ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

କାକୁଡି କାବ୍ୟ

ଭୁଷଣ କାଶୀରେ ପାଠ ପଢୁଥିଲା । ପାଠ ପଢା ଶେଷ ହେବା ମାତ୍ରେ ତାକୁ ଭିନ୍ନ ଭିନ୍ନ ବିଦ୍ୟାଳୟରୁ ଶିକ୍ଷକ ରୂପେ ଯୋଗ ଦେବା ନିମନ୍ତେ ନିମନ୍ତ୍ରଣ ମିଳିଲା । କାରଣ ସେ ଯେପରି ମେଧାବୀ, ଠିକ୍ ସେହିପରି ବିନୟୀ ମଧ୍ୟ ।

                କିନ୍ତୁ ଭୁଷଣ ନିଜ ଗାଁକୁ ଲେଉଟି ଆସିଲା । ତା’ର କାରଣ, ତା’ ବାପା ମାଆଙ୍କ ସ୍ୱାସ୍ଥ୍ୟ ମୋଟେ ଭଲ ରହୁ ନଥିଲା ।

                ଗାଁକୁ ଆସି ସେ ଦିନଯାକ ବିଲବାଡିର କାମ ବୁଝା ସୁଝା କରେ । ତା’ପରେ ଘର କାମଦାମରେ ସେ ମାଆର ସହାୟତା କରେ । ସବା ଶେଷରେ, ରାତିରେ ଖିଆପିଆ ପରେ କିମ୍ବା ଖୁବ୍ ସକାଳେ ବସି ସେ କବିତା ଲେଖେ । କାହିଁକିନା ସେ ଦିଗରେ ତା’ର ପ୍ରବଳ ଆଗ୍ରହ ଥାଏ ।

ଦିନେ ତା’ ବାପା କହିଲେ, “ଭୁଷଣ, ମୁଁ ନିଜେ ତ ପାଠଶାଠ ପଢିନାହିଁ କି କୌଣସି କାବ୍ୟ କବିତା ବୁଝେ ନାହିଁ । କିନ୍ତୁ ତୁ ଯେତେବେଳେ କବିତା ଲେଖିବାରେ ଏତେ ଆଗ୍ରହୀ, ମୋର ବିଶ୍ୱାସ ତୁ ନିଶ୍ଚେ ଭଲ କବିତା ଲେଖୁଥିବୁ । କିନ୍ତୁ ଏଠି ତୋର ପ୍ରତିଭା କିଏ ଚିହ୍ନିବ? ଆମ ରାଜ୍ୟର ରାଜା ପ୍ରତିଭାବାନ କବି ଓ ପଣ୍ଡିତମାନଙ୍କର ବହୁତ ଆଦର କରନ୍ତି । ସେ ଯଦି ଥରେ ତୋ କବିତା ଶୁଣନ୍ତେ, ତେବେ ହୁଏତ ତୋ ଭାଗ୍ୟ ଫିଟି ଯା’ନ୍ତା ।”

ଭୁଷଣ ଦୀର୍ଘନିଃଶ୍ୱାସ ଛାଡି କହିଲା “ସତ କଥା । ହେଲେ ରାଜାଙ୍କୁ କବିତା ପଢି ଶୁଣାଇବାର ସୁଯୋଗ ମୋତେ କାହୁଁ ମିଳିବ?”

ବାପା କହିଲେ “ଆମ ଏ ଅଂଚଳର ଜମିଦାର ଯାହାକୁବି ସୁପାରିଶ୍ କରିବେ, କେବଳ ସେହିଁ ରାଜାଙ୍କୁ ଭେଟିପାରିବ । ଆମ ଜମିଦାର ଜଣେ ସୁଶାସକ ଓ ରାଜଭକ୍ତ ଲୋକ । ତେଣୁ ରାଜା ତାଙ୍କୁ ଖୁବ୍ ଶ୍ରଦ୍ଧା କରନ୍ତି ।”

ଭୁଷଣ କହିଲା “କିନ୍ତୁ ମୁଁ ଜାଣେ, ଜମିଦାର କାବ୍ୟ କବିତାର ବିନ୍ଦୁ ବିସର୍ଗ ସୁଧା ବୁଝନ୍ତି ନାହିଁ ।”

“ସେକଥା ତ ଠିକ୍ । କିନ୍ତୁ ସେଥିରେ କ’ଣ ଯାଏ ଆସେ? ଟିକିଏ ଚତୁରତା ସହ କାମ କଲେ ହୁଏତ ସୁଫଳ ମିଳିବ । ଜମିଦାର ତ ଖାଲି ରାଜାଙ୍କ ସହ ଭେଟ ପାଇଁ ସୁପାରିଶ୍ କରିବା କଥା । ମୁଁ ତାଙ୍କୁ ଥରେ ତୋ’କଥା କହି ଦେଖେ ।” ଏହା କହି ବାପା ଜମିଦାରଙ୍କ ଘର ଆଡେ ବାହାରିଗଲେ । ଘଂଟାକ ପରେ ସେ ପୁଣି ଲେଉଟି ଆସି କହିଲେ, “ଭୁଷଣ, ଆଗାମୀ କାଲି ସକାଳେ ତୁ ଯାଇ ଜମିଦାରଙ୍କୁ ତୋ କବିତା ଶୁଣାଇବୁ ।”

ଭୁଷଣ କହିଲା “ବାପା! ସେ ତ କିଛି ବୁଝନ୍ତି ନାହିଁ । ଅରସିକେସୁ ରହସ୍ୟ ନିବେଦନମ୍ କିଛି ସୁଖକର କଥା ନୁହେଁ ।”

ବାପା କହିଲେ “ତୁ ଖାଲି କବିତା ଶୁଣା ଓ ସେ ଯାହା କହିବେ ବିନା ପ୍ରତିବାଦରେ ତାହା ଶୁଣିଯା । ତେଣିକି ଯାହା ହେବ ଦେଖାଯିବ ।”

ଭୁଷଣ ପରଦିନ ଯାଇ ଜମିଦାରଙ୍କ ପାଖରେ ପହଁଚିବା ମାତ୍ରେ ଜମିଦାର ହସି ହସି କହିଲେ, “ତମ ବାପା ଠିକ୍ ଜାଣନ୍ତି ଯେ ମୋତେ କବିତା ବହୁତ ଭଲ ଲାଗେ । ପଢ କ’ଣ ଲେଖିଛ । ଶୁଣିବା ।”


ଗପ ସାରଣୀ

ତାଲିକାଭୁକ୍ତ ଗପ