ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

କାଳିଆ ଭରସା

ସୁମନ ଅତ୍ୟନ୍ତ ଗରିବ ଘରର ପିଲାଟିଏ ହେଲେ ବି ସେ ଅତି ଭଦ୍ର ସ୍ୱଭାବର ଥିଲା । ତାକୁ ତା’ର ସାଙ୍ଗମାନେ କିନ୍ତୁ ମୋଟେ ଭଲପାଉ ନଥିଲେ । ସେ ସୁମନ ତା ମାଆ ସହିତ ଗୋଟିଏ ଭଙ୍ଗା କୁଡିଆରେ ରହୁଥିଲା । ତେଣୁ ତାର ସବୁ ସାଙ୍ଗମାନେ ତାକୁ ଥଟ୍ଟା କରୁଥିଲେ, ଘୃଣା ମଧ୍ୟ କରୁଥିଲେ । ଏପରିକି ତାକୁ ସାଙ୍ଗରେ କେହିବି ସ୍କୁଲ୍କୁ ନେଉନଥିଲେ । ତା ମାଆ ପର ଘରେ କାମଧନ୍ଦା କରି ଯାହା ମୂଲ ଆଣେ, ସେଥିରେ ବହୁ କଷ୍ଟରେ ଦୁହେଁ ଚଳନ୍ତି । ସୁମନ କିନ୍ତୁ ବହୁ ସମୟରେ ଭାବେ, ଆରେ ମୁଁ ତ କେବେ କାହାରି କିଛି ବି କ୍ଷତି କରୁ ନାହିଁ? ତେବେ ମୋତେ କାହିଁକି ସାଙ୍ଗମାନେ ଆଦୌ ଭଲ ପାଉ ନାହାଁନ୍ତି କିମ୍ବା ସେମାନଙ୍କ ସଙ୍ଗେ ସାଙ୍ଗ କରୁ ନାହାଁନ୍ତି? ମାଆକୁ ଏକଥା ପଚାରିବାରୁ ମାଆ କହିଲା –

                                ଦେବତାଙ୍କ ଠାରେ ଲୟ ରଖିଥିଲେ,

                                                ହେବୁ ନାହିଁ ତୁହି ମୁରୂଖ ।

                                କିଛି ନ ଭାବି ତୁ ପଢିଯାଆ ପାଠ,

                                                ଦୂରୀଭୂତ ହେବ ସବୁ ତୋ ଦୁଃଖ ।

                ତାପରେ ମାଆ କଥା ମାନି ଖୁବ୍ ମନ ଲଗାଇ ପାଠ ପଢିଲା ସୁମନ । ତା ମାଆ ମଧ୍ୟ ମାଗିଯାଚି ବହୁ କଷ୍ଟରେ ସୁମନକୁ କଲେଜରେ ପଢାଇଲା । ସାଙ୍ଗମାନେ ଗରିବ ମାଆର ଗରିବ ପୁଅ ବୋଲି କହି ସୁମନକୁ ନାନା ଥଟ୍ଟା କରନ୍ତି । ହେଲେ ସେ ସୁମନ ସେସବୁ କିଛି ଶୁଣେ ନାହିଁ । କେବଳ ମାଆ କଥା ମାନି ସୁମନ ଜଗା ବଳିଆଙ୍କୁ ହିଁ ସ୍ମରଣ କରେ । ଦୁଃଖ ବେଳେ ସୁମନ ତାଙ୍କୁ ସବୁ ଜଣାଏ । ଏହିପରି ଭାବେ ସୁମନ୍ ବି.ଏ. ପାଶ୍ କଲା । ସୁମନର ମାଆ ସଦା ସର୍ବଦା ଜଗାଙ୍କୁ ତା ପୁଅର ଚାକିରୀ ପାଇଁ ମନାସନ୍ତି ।


ଗପ ସାରଣୀ

ତାଲିକାଭୁକ୍ତ ଗପ