ଦୁର୍ଭାଗ୍ୟ ବଶତଃ ଘୋଡାର ଅନ୍ୟ ଗୋଡରୁ ମଧ୍ୟ ନାଲ ଖସି ଗଲା । ପ୍ରଥମେ ଗୋଟିଏ ଗୋଡରୁ ନାଲ ବାହାରି ଯିବାରୁ ଘୋଡାଟି ବାକି ତିନି ଗୋଡରେ କଷ୍ଟେ ମଷ୍ଟେ ଦୌଡୁ ଥିଲା କିନ୍ତୁ ବର୍ତ୍ତମାନ ସେ କ’ଣ କରିବ? କୌଣସି ମତେ ଘୋଡାଟି ଆଗେଇ ବଢିବାକୁ ଲାଗିଲା । ଦେଖୁ ଦେଖୁ ଶତ୍ରୁ ମାନେ ସାମନାରେ ଆସି ପହଁଚି ଗଲେ । ତାଙ୍କର ସଂଖ୍ୟା ଏତେ ଅଧିକ ଥିଲା ଯେ ସିପାହୀ ଜଣକ ଯୁଦ୍ଧ କ୍ଷେତ୍ରରେ ଆଉ ବେଶୀ ସମୟ ତିଷ୍ଠି ରହି ପାରିଲେ ନାହିଁ । ସେ ଅତି ଦ୍ରୁତ ଗତିରେ ନିଜେ ନିଜ ଯୁଦ୍ଧ କ୍ଷେତ୍ର ଛାଡି ନିଜେ ନିଜ ଘୋଡାରେ ପଳାଇଲେ ।
ପରନ୍ତୁ ସେହି ସିପାହୀ ଜଣକ ପଳାଇଥାନ୍ତେ କିଭଳି? ତାଙ୍କର ଛୋଟା ଘୋଡା ସେଇଠାରେ ଛିଡା ହୋଇ ରହିଲା । ସିପାହୀ ଜଣକ ଦୁଃଖରେ ହାତ ଘଷି କହିଲା ଯଦି ମୁଁ ଠିକ୍ ସମୟରେ ଘୋଡାର ନାଲକୁ ପିନ୍ଧାଇ ଦେଇ ଥାନ୍ତି ତେବେ ଆଜି ଏହି ପରିସ୍ଥିତିରେ ପଡି ନଥାନ୍ତି । କିନ୍ତୁ ମୁଁ ଆଜି କାଲି କହି ଘୋଡାର ନାଲକୁ ପିନ୍ଧାଇ ନ ପାରିବାରୁ ଆଜି ଏହି ପରିସ୍ଥିତିର ସମ୍ମୁଖୀନ ହେଲି । ତେଣୁ କଥାରେ ଅଛି କାଲିର କାମକୁ ଆଜି କର । ଆଜି କାମକୁ ବର୍ତ୍ତମାନ କର ।