ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

କାନ୍ଦୁରୀ ରିଙ୍କି

ଥରେ ସେ ଟିଟୁର ବାପା ଅଫିସ୍ କାମରେ ଟିକେ ଚନ୍ଦ୍ରଗିରି ଯାଇଥିଲେ ସେଇଠୁ ପାଂଚଶହ ଟଙ୍କା ଦେଇ ବଡ ଆଦରରେ ଆଣିଥିଲେ ରିଙ୍କିକୁ । ସେତେବେଳେ ଟିଟୁ ମାଟ୍ରିକ୍ ପଢୁଥିଲା, ଏମିତି ସୁଖଦୁଃଖ ଭିତରେ କଟି ଯାଇଛି ବାରବର୍ଷ । ମାନେ ଗୋଟିଏ ଯୁଗ । ଟିଟୁର ରାଗରେ କାନ୍ଦୁରି ରିଙ୍କି ଅଭିମାନ କରେ ସିନା ହେଲେ ସେ କେବେ ବି ଅମାନିଆ ହୁଏନି । ଘଡିଏ ପରେ ରିଙ୍କି ପୁଣି ଟିଟୁ ପାଖକୁ ଯାଏ ଲାତୀ ହଲାଏ । ଗୁଡିତଳ ବର ମୂଳରେ ସେ ରିଙ୍କି ବସି ବିସ୍କୁଟ ଖାଏ । ଗାଡି ପଛରେ ବୁଲେ, ଧର କହିଲେ ଆକ୍ରମଣ କରେ । ଘରେ କେହି ନଥିଲେ ବି ସେ ବିଶ୍ୱସ୍ତ ଚାକରପରି ଅଥବା ନିଜର ମଣିଷ ପରି ସାରା ଘରକୁ ଜଗିରହେ । ଏଣେ ସେ ଚଗଲା ଟିଟୁ ବାହା ହୋଇ ତାର ପୁଅଟିଏ ହେଲାଣି ସିନା ଏ ରିଙ୍କି କିନ୍ତୁ ତା’ର ଝିଅପରି ହକ୍ ଜାହିର କରେ ।

ହଠାତ୍ ଦିନେ ରାତିରେ ଟିଟୁ ଶୋଇଛି ଯେ ଶୋଇଛି । ସକାଳ ପାହିବା ଆଗରୁ ସମସ୍ତେ ଉଠି ପୁରା ତାଜୁବ୍ । ସେ ଘରସାରା ଖାଲି କାନ୍ଦ ବୋବାଳି, କିଏ କହିଲା ହାର୍ଟ ଆଟାକ୍ ତ କିଏ ପୁଣି କହିଲାଣି ଏ କୁକୁର ବୋଧେ କାମୁଡିଛି ବିଷ ଚଢିଯିବାରୁ ଟିଟୁବାବୁଙ୍କର ମରଣ ହୋଇଛି । ସବୁକଥା ଶୁଣୁଥାଏ ରିଙ୍କି । ତାର ପାଟି ଖୋଲୁନି ସିନା କିନ୍ତୁ ତା ମୁହଁର ଭାବ ଆଖିର ଲୁହରୁ ସତେ ଯେମିତି ଲାଗୁଥାଏ ରିଙ୍କି ଗୋଟେ କୁକୁର ନୁହେଁ ବରଂ ସେ ଜଣେ ମଣିଷ । ଯେଉଁଦିନ ଟିଟୁର ସଂସ୍କାର ହେଲା ରିଙ୍କି ମଧ୍ୟ ଯାଇଥିଲା ଶ୍ମଶାନ ଘାଟ । ଜୁଇ ଜଳିଲା ପରେ ଯେ ଯୁଆଡେ ଟିଟୁର ଗୁଣ ସୁମରି ସୁମରି ଗାଧୋଇ ପାଧୋଇ ଫେରିଲେ । ହେଲେ ରିଙ୍କି କିନ୍ତୁ ସେଇଠି ହିଁ ବସି ରହିଲା । ଡହ ଡହ ନିଆଁ ତ ଚାରିପଟେ ବୁଲୁଥାଏ । ତାସହିତ ରିଙ୍କି ତା ଆଖିର ଲୁହ ବି ଢାଳୁଥାଏ । ବୋଧହୁଏ କୋହ ସମ୍ଭାଳି ନପାରି ରିଙ୍କି ଖାଲି ଭୋ ଭୋ ହୋଇ ଭୁକୁଥାଏ । ଦୁଇ ଚାରିଦିନ ଯାଏଁ ସେ ରିଙ୍କି ପାଣି ମଧ୍ୟ ଛୁଇଁଲା ନାହିଁ । ସେ ଦୁଆର ମୁହଁରେ ସେମିତି ପଡି ରହିଲା । ଗାଈବଳଦ ସମସ୍ତଙ୍କର ବି ସେଇ ଏକା ପ୍ରକାର ଅବସ୍ଥା । ଶୁଦ୍ଧି ସଂସ୍କାର ଦିନ ରିଙ୍କି ଯାଇଥିଲା ନଦୀ ଘାଟକୁ ଟିଟୁବାବୁଙ୍କ ପୁଅର ମୁଣ୍ଡନ ପରେ ରିଙ୍କିର ଧଳାଚୁଟିରୁ ମେଂଚେ କାଟି ଦିଆଯାଇଥିଲା । ଏ ମିଛମାୟା ଦୁନିଆଁରେ କେହି ନୁହେଁ କାହାର କୁହାଯାଉଥିବା ବେଳେ ରିଙ୍କି କ’ଣ ମଣିଷଠାରୁ ବଡ ନୁହେଁ । ସାବାସ କାନ୍ଦୁରି ରିଙ୍କି ସାବାସ୍ ।


ଗପ ସାରଣୀ

ତାଲିକାଭୁକ୍ତ ଗପ