ଏହିପରି ଭାବେ ଦିନ ଗଡି ଚାଲିଥାଏ । ଟି.ଟି.ଆଇ ପାଇଁ ପରୀକ୍ଷା ହେବ । ତେଣୁ ସୁମନ ପ୍ରସ୍ତୁତ ହେଲା ସହରକୁ ଯିବା ପାଇଁ । ତାର କେତେ ଜଣ ବଡ ଲୋକିଆ ସାଙ୍ଗମାନେ ତାକୁ ଦେଖି ଖାଲି ହସୁଥାଆନ୍ତି । ମାଆ ସୁମନକୁ ଜଗାଙ୍କ ପାଖରୁ ପାଦୁକ ଆଣି ତାକୁ ପୁଡିଆ କରି ପକେଟରେ ପୂରାଇବାକୁ କହିଲା । ତାପରେ ସେ ସୁମନ ଛଳଛଳ ଆଖିରେ ତା ମାଆର ପାଦଧୂଳି ନେଇ, ଜଗାଙ୍କ ଉଦ୍ଧେଶ୍ୟରେ ପ୍ରଣାମ କରି ପରୀକ୍ଷା ଦେବାକୁ ଗଲା । ଏଣେ ତା’ର ତ ସାଙ୍ଗମାନେ ମଧ୍ୟ ଯାଇଥାଆନ୍ତି ।
ସୁମନ ସେ ପ୍ରଶ୍ନପତ୍ରକୁ ଦେଖି ଜଗାଙ୍କୁ ସ୍ମରଣ କଲା –
“ତୁମେ କାଳିଆହେ ବାପା, ଭାଇ ବନ୍ଧୁ,
ସାହା ମୋର ହେବ ଏଠି ।
ଅତି ଗରିବରେ ଗରିବ ମୁହିଁଟି,
ପାରୁନି ବିପଦୁ ଉଠି ।
ଠିକ୍ ସେତିକିବେଳେ ଜଣେ କାଳିଆ ହୋଇ ମୋଟା ଲୋକ ଜଣେ ସୁମନ ପାଖରେ ଠିଆ ହୋଇ ତା’ର ପିଠିକୁ ଆଉଁସି ଦେଇ କହିଲେ –
ଲେଖିଯାଆ ଧନ ପ୍ରଶ୍ନର ଉତ୍ତର
ତୋତେ ସବୁ ଲାଗୁଥିବ ସହଜ
ଜଗାର ଭକତ ବୋଲି ବାପା ତୁହି
ଉନ୍ନତ ହୋଇଛି ତୋର ମଗଜ ।
ସେତିକିବେଳେ ଅନ୍ୟ ପିଲାମାନେ ବି ଲେଖୁଥାଆନ୍ତି କିନ୍ତୁ ଏହି ବ୍ୟକ୍ତିକୁ କେହି ହେଲେ ବି ମୋଟେ ଦେଖିପାରୁ ନଥାନ୍ତି । ଏଣେ ସୁମନକୁ ବି ସବୁ ପ୍ରଶ୍ନର ଉତ୍ତର ଖୁବ୍ ସହଜ ଲାଗୁଥାଏ । ସେ ୧୦୦କୁ ୧୦୦ ନମ୍ବର ଉତ୍ତର ଦେଇପାରୁଥାଏ । ହେଲେ ସୁମନ ପଛକୁ ଚାହିଁଲା ବେଳକୁ ସେ କଳା ମୋଟା ଲୋକଟି ଆଉ ତା ସହିତ ଦେଖାହେଲେ ନାହିଁ । ପରୀକ୍ଷାପରେ ସୁମନ ଚାରିଆଡକୁ ଚାହିଁଲା, କିନ୍ତୁ ସେ କିଛିବି ଦେଖିପାରିଲା ନାହିଁ ।
ତାପରେ ଘରକୁ ଆସି ସୁମନ ସବୁକଥା ତା ମାଆକୁ କହିଲା । ଏପରି କଥା ଶୁଣୁ ଶୁଣୁ ତା ମାଆର ଆନନ୍ଦାଶ୍ରୁ ଗଳଗଣ୍ଡ ଦେଇ ବହି ଆସିଲା । ଭକ୍ତର ଭଗବାନ ବୋଧେ ଆସିଥିଲେ ନିଶ୍ଚୟ, ବୋଲି ସେ ଜାଣି ପାରିଲେ । ଶେଷରେ ସେ ତାଙ୍କ ପୁଅକୁ କହିଲେ, ବାପାରେ, ତୋତେ କାଳିଆ ଦେଖା ହୋଇଥିଲେ । ସେ ଗରିବ, ଦୁଃଖୀ ଦରିଦ୍ରର ବନ୍ଧୁ ସିନା ।
ନିର୍ଦ୍ଦିଷ୍ଟ ସମୟରେ ପରୀକ୍ଷା ଫଳ ବାହାରିଲା । ସୁମନର ସାଙ୍ଗମାନେ କେହି ହେଲେ ବି କୃତକାର୍ଯ୍ୟ ହୋଇ ନଥିଲେ । କେବଳ ସୁମନ ସେ ପରୀକ୍ଷାରେ ସର୍ବଣ୍ରେଷ୍ଠ ନମ୍ବର ରଖି ପାସ୍ କଲା । ଆଉ ଶୀଘ୍ର ଚାକିରୀ ବି ପାଇଲା । ତାର ମାଆ କାଳିଆଙ୍କ ଉଦ୍ଧେଶ୍ୟରେ ପ୍ରଣାମ ଜଣାଇଲେ ।
ସୁମନର ସାଙ୍ଗମାନେ ତାକୁ ଆଉ ଥଟ୍ଟା କରିବେ କ’ଣ? ଓଲଟି ତା ପଛରେ ଗୋଡାଇ ସୁମନକୁ ବହୁତ ପ୍ରଶଂସା କଲେ । ବହୁ ଅଶ୍ଲୀଳ କଥା ତାକୁ କହିଥିବାରୁ ସାଙ୍ଗମାନେ ସୁମନ ପାଖରେ କ୍ଷମା ଭିକ୍ଷା କଲେ । ସୁମନ କିନ୍ତୁ ସେମାନଙ୍କ କଥା ଶୁଣି କହିଲା, ମୁଁ ବି ତୁମର ଗୋଟିଏ ସାଙ୍ଗ । ସାଙ୍ଗ ସାଙ୍ଗ ପାଖରେ କ୍ଷମାଭିକ୍ଷା କରିବା ଆଦୌ ଉଚିତ୍ ନୁହେଁ । ମୁଁ ତୁମମାନଙ୍କ କଥାକୁ ମୋଟେ ଶୁଣେ ନାହିଁ । କାରଣ ତୁମ ମାନଙ୍କୁ ମୁଁ ବହୁତ ଭଲ ପାଏ । ଏକଥା ଶୁଣି ସୁମନର ସାଙ୍ଗମାନେ ଶରମି ଯାଉଥିଲେ, ଓ ତାର ମହାନତାକୁ ଉପଲବ୍ଧି ମଧ୍ୟ କରୁଥିଲେ ।
ବିଶେଷ ଦ୍ରଷ୍ଟବ୍ୟ:- କେତେକ କାହାଣୀ ମନୋରଂଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ କେବଳ କଳ୍ପନା ଭାବଧାରା ଦ୍ୱାରାହିଁ ପ୍ରତିବେସିତ। ଯଦି କୌଣସି କାହାଣୀରେ ବୈଜ୍ଞାନିକ ଆଧାର ନଥାଏ ତାକୁ ସତ୍ୟ ମାନିବା ଅନୁଚିତ୍। ଅନ୍ୟ କେତେକ କାହାଣୀ ମନୋରଂଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ ଲେଖା ହୋଇଥିଲେ ମଧ୍ୟ ସେଗୁଡିକ ଜାତି, ଅନ୍ଧବିଶ୍ୱାସ, ତର୍କ ହୀନତା, ଧର୍ମ ଓ ବ୍ୟକ୍ତିବିଶେଷ ପ୍ରଚାର ଉଦ୍ଧେଶ୍ୟରେ ଲିଖିତ ଧୁର୍ତ୍ତ ଗପ ତେଣୁ ତାକୁ ସତ୍ୟ ମାନିବା ଅନୁଚିତ୍ । ଯଦି କୌଣସି ବ୍ୟକ୍ତିର କାଳ୍ପନିକସ୍ତର ବାସ୍ତବିକତା ସହ ମେଳନଖାଏ ଏଵଂ ଅନ୍ଧବିସ୍ଵାଶର ବଶବର୍ତ୍ତୀ ହୋଇ ଅଜ୍ଞାନତାର ଜନନୀ ହୁଏ ତେବେ ଏହାକୁ ମାନସିକ ବିକୃତତା କୁହାଯାଏ । ଭଗବାନଙ୍କ ଉପରେ ବିଶ୍ୱାସକରି କର୍ମ ନକଲେ ଅଳସୁଆ ଓ ଅନ୍ଧବିଶ୍ୱାସୀ ବିଫଳତା ହାସଲ କରେ ଏବଂ ଏହା ମୋ ଭାଗ୍ୟ ଓ ଭଗବାନଙ୍କ ଇଛା କହି ମନକୁ ବୁଝାଇ ଥାଏ ।