନଙ୍କ ଉପରେ । କାହିଁକିନା ସେହି ମାନଙ୍କର କପଟ ଆଚରଣ ପାଇଁ ଗରୁଡଙ୍କ ମାଆ ହେଲେ ଦାସୀ । ତେଣୁ ସେହି ରାଗରେ ଗରୁଡ ପ୍ରତ୍ୟେକ ଦିନ ସର୍ପ ମାରି ଖାଇବାକୁ ଲାଗିଲେ।
କ୍ରମେ କ୍ରମେ ସର୍ପକୁଳ ଧ୍ୱଂସ ହେବାର ଦେଖି ସର୍ପରାଜା ବାସୁକୀ ପ୍ରସ୍ତାବ କଲେ, “ସେ ପ୍ରତ୍ୟେକ ଦିନ ଗରୁଡର ଖାଦ୍ୟ ପାଇଁ ଗୋଟିଏ ସର୍ପକୁ ପଠାଇବେ ।”
ସେ ଗରୁଡ ମଧ୍ୟ ଏହି ପ୍ରସ୍ତାବରେ ରାଜି ହେଲେ । ସେହିଦିନୁ ଏହି ଖୋଲା ପଡିଆରେ ସେ ଗରୁଡ ସାପମାନଙ୍କୁ ଖାଇ ଆସୁଛି । ସେହି ସର୍ପମାନଙ୍କର ହାଡ ଏଠାରେ ଜମା ହେବାରେ ହିଁ ଲାଗିଛି ।”
ଏପରି ଏକ କଥା ଶୁଣି ଜୀମୂତବାହନ ବଡ ଦୁଃଖିତ ହେଲେ । ତାପରେ ସେ ରାଜକୁମାର ଜୀମୂତବାହନ ଭାବିଲେ, ବାସ୍ତବିକ କେଡେ ନିଷ୍ଠୁର ଏ ଆଚରଣ । ସେଦିନ ରାତିରେ ସେ ଆଉ ଶାନ୍ତିରେ ଶୋଇ ପାରିଲେ ନାହିଁ । ତା ପରଦିନ ରାତି ନ ପାହୁଣୁ ସେ ରାଜକୁମାର ଜୀମୂତବାହନ ଯାଇ ପାହାଡର ସେହି ଖୋଲା ପଡିଆରେ ହାଜର୍ ।