ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

କାଠୁରିଆ ପୁଅ ଓ ଦୁଇ ଭୂତୁଣୀ

ସମସ୍ତିପୁର ବୋଲି ଗୋଟିଏ ଗାଁ ଥିଲା । ସେ ଗାଁରେ ଜଣେ କାଠୁରିଆ, ତା’ ସ୍ତ୍ରୀ ଓ ସେମାନଙ୍କର ଏକ ବାରବର୍ଷର ପୁଅ ଦିପୁ ବି ରହୁଥିଲେ । କାଠୁରିଆ ସେ ଗାଁ ନିକଟରେ ଥିବା ଜଙ୍ଗଲ ମଧ୍ୟକୁ ଜାଳେଣି କାଠ ସଂଗ୍ରହ କରିବାକୁ ଯାଏ । ତା’ର ସେହି କାର୍ଯ୍ୟରେ ତା’ର ସ୍ତ୍ରୀ ମଧ୍ୟ ତାକୁ ସାହଯ୍ୟ କରିଥାଏ । ଖୁବ୍ ଛୋଟ ଦିନରୁ ଦିପୁ ବି ତା ବାପାମା’ଙ୍କ ସହିତ ସେ ଜଙ୍ଗଲ ମଧ୍ୟକୁ ଯାଏ । ତେଣୁ ସେ ଜଙ୍ଗଲର ପରିବେଶ ସହିତ ଦିପୁ ବେଶ ପରିଚିତ ହୋଇଥାଏ । ସେ ଜଙ୍ଗଲରେ ରହୁଥିବା ସମସ୍ତ  ବଣୁଆ ଜୀବଜନ୍ତୁ ଦିପୁର ସାଙ୍ଗଭଳି । ଏମିତିକି ସେ ଜଙ୍ଗଲର ସବୁ ପଶୁପକ୍ଷୀ ବୃକ୍ଷଲତା ଦିପୁକୁ ବହୁତ ଆଦର କରନ୍ତି ।

ସେହି ଜଙ୍ଗଲରେ ଦୁଇ ଭୂତୁଣୀ ଗୋଟିଏ ବରଗଛରେ ଘର କରି ରହୁଥାନ୍ତି । ସେମାନେ କିନ୍ତୁ ଏ ଦିପୁର ପ୍ରଶଂସାକୁ ଆଦୌ ସହିପାରୁନଥାନ୍ତି । ତେଣୁ ସେମାନେ ସର୍ବଦା ଦିପୁକୁ ହଇରାଣ କରିବାକୁ ଚାହୁଁଥାନ୍ତି । ଦିନକର କଥା । କାଠୁରିଆର ଦେହ ହଠାତ୍ ଖରାପ୍ ହେଲା । ତେଣୁ ସେ କାଠୁରିଆ ଆଉ କାଠ ହାଣିବାକୁ ଯାଇପାରିବନି ବୋଲି ତା’ ସ୍ତ୍ରୀକୁ ସଫା ସଫା କହିଲା । ତାପରେ କାଠୁରିଆ ଓ ତା’ ସ୍ତ୍ରୀ ଦିପୁକୁ କହିଲେ – ‘ବାପାରେ, ତୁ ଯା । ଆଜି ସେ ଜଙ୍ଗଲରୁ ଏକାକି କାଠ କାଟି ଆଣିବୁ । ଆମେ ଆଜି ମୋଟେ ଯାଇପାରିବୁ ନାହିଁ । ଦେହ ଭଲ ହୋଇଗଲେ ପଛେ ଆମେ ସମସ୍ତେ ସାଙ୍ଗ ହେଇକି ଯିବା ।’


ଗପ ସାରଣୀ

ତାଲିକାଭୁକ୍ତ ଗପ